www.samajalive.in
Tuesday, December 9, 2025
16.1 C
Bhubaneswar

ରାସ୍ତା ପାଇଁ ରାସ୍ତାରୋକ

ଫୁଲବାଣୀ,ବାଲିଗୁଡା : କନ୍ଧମାଳ ଜିଲା ବାଲିଗୁଡ଼ା ବ୍ଳକର ବାଲିଗୁଡା ବିଜ୍ଞାପିତ ଅଂଚଳ ପରିଷଦର ୧୩ ନମ୍ବର ୱାର୍ଡରେ ରାସ୍ତା ପାଇଁ ରାସ୍ତା ରୋକ କରିଛନ୍ତି ସ୍ଥାନୀୟ ବାସିନ୍ଦା। ବାଲିଗୁଡା ଠାରୁ ଲଣ୍ଡାଗାଁ,କଣ୍ଟାମାଳ,ସୋନପୁର ଯାଇଥିବା ରାସ୍ତା ଉପରେ ଏକ ବ୍ୟାନର ଧରି ସ୍ଥାନୀୟ ବାସିନ୍ଦା ରାସ୍ତା ଉପରେ ପାଲ ପକାଇ ରାସ୍ତା ଅବରୋଧ କରିଥିଲେ । ସୁନାପାଙ୍ଗା ଉର୍ଦ୍ଦୁ ସ୍କୁଲ ପଛପଟେ ବାସ କରୁଥିବା  ବାସିନ୍ଦା ମାନେ ଏହି ରାସ୍ତାରୋକ କରିଥିଲେ।

ପ୍ରକାଶଯେ, ବାଲିଗୁଡା–ବାରଖମା  ଦେଇଯାଇଥିବା ମୁଖ୍ୟରାସ୍ତାକୁ ଉର୍ଦ୍ଧୁ ସ୍କୁଲ ପଛପଟେ ଥିବା ସାହି ଓ ମହାପାତ୍ର କଲୋନୀ ପର୍ଯ୍ୟନ୍ତ ବସବାସ କରିଥିବା ବାସିନ୍ଦା ମାନଙ୍କ ଯାତାୟତ ନିମନ୍ତେ ଗୋଟିଏ ହିଁ ରାସ୍ତା ସାହା ଭରସା। ଏହି ରାସ୍ତା ଉକ୍ତ ଅଂଚଳବାସିଙ୍କ ସହ ଡହଲପୋଡି,ବୁଡ୍ରୁକିଆ,ସିପାଂଜିରି,କୁଟିକିଆ,ବାଲିସୁଗା,ମାଦିନାଟ ଆଦି ଗ୍ରାମର ଲୋକମାନେ ମଧ୍ୟ ଉକ୍ତ ରାସ୍ତାଦେଇ ବହୁ ବର୍ହପୁର୍ବରୁ ଯାତାୟତ କରୁଛନ୍ତି। ତେବେ ନିକଟରେ ତହସିଲଦାରଙ୍କ ନିର୍ଦ୍ଦେଶକ୍ରମେ ସ୍ଥାନୀୟ ରେଭିନ୍ୟୁ ସୁପରଭାଇଜର ତିନିଜଣ ଅମିନ ପଠାଇ ସେହି ରାସ୍ତା ଉପରେ ସୁଡ୍ରାର ପ୍ରଭାକର ନାୟକଙ୍କ ନାମରେ ପଟ୍ଟା ଥିବାରୁ ତାଙ୍କୁ ଘର କରିବା ନିମନ୍ତେ ଉକ୍ତ ରାସ୍ତାକୁ ଦେଖାଇଛନ୍ତି। ଯାହାକି ଦୁଇଶହ ବର୍ଷ ପୁର୍ବରୁ ସେହି ରାସ୍ତା ଉପରେ ଅଂଚଲବବାସୀ ଯିବା ଆସିବା କରିଆସୁଅଛନ୍ତି ବୋଲି ଅଭିଯୋଗ କରାଯାଇଛି। ଏହି ରାସ୍ତାକୁ ବାଦ ଦେଲେ ଆମ ସାହିରୁ ମୁଖ୍ୟରାସ୍ତା ତଥା ବଜାର,ମେଡିକାଲ ଆଦିକୁ ଯିବା ଆସିବା କରୁଥିଲୁ କିନ୍ତୁ ଏହି ରାସ୍ତା ଛଡା ଆଉ ରାସ୍ତା ନାହିଁ। ଏଭଳି ସ୍ଥଳେ ଅଞ୍ଚଳବାସୀ କିଭଳି ଭାବେ ଯାତାୟତ କରିବେ ତାହାକୁ ନେଇ ଚିନ୍ତାରେ ପଡ଼ିଛନ୍ତି। ଗତ ଦିନରେ ଉକ୍ତ ରାସ୍ତାକୁ ନେଇ ମଥ୍ୟ କଥା ଥାନା ପର୍ଯ୍ୟନ୍ତ ଯାଇଥିଲା। ରାସ୍ତା ପାଇଁ ବହୁବାର ପ୍ରଶାସନର ଦ୍ୱାରସ୍ଥ ହୋଇଛୁ କିନ୍ତୁ  ଆଜି ପର୍ଯ୍ୟନ୍ତ  ଉକ୍ତ ସମସ୍ୟାର ସମାଧାନ ହୋଇ ପାରୁାନାହିଁ ବୋଲି ଅଭିଯୋଗ ହୋଇଛି। ଆମକୁ  ଯିବା ଆସିବା କରିବା ନିମନ୍ତେ ରାସ୍ତା ଦିଆଯାଉ ଏହାକୁ ନେଇ ଆଜି ସାହିବାସିନ୍ଦା ରାସ୍ତା ରୋକ କରିବା ସହିତ ସ୍ଥାୟୀ ପ୍ରତିଶୃତି ରାସ୍ତା ପାଇଁ ନମିଳିବା ପର୍ଯ୍ୟନ୍ତ ଆମେ ରାସ୍ତାରୋକରୁ ହଟିବୁ ନାହିଁ ବୋଲି ଜିଦ୍ ଧରିଛନ୍ତି। ଆବଶ୍ୟକ ସ୍ଥଳେ ରାସ୍ତାପାଇଁ ଅନଶନରେ ବସିବେ ବୋଲି ମଧ୍ୟ ଚେତାବନି ଦେଇଛନ୍ତି। ରାସ୍ତାରୋକର କିଛି ସମୟ ପରେ ସ୍ଥାନୀୟ ଆଇଆଇସି ଘଟଣା ସ୍ଥଳରେ ପହଞ୍ଚି ରାସ୍ତାରୋକ କରିଥିବା ବିକ୍ଷୋଭକାରୀଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୋକରୁ ହଟି ଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories