କନ୍ଧମାଳ : ଦାରିଙ୍ଗବାଡି ସରକାରୀ ସେବାଶ୍ରମରେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କ ଶିଶୁ ପ୍ରସବ ଘଟଣାର ପ୍ରତିବାଦରେ କନ୍ଧମାଳ ଜିଲାରେ ୧୨ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। କନ୍ଧମାଳ ସୁରକ୍ଷା ଅଭିଯାନ ପକ୍ଷରୁ ଏହି ବନ୍ଦ ପାଳନ କରାଯାଉଛି। ବନ୍ଦର ପ୍ରଭାବ ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ରହିବ। ଏହାର ପ୍ରଭାବରେ ଜିଲାର ସଦର ମହକୁମା ସହିତ ବିଭିନ୍ନ ବ୍ଲକର ଦୋକାନବଜାର ଓ ଯାନବାହନ ଚଳାଚଳ ବନ୍ଦ ରହିଛି। ଏହି ବନ୍ଦକୁ ବିଜେପି ସମର୍ଥନ କରୁଥିବାର ଜଣାପଡିଛି। ସରକାରୀ, ବେସରକାରୀ ଅନୁଷ୍ଠାନ ସମ୍ମୁଖରେ ଆନ୍ଦୋଳନକାରୀମାନେ ପିକେଟିଂ କରୁଥିବାର ମଧ୍ୟ ଦେଖାଯାଇଛି।
Popular Categories



