ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଗୁରୁବାର ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ,ଗୃହ ନିର୍ମାଣ ଓ ନଗର ଉନ୍ନୟନ,ପଞ୍ଚାୟତିରାଜ,ଅର୍ଥ,ଆଇନ,ପୂର୍ତ୍ତ ଓ ରାଜସ୍ୱ ବିଭାଗର ୧୦ଟି ପ୍ରସ୍ତାବ ଅନୁମୋଦନ ଲାଭ କରିଛି। ଧାନ ଓ ଚାଉଳ ସଂଗ୍ରହ ଲକ୍ଷ୍ୟଧାର୍ଯ୍ୟ କ୍ୟାବିନେଟରେ ଗୃହୀତ ହୋଇଛି। ଚଳିତ ବର୍ଷ ୬୦ ଲକ୍ଷ ଟନ୍ ସଂଗ୍ରହ ପାଇଁ ଲକ୍ଷ୍ୟଧାର୍ଯ୍ୟ ହୋଇଥିବା ବେଳେ ୪୧ ଲକ୍ଷ ଟନ୍ ଚାଉଳ ସଂଗ୍ରହ ପାଇଁ ମଧ୍ୟ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ନେଇ ସୂଚନା ମିଳିଛି। ଧାନ ସଂଗ୍ରହରେ ପାକ୍ସ,ଲାମ୍ପସ ସହ ଏସ୍ଏଚଜି ମହିଳା ସାମିଲ ହେବେ। ଏଥି ସହିତ ୨୪ ରୁ ୪୮ ଘଣ୍ଟା ମଧ୍ୟରେ ଧାନ ବିକ୍ରି ଟଙ୍କା ଚାଷୀଙ୍କ ଆକାଉଣ୍ଟକୁ ଯିବ। ପୂର୍ବରୁ ୪୮ ରୁ ୭୨ ଘଣ୍ଟା ମଧ୍ୟରେ ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ଯାଉଥିଲା। ଗତବର୍ଷ ୫୫ ଲକ୍ଷ ଟନ୍ ଧାନ ସଂଗ୍ରହ ଲକ୍ଷ୍ୟ ଥିବା ବେଳେ ଏବର୍ଷ ୫ ଲକ୍ଷ ଟନ୍ ବୃଦ୍ଧି କରାଯାଇଛି। ଏବର୍ଷ ସବୁ ଚାଷୀଙ୍କ ଠାରୁ ଧାନ କିଣାଯିବା ନେଇ ଲକ୍ଷ୍ୟଧାର୍ଯ୍ୟ କରାଯାଇଛି ।ପାନୀୟ ଜଳ ପାଇଁ ରାଜ୍ୟ ସରକାର ବ୍ୟବସ୍ଥା କରୁଥିବା କହିଛନ୍ତି। ଏଥି ସହିତ ୨୪ ମାସରେ ପ୍ରକଳ୍ପ ସାରିବାକୁ ଲକ୍ଷ୍ୟ ଧାର୍ଯ୍ୟ ରଖାଯାଇଛି। ଏଥି ସହତି ଟମକା-ମଙ୍ଗଳପୁର ୨୬ କିମି ରାସ୍ତା ୪ ଲେନ୍ ହେବାନେଇ ବ୍ୟବସ୍ଥା କରାଯାଇଛି।ଏଥି ସହିତ ରାଜଧାନୀର ବରମୁଣ୍ଡା ବସଷ୍ଟାଣ୍ଡର ନବକଳେବର ନେଇ କ୍ୟାବିନେଟ ନିଷ୍ପତ୍ତି ନିଆଯାଇଛି। ବସଷ୍ଟାଣ୍ଡର ନବୀକରଣ ପାଇଁ ୧୬୦ କୋଟି ଟଙ୍କା ଖର୍ଚ୍ଚ ହେବ।୨ ବର୍ଷ ମଧ୍ୟରେ ବସଷ୍ଟାଣ୍ଡର ନବୀକରଣ କାର୍ଯ୍ୟ ଶେଷ ହେବ ପାଇଁ ସ୍ତିର କରାଯାଇଛି।
Popular Categories



