www.samajalive.in
Tuesday, December 9, 2025
17.1 C
Bhubaneswar

ବିଧାନସଭାରେ ୨୦୨୨-୨୩ ଆର୍ଥିକ ବର୍ଷ ଲାଗି ବଜେଟ ଉପସ୍ଥାପିତ – ରାଜ୍ୟର ଅଭିବୃଦ୍ଧି ହାର ୯ରୁ ୯.୫% ପ୍ରତିଶତ ଆକଳନ

ଭୁବନେଶ୍ୱର – ବିଧାନସଭାରେ ୨୦୨୨-୨୩ ଆର୍ଥିକ ବର୍ଷ ଲାଗି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବଜେଟ ଉପସ୍ଥାପନ କରିଛନ୍ତି ।

୨୦୨୨-୨୩ ଆର୍ଥିକ ବର୍ଷ ଲାଗି ରାଜ୍ୟର ଅଭିବୃଦ୍ଧି ହାର ୯ରୁ ୯.୫%ପ୍ରତିଶତ ଆକଳନ କରାଯାଇଛି ।

- Advertisement -

ବଜେଟର  ମୋଟ କାର୍ଯ୍ୟ ବ୍ୟୟ ପରିମାଣ  ପରିମାଣ୧.୧୦ ଲକ୍ଷ କୋଟି ଟଙ୍କା ଧାର୍ଯ୍ୟ କରାଯାଇଛି। କାମଚଳା ବଜେଟର ପରିମାଣ ଏକ ଲକ୍ଷ ୬ ହଜାର ୪୯୭ କୋଟି ଟଙ୍କା ଆକଳନ କରାଯାଇଛି । ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ରାଜ୍ୟର ଅଭିବୃଦ୍ଧି ହାର ଅଧିକ ରହିବ ବୋଲି ଅର୍ଥମନ୍ତ୍ରୀ ସୂଚନା ଦେଇଛନ୍ତି ।

ସ୍ୱାସ୍ଥ୍ୟ କ୍ଷେତ୍ର ପାଇଁ ବଜେଟରେ ୧୨ ହଜାର ୨୪୧ କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି । ସ୍ୱାସ୍ଥ୍ୟ କ୍ଷେତ୍ର ପାଇଁ ଖର୍ଚ୍ଚ ହେବ ମୋଟ ବଜେଟର ୬.୧ ପ୍ରତିଶତ ।

ମିଶନ ଶକ୍ତି କାର୍ଯ୍ୟକ୍ରମ ପାଇଁ ୨ ହଜାର କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି ।

ଜାତୀୟ ଗ୍ରାମୀଣ ଜୀବିକା ମିଶନ ନିମନ୍ତେ ୧ ହଜାର ୩୯ କୋଟି ଟଙ୍କା, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ମହାସଂଘ ପାଇଁ ୭୭୩ କୋଟି ଟଙ୍କା ଓ ମିଶନ ଶକ୍ତି ଗୃହ ନିର୍ମାଣ ପାଇଁ ୧୭୬ କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି ।

ପର୍ଯ୍ୟଟନ ସ୍ଥଳୀର ବିକାଶ ପାଇଁ ୧୫୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି ।

ବଜେଟରେ ଜଳଜୀବନ ମିଶନ ପାଇଁ ୬ ହଜାର କୋଟି ଟଙ୍କାର ବ୍ୟୟ ବରାଦ ରହିଛି ।

ସହରାଞ୍ଚଳ ସ୍ୱରେଜ ପ୍ରକଳ୍ପ ପାଇଁ ୧୩୮ କୋଟି ଟଙ୍କା ।

ସହରାଞ୍ଚଳ ପ୍ରଶାସନର ଉନ୍ନତି ପାଇଁ ୪୫୦ କୋଟି ଟଙ୍କା

ସ୍ମାର୍ଟ ସିଟି ପାଇଁ ୨୦୦ କୋଟି ଟଙ୍କା

କୁକୁଡା ଚାଷ ପାଇଁ ୮୭ କୋଟି ଟଙ୍କା

ଦୁଗ୍ଧ ଉତ୍ପାଦନ ଏବଂ ଅଭିବୃଦ୍ଧି ପାଇଁ ୩୧ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି ।

କୃଷକମାନଙ୍କର ସୁଧ ରିହାତି ବାବଦକୁ ୨୦୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି ।

 

ସମବାୟ ବ୍ୟାଙ୍କମାନଙ୍କୁ ଅଂଶଧନ ସହାୟତା ପାଇଁ ୧୫୦ କୋଟି ଟଙ୍କା

ବିଜୁ ଏକ୍ସପ୍ରେସ ପାଇଁ ୩୦୦ କୋଟି ଟଙ୍କା

ଅବଢା ଯୋଜନା ପାଇଁ ୧୪୦୮ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଥିବା ଅର୍ଥ ମନ୍ତ୍ରୀ ବିଧାନ ସଭାରେ ସୂଚନା ଦେଇଛନ୍ତି । 

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories