www.samajalive.in
Sunday, December 7, 2025
15.1 C
Bhubaneswar

ଶ୍ରୀଲଙ୍କାରେ ବୁର୍ଖା ଉପରେ ଲାଗିବ କଟକଣା, ବନ୍ଦ ହେବ ମଦ୍ରାସା

କଲୋମ୍ବୋ: ଶ୍ରୀଲଙ୍କା ନିଜ ଦେଶର ସୁରକ୍ଷାକୁ ଦୃଷ୍ଟିରେ ରଖି ବୁର୍ଖା ଉପରେ ପ୍ରତିବନ୍ଧକ ଲଗାଇବାକୁ ନିଷ୍ପତ୍ତି ନେଇଛି। ଖୁବଶୀଘ୍ର ଏହା କାର୍ଯ୍ୟକାରୀ ହେବ ବୋଲି  ଜଣାପଡ଼ିଛି। କେବଳ ଏତିକି ନୁହେଁ, ଦେଶରେ ଥିବା  ମଦ୍ରାସା ଏବଂ ଇସଲାମିକ୍‌  ସ୍କୁଲଗୁଡ଼ିକୁ ବନ୍ଦ କରିବାକୁ ମଧ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଦେଶରେ ବଢୁଥିବା କଠୋରପନ୍ଥୀଙ୍କୁ ଟାର୍ଗେଟ କରି ଏଭଳି ନିଷ୍ପତ୍ତିର ଆବଶ୍ୟକତା ରହିଥିବା ଜନସୁରକ୍ଷା ମନ୍ତ୍ରୀ ଶରଥ ଭୀରାସେଖରା କହିଛନ୍ତି।

ମନ୍ତ୍ରୀ ଭୀରାସେଖରା କହିଛନ୍ତି, କ୍ୟାବିନେଟ୍‌ ସହମତି ଲାଗି ସେ ଏହି ବିଧେୟକ ଉପରେ ଦସ୍ତଖତ କରିଛନ୍ତି। ବିଧେୟକରେ ରାଷ୍ଟ୍ରୀୟ ସୁରକ୍ଷାକୁ ଦୃଷ୍ଟିରେ ରଖି ମୁସଲମାନ ମହିଳାଙ୍କ ସମ୍ପୂର୍ଣ୍ଣ ଚେହେରାକୁ ଢାଙ୍କିବା ଲାଗି ବ୍ୟବହାର କରାଯାଉଥିବା ବୁର୍ଖା ଉପରେ କଟକଣା ଲଗାଇବାକୁ ମଞ୍ଜୁରୀ ଦେବା ଲାଗି ଦାବି କରାଯାଇଛି। କ୍ୟାବିଟେନରେ ଏହାକୁ ଅନୁମୋଦନ କରାଯିବା ପରେ ସଂସଦ ଆଇନରେ ପରିଣତ କରିପାରେ।

- Advertisement -

ମନ୍ତ୍ରୀ ଆହୁରି କହିଛନ୍ତି, ପ୍ରଥମେ ପ୍ରଥମେ ଦେଶରେ ମୁସଲମାନ ଯୁବତୀ ଏବଂ ମହିଳାମାନେ ବୁର୍ଖା ପିନ୍ଧୁ ନ ଥିଲେ। ବିଗତ ବର୍ଷଗୁଡ଼ିକରେ ଏହାର ପ୍ରଚଳନ ବୃଦ୍ଧି ପାଇଛି। ଏହାର ବଡ଼ କାରଣ ହେଉଛି ଦେଶରେ ଧାର୍ମିକ କଠୋରପନ୍ଥୀଙ୍କ ବୃଦ୍ଧି। ଅନେକ ଦେଶ ବୁର୍ଖା ଉପରେ ପ୍ରତିବନ୍ଧକ ଲଗାଇ ସାରିଛନ୍ତି। ନିକଟରେ ସ୍ବିଜରଲ୍ୟାଣ୍ଡ ବି ଜନମତ ଆଧାରରେ ବୁର୍ଖା ଉପରେ କଟକଣା ଲାଗୁ କରିଥିଲା।

ଭୀରାସେଖରାଙ୍କ କହିବା ଅନୁସାରେ, ଦେଶରେ ରାଷ୍ଟ୍ରୀୟ ଶିକ୍ଷା ନୀତିକୁ ଉପହାସ କରୁଥିବା ୧ ହଜାର ମଦ୍ରାସା ଏବଂ ଇସଲାମିକ ସ୍କୁଲ ଉପରେ ରୋକ୍‌ ଲଗାଯିବାକୁ ପ୍ରସ୍ତାବ ରହିଛି। କାହାକୁ ମନମୁତାବକ ଶିକ୍ଷା ଦେବାର ଅନୁମତି ଦିଆଯାଇ ପାରିବ ନାହିଁ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories