www.samajalive.in
Friday, December 12, 2025
14.1 C
Bhubaneswar

ସାଫ୍‌ ଫୁଟବଲ ପ୍ରତିଯୋଗିତା, ସେମିରେ ଭାରତ

ବାଙ୍ଗାଲୋର: ସାଫ୍‌ ଫୁଟବଲ ପ୍ରତିଯୋଗିତାର ୧୪ତମ ସଂସ୍କରଣରେ ଆୟୋଜକ ଭାରତ ସେମିଫାଇନାଲରେ ପ୍ରବେଶ କରିଛି। ଶନିବାର ଗ୍ରୁପ-ଏ ର ମ୍ୟାଚରେ ଭାରତ ୨-୦ ଗୋଲରେ ନେପାଳକୁ ପରାସ୍ତ କରି ସେମିଫାଇନାଲରେ ପହଞ୍ଚିଛି। ଭାରତ ବିଜୟରେ ଅଧିନାୟକ ସୁନୀଲ ଛେତ୍ରୀ ଓ ଏମ୍‌ ମହେଶ ସିଂହ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଗ୍ରୁପ-ଏ ରୁ ଭାରତ ଦୁଇଟି ମ୍ୟାଚରୁ ଦୁଇଟି ବିଜୟ ସହ ୬ ପଏଣ୍ଟ ପାଇ ଦ୍ବିତୀୟ ଓ କୁଏତ ସମାନ ସଂଖ୍ୟକ ମ୍ୟାଚ ଖେଳି ସମାନ ବିଜୟ ସହ ୬ ପଏଣ୍ଟ ପାଇ ଶୀର୍ଷ ସ୍ଥାନ ସହ ସେମିଫାଇନାଲ ଯୋଗ୍ୟତା ହାସଲ କରିଛନ୍ତି। ଅନ୍ୟପକ୍ଷରେ କ୍ରମାଗତ ଦୁଇଟି ପରାଜୟ ସହ ପାକିସ୍ତାନ ଓ ନେପାଳ ସେମିଫାଇନାଲରୁ ବାଦ୍‌ ପଡିଛନ୍ତି।

ପ୍ରଥମ ମ୍ୟାଚରେ ପାକିସ୍ତାନ ବିପକ୍ଷରେ ବଡ ବିଜୟ ହାସଲ କରିଥିବା ସୁନୀଲ ଛେତ୍ରୀଙ୍କ ନେତୃତ୍ବାଧିନ ଭାରତକୁ ପ୍ରତିପକ୍ଷ ନେପାଳ ପ୍ରାରମ୍ଭରୁ କଡା ଟକ୍କର ଦେଇଥିଲା। ୧୫ ମିନିଟ୍‌ରେ ଭାରତ ଗୋଲ ଦେବା ନେଇ ସୁଯୋଗ ପାଇଥିଲେ ମଧ୍ୟ ସାହାଲ ଅବଦୁଲ ସାମଦ ସୁଯୋଗକୁ ହାତଛଡ଼ା କରିଥିଲା। ୧୬ ମିନିଟ୍‌ରେ ଆକାଶ ମିଶ୍ରାଙ୍କ ଏକ ଚମତ୍କାର ପାସ୍‌କୁ ଅବଦୁଲ ଗୋଲରେ ପରିଣତ କରିବାରେ ବିଫଳ ହୋଇଥିଲେ। ୩୩ ମିନିଟ୍‌ରେ ଆଉ ଏକ ସୁଯୋଗ ହାତଛଡ଼ା କରିଥିଲା। ମନୀଷ ଦିଗଲଙ୍କ ପାସ୍‌କୁ ରୋହିତ କୁମାର ଗୋଲପୋଷ୍ଟ ବାହାରକୁ ମାରି ଦେଇଥିଲେ। ଉଭୟ ଦଳ ଏକାଧିକ ସୁଯୋଗ ପାଇଥିଲେ ମଧ୍ୟ କେହି କାହାରିକୁ ଗୋଲ ଦେଇପାରିନଥିଲେ। ପ୍ରଥମାର୍ଦ୍ଧ ଗୋଲଶୂନ୍ୟ ଭାବେ ଶେଷ ହୋଇଥିଲା। ଦ୍ବିତୀୟାର୍ଦ୍ଧରେ ଭାରତ ରଣନୀତି ବଦଳାଇ ଖେଳିଥିଲା। ୬୧ ମିନିଟ୍‌ରେ ଏମ୍‌ ମହେଶ ସିଂହଙ୍କ ଏକ ଚମତ୍କାର ପାସ୍‌କୁ ଅଧିନାୟକ ସୁନୀଲ ଛେତ୍ରୀ ଗୋଲରେ ପରିଣତ କରି ଦଳକୁ ୧-୦ରେ ଆଗୁଆ କରିଥିଲେ। ଛେତ୍ରୀଙ୍କ ଏହା ୯୧ତମ ଅନ୍ତର୍ଜାତୀୟ ଗୋଲ ରହିଥିଲା। ୭୦ ମିନିଟ୍‌ରେ ଭାରତ ଦ୍ବିତୀୟ ଗୋଲ ଦେଇଥିଲା। ଛେତ୍ରୀଙ୍କ ସଟ୍‌ ନେପାଳ ଗୋଲପୋଷ୍ଠ ବାର୍‌ରେ ବାଜି ଫେରି ଆସିଥିବାବେଳେ ମହେଶ ସିଂହ ଗୋଲରେ ପରିଣତ କରି ଭାରତକୁ ୨-୦ରେ ଆଗୁଆ କରିଥିଲେ। ନେପାଳ ଗୋଲ ବରାବର କରିବାକୁ ଉଦ୍ୟମ କରିଥିଲେ ମଧ୍ୟ ଭାରତ କୌଣସି ସୁଯୋଗ ଦେଇନଥିଲା। ଶେଷରେ ଭାରତ ମ୍ୟାଚକୁ ୨-୦ ଗୋଲରେ ଜିତିଥିଲା। ୨୭ରେ ଭାରତ ଶେଷ ଲିଗ୍‌ ମ୍ୟାଚ କୁଏତ ସହ ଖେଳିବ।

- Advertisement -

ସାଫ୍‌ ଫୁଟବଲ ପ୍ରତିଯୋଗିତାର ସେମିଫାଇନାଲରେ କୁଏତ ପ୍ରବେଶ କରିଛି। ଶନିବାର ଗ୍ରୁପ୍‌ ‘ଏ’ର ମ୍ୟାଚରେ କୁଏତ ୪-୦ ଗୋଲରେ ପାକିସ୍ତାନକୁ ପରାସ୍ତକରି ଏହି କୃତିତ୍ବ ହାସଲ କରିଛି। କୁଏତ କ୍ରମାଗତ ୨ୟ ବିଜୟ ସହ ୪ ପଏଣ୍ଟ ପାଇ ଗ୍ରୁପ୍‌ ‘ଏ’ର ୨ୟ ସ୍ଥାନରେ ରହି ସେମିଫାଇନାଲରେ ପହଞ୍ଚିଛି। ଅନ୍ୟପକ୍ଷରେ ପାକିସ୍ତାନ କ୍ରମାଗତ ୨ୟ ପରାଜୟ ସହ ସେମିଫାଇନାଲରୁ ବାଦ୍‌ ପଡିଛି। ପ୍ରଥମ ମ୍ୟାଚରେ ନେପାଳକୁ ୩-୧ ଗୋଲରେ ପରାସ୍ତ କରିଥିବା କୁଏତ୍‌ ମ୍ୟାଚ୍‌ ଜିତି ସେମିଫାଇନାଲରେ ପହଞ୍ଚିବା ଲକ୍ଷ୍ୟ ନେଇ ଖେଳିଥିଲା। କୁଏତ ପକ୍ଷରୁ ଅଲ୍ଲୀ ଫାନିନି ୧୭ ଓ ୪୫ ମିନିଟ୍‌ରେ ୨ଟି, ଅଲ୍ଲୀ ଇଞ୍ଜି ୧୦ ଓ ଅଲ୍ଲୀ ରସିଦ୍‌ ୬୯ ମିନିଟ୍‌ରେ ଗୋଟିଏ ଲେଖାଏଁ ଗୋଲ ଦେଇଥିଲେ। ୨୭ରେ କୁଏତ ଶେଷ ମ୍ୟାଚ ଭାରତ ସହ ଓ ପାକିସ୍ତାନ- ନେପାଳ ସହ ଖେଳିବ।

Hot this week

ଆଜିର : ରାଶିଫଳ,ଆପଣଙ୍କ ଅଶାନ୍ତିର ଅବସାନ ଘଟିବ

ମେଷ : ଅଶ୍ବିନୀ ଓ ଦ୍ବିଜା ନକ୍ଷତ୍ରଜାତ ବ୍ୟକ୍ତି ବିପଦମୁକ୍ତ ହୋଇପାରନ୍ତି।...

ସାମାନ୍ୟ କମିଲା ସୁନାଦର

ନୂଆଦିଲ୍ଲୀ-ଭାରତରେ ସୁନା ମୂଲ୍ୟ ହ୍ରାସ ପାଇଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର...

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

Related Articles

Popular Categories