www.samajalive.in
Monday, December 8, 2025
20.1 C
Bhubaneswar

ବିଜେପୁର ପାଇଁ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ପ୍ୟାକେଜ: ୩୪ ହଜାର ପକ୍କା ଘର

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ବାଚନ ପ୍ରତିଶୃତି କରିବା ଲାଗି ବିଜେପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ୩୪ ହଜାର କଚ୍ଚା ଘରକୁ ପକ୍କା ଘରରେ ପରିଣତ କରିବା ପାଇଁ ଘୋଷଣାରେ କରିଛନ୍ତି।

ଅନ୍ୟପକ୍ଷରେ ବରଗଡ଼ ଜିଲ୍ଲାର ୫୦୫ଟି ଗ୍ରାମର ୮ ଲକ୍ଷ ଲୋକଙ୍କୁ ପାନୀୟ ଜଳ ଯୋଗାଇ ଦେବାଲାଗି ୧୧୨୦ କୋଟି ଟଙ୍କା ବିନିଯୋଗରେ ଦୁଇଟି ବୃହତ ଜଳ ପ୍ରକଳ୍ପ କରାଯିବ। ଫଳରେ ବିଜେପୁର ନିର୍ବାଚନ ମଣ୍ଡଳୀର ସମସ୍ତ ଗ୍ରାମକୁ ଆଗାମୀ ଦୁଇ ବର୍ଷ ମଧ୍ୟରେ ପାଇପ ଜରିଆର ପାନୀୟ ଜଳ ଯୋଗାଇ ଦିଆଯିବ। ସେହିପରି ପାର୍ବତୀଗିରି ମେଗା ଉଠାଜଳସେଚନ ପ୍ରକଳ୍ପ ମାଧ୍ୟମରେ ଗାଇସିଲେଟ ବ୍ଲକର ବରୁମୁଣ୍ଡା ଗ୍ରାମ ପଞ୍ଚାୟତରେ ୪୮ କୋଟି ଟଙ୍କା ବ୍ୟୟ ଅଟକଳରେ ଏକ ବୃହତ ଉଠାଜଳସେଚନ ନୂଆ ପ୍ରକଳ୍ପ, ୨୯ଟି ରିଭର ଲିପ୍ଟ ପ୍ରକଳ୍ପ ଏବଂ ୩୦୦୦ ଗଭୀର ନଳକୂପ ପ୍ରକଳ୍ପ ପ୍ରତିଷ୍ଠା କରାଯିବ।

- Advertisement -

ଆସନ୍ତା ଦୁଇ ବର୍ଷ ମଧ୍ୟରେ ବିଜେପୁର ଏବଂ ବରପାଲିରେ ପାନୀୟ ଜଳ ଯୋଗାଣ, ରାସ୍ତାରେ ଆଲୁଅ ବ୍ୟବସ୍ଥା, ରାସ୍ତା, ଡ୍ରେନେଜ, ଟାଉନ ହଲ, କମ୍ୟୁନିଟି କେନ୍ଦ୍ର, କଲ୍ୟାଣ ମଣ୍ଡପ, ଷ୍ଟାଡିୟମ, ମାର୍କେଟ କମ୍ପେ୍ଳକ୍ସ, ପାର୍କ ଓ ଅଫିସ ବିଲଡିଂର ବିକାଶ ପାଇଁ ୪୦କୋଟି ଟଙ୍କା ଲେଖାଏଁ ବିନିଯୋଗ କରିବାକୁ ନିଷ୍ପତ୍ତି ହୋଇଛି। ଚାଷୀମାନଙ୍କୁ ନିରବଛିନ୍ନ ବିଦ୍ୟୁତ ଯୋଗାଣ ପାଇଁ ୩୩ କେ.ଭି ଓ ୧୧ କେ.ଭି ଲାଇନ ନିର୍ମାଣ ସହ ୫୦ଟି ନୂତନ ପରିବହନ ଟ୍ରାନ୍ସଫରମର ସ୍ଥାପନ କରାଯିବାକୁ ସ୍ଥିର ହୋଇଛି।

ଗାଇସିଲଟ ତହସିଲ ଅନ୍ତର୍ଗତ ଗୁଡ଼େରପାଲି, ତଳପାଲି ଏବଂ ଡାଙ୍ଗବାହାଲରେ ନୂତନ ୩ଟି ଆର.ଆଇ ସର୍କଲ, ବିଜେପୁର ବ୍ଲକର ତଳପଦରଠାର ଜନସ୍ୱାସ୍ଥ୍ୟ କେନ୍ଦ୍ର, ସରକାରୀ ଆଇଟିଆଇ ଓ ଦୁଇଟି ଦକ୍ଷତା ବିକାଶ କେନ୍ଦ୍ର ମଧ୍ୟ ଖୋଳାଯିବାକୁ ନିଷ୍ପତ୍ତି ନିଆଯାଇଛି।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

Related Articles

Popular Categories