www.samajalive.in
Monday, December 8, 2025
27.1 C
Bhubaneswar

କେଦାରନାଥରେ ଭିଆଇପି ଦର୍ଶନ ବନ୍ଦ

ରୁଦ୍ରପ୍ରୟାଗ : ଶ୍ରଦ୍ଧାଳୁଙ୍କ ଘୋର ବିରୋଧ ଯୋଗୁଁ କେଦାରନାଥରେ ଭିଆଇପି ଦର୍ଶନକୁ ବନ୍ଦ କରିଦିଆଯାଇଛି। ବଦ୍ରିନାଥ-କେଦାରନାଥ ମନ୍ଦିର ସମିତି (ବିକେଟିସି) ପକ୍ଷରୁ ରବିବାର ଏହି ଘୋଷଣା କରାଯାଇଛି। ନିଷ୍ପତ୍ତି ଅନୁସାରେ ଭିଆଇପିଙ୍କ ପାଇଁ ମନ୍ଦିରରେ ଆଉ ସ୍ୱତନ୍ତ୍ର ଦର୍ଶନ ଲାଗି ୨୧୦୦ ଟଙ୍କାର ସ୍ୱତନ୍ତ୍ର ରସିଦ୍‍ କଟାଯିବ ନାହିଁ। ପ୍ରକାଶ ଯେ ବାବାଙ୍କ ଦର୍ଶନ ପାଇଁ ଭିଆଇପିଙ୍କୁ ବିଶେଷ ସୁବିଧା ପ୍ରଦାନ କରାଯାଉଥିଲା ଓ ଏଥିପାଇଁ ସେମାନଙ୍କୁ ୨୧୦୦ ଟଙ୍କାର ସ୍ୱତନ୍ତ୍ର ରସିଦ୍‍ କାଟିବାକୁ ପଡୁଥିଲା।
ଫଳରେ ବିଶେଷ ଦର୍ଶନ ପାଇଁ ସ୍ୱତନ୍ତ୍ର ରସିଦ୍‍ କାଟୁଥିବା ଭିଆଇପି ଶ୍ରଦ୍ଧାଳୁଙ୍କୁ ଏବେ ଘଣ୍ଟା ଘଣ୍ଟା ଧରି ଧାଡ଼ି ଲଗାଇବାକୁ ପଡ଼ିବ। ତେବେ ପ୍ରୋଟକଲର ଆସୁଥିବା ଶ୍ରଦ୍ଧାଳୁ କେବଳ ଭିଆଇପି ଦର୍ଶନ କରିପାରିବ ବୋଲି ବିକେଟିସି ସୂଚନା ଦେଇଛି। ସୂଚନା ଅନୁସାରେ ୧୦ ଦିନ ହେବ କେଦାରନାଥରେ ଶ୍ରଦ୍ଧାଳୁଙ୍କ ସଂଖ୍ୟା ବଢି ଚାଲିଛି। ବାବାଙ୍କ ଦର୍ଶନ ପାଇଁ ଲୋକ ରାତି ୨ଟାରୁ ଧାଡ଼ି ଲଗାଉଥିଲେ ବି ସକାଳ ପର୍ଯ୍ୟନ୍ତ ମନ୍ଦିର ପାଖରେ ପହଞ୍ଚି ପାରୁନାହାନ୍ତି।

Hot this week

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

Related Articles

Popular Categories