www.samajalive.in
Tuesday, December 9, 2025
15.1 C
Bhubaneswar

ମାତୃହନ୍ତା ପୁତ୍ରକୁ ଆଜୀବନ କାରାଦଣ୍ଡାଦେଶ

ସୁନ୍ଦରଗଡ଼/ରାଉରକେଲା : ଆଜି ରାଉରକେଲା ପ୍ରଥମ ଅତିରିକ୍ତ ଜିଲା ଦୌରାଜଜ୍‍ ଦୀପକ କୁମାର ୨୦୧୮ ମସିହାରେ ସଂଗଠିତ ଏକ ମାତୃ ହତ୍ୟା ଘଟଣାର ବିଚାର କରି ଅଭିଯୁକ୍ତ ପୁତ୍ରକୁ ଆଜୀବନ କାରାଦଣ୍ଡାଦେଶରେ ଦଣ୍ଡିତ କରିବା ସହ ଜୋରିମାନା ଆଦାୟ ପାଇଁ ଆଦେଶ ଦେଇଛନ୍ତି । ଅଦାଲତର ଏହି ଫଇସଲା ରାଉରକେଲା ସେକ୍ଟର-୭ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି । ମକୋଦ୍ଦମାର ବିବରଣୀରୁ ପ୍ରକାଶ, ସେକ୍ଟର-୭ ମହିମା ଆଶ୍ରମ ବସ୍ତିରେ ଅଭିଯୁକ୍ତ ସନ୍ତୋଷ କୁମାର ପଞ୍ଚଭାୟା ଓ ତାଙ୍କ ପତ୍ନୀ, ପିଲାମାନଙ୍କ ସହ ତାଙ୍କ ମା ବୁଇ ପଞ୍ଚଭାୟା ରହି ଆସୁଥିଲେ। ମାତ୍ର ସନ୍ତୋଷ ବିଭିନ୍ନ ସମୟରେ ମଦ୍ୟପାନ କରି ଗାଳିଗୁଳଜ କରିବା ସହ ପରିବାର ବର୍ଗଙ୍କୁ ବିଭିନ୍ନ ପ୍ରକାର ହଇରାଣ ହରକତ କରୁଥିବାରୁ ସନ୍ତୋଷଙ୍କ ପତ୍ନୀ ଓ ପିଲାମାନେ ଘଟଣାର ଏକ ମାସ ପୂର୍ବରୁ ନିଜ ବାପାଘରକୁ ଚାଲିଯାଇଥିଲେ । ଏହି ସମୟରେ କେବଳ ଅଭିଯୁକ୍ତ ସନ୍ତୋଷ ଓ ତାଙ୍କ ମା ବୁଇ ରହୁଥିଲେ କିନ୍ତୁ ପତ୍ନୀ ପିଲାମାନେ ବାପଘରକୁ ଚାଲି ଯିବା ପରେ ମଧ୍ୟ ସନ୍ତୋଷ ନିଜ ପ୍ରକୃତିରୁ ନିବୃତ୍ତ ରହିବା ପରିବର୍ତ୍ତେ କୁଆଡ଼େ ଅତ୍ୟଧିକ ମଦ୍ୟପାନ କରି ନିଜ ମାଙ୍କ ସହ ମଧ୍ୟ ପାଟିତୁଣ୍ଡ, ଗଣ୍ଡଗୋଳ ଓ ମାରପିଟ କରୁଥିଲା । ଏପରିକି ଘଟଣାର ଦୁଇ ଦିନ ପୂର୍ବରୁ ଆଖପାଖର ଲୋକ ଓ ନିଜ ଭଉଣୀକୁ ମଧ୍ୟ କୁଆଡ଼େ ସନ୍ତୋଷ ଗାଳିଗୁଳଜ କରିଥିଲା । ଗତ ୧୯.୨.୨୦୧୮ ଦିନ ସନ୍ତୋଷଙ୍କ ବଡ଼ଭାଇ ଚିତ୍ତରଞ୍ଜନ ପଞ୍ଚଭାୟା ଖବର ପାଇଲେ ଯେ, ତାଙ୍କ ମାକୁ ମାରି ସନ୍ତୋଷ ଫେରାର ହୋଇଯାଇଛି । ସେ ମହିମା ଆଶ୍ରମ ବସ୍ତିରେ ପହଞ୍ଚି ଖଟ ଉପରେ ମାଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତ ଶରୀରକୁ ଦେଖିଥିଲେ । ସେହି ଦିନ ହିଁ ସେ ସେକ୍ଟର-୭ଥାନାରେ ଏ ସଂପର୍କରେ ଏକ ଏତଲା ଦେବାରୁ ପୁଲିସ ଶବକୁ ବ୍ୟବଛେଦ ପାଇଁ ପଠାଇ ଏକ ହତ୍ୟା ମାମଲା ରୁଜୁ କରି ଅଭିଯୁକ୍ତ ସନ୍ତୋଷକୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ ଓ ପରବର୍ତ୍ତୀ ସମୟରେ ଅଭିଯୁକ୍ତ ସନ୍ତୋଷ ବିରୋଧରେ ଅଭିଯୋଗ ପତ୍ର ଅଦାଲତରେ ଦାଖଲ କରିଥିଲେ । ଶୁଣାଣି ସମୟରେ ଡାକ୍ତର ସମେତ ୧୨ଜଣ ସାକ୍ଷୀଙ୍କ ବୟାନ ଓ ୧୮ଟି ଦସ୍ତାବିଜ ଅଦାଲତରେ ପେଶ କରାଯିବା ସହ ପାରିପାଶ୍ୱିର୍କ ଅବସ୍ଥାକୁ ଗୁରୁତ୍ୱ ଦେବା ପାଇଁ ମକଦ୍ଦମା ପରିଚାଳନା କରୁଥିବା ଅତିରିକ୍ତ ପବ୍ଲିକ ପ୍ରୋସିକ୍ୟୁଟର ସତ୍ୟନାରାୟଣ ମହାପାତ୍ର ଅଦାଲତରେ ଦୃଢ଼ ଯୁକ୍ତି ଉପସ୍ଥାପନ କରିଥିଲେ । ପ୍ରଥମ ଅତିରିକ୍ତ ଜିଲା ଦୌରାଜଜ୍‍ କୁମାର ସାକ୍ଷୀଙ୍କ ବୟାନ, ଦସ୍ତାବିଜ ଓ ପାରିପାଶ୍ୱିର୍କ ଅବସ୍ଥାର ସ୍ଥିତିକୁ ହୃଦୟଙ୍ଗମ ଓ ଗ୍ରହଣ କରି ଅଭିଯୁକ୍ତ ମାତୃହନ୍ତା ପୁତ୍ର ସନ୍ତୋଷକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିବା ସହ ୧୦ହଜାର ଟଙ୍କା ଜୋରିମାନା ଦେବାକୁ ନିଜ ରାୟରେ ଉଲ୍ଲେଖ କରି ଜୋରିମାନା ଅନାଦୟ ଅଭିଯୁକ୍ତଙ୍କୁ ୨ବର୍ଷ ସଶ୍ରମ କାରାଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ସ୍ପଷ୍ଟ କରିଛନ୍ତି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories