www.samajalive.in
Sunday, December 7, 2025
15.1 C
Bhubaneswar

ପୃଥିବୀ ଆଡକୁ ମାଡିଆସୁଛି ସୌର ଝଡ; ଟେଲଫୋନ ଓ ଜିପିଏସ ସଙ୍କେତ ପ୍ରେରଣ ବ୍ୟାହତ ହେବ

ୱାଶିଂଟନ: ଏକ ଶକ୍ତିଶାଳୀ ସୌର ଝଡ ପୃଥିବୀ ଆଡକୁ ମାଡିଆସୁଛି। ଘଣ୍ଟାକୁ ୧.୬ ନିୟୁତ କିଲୋମିଟର ବେଗରେ ଆସୁଥିବା ଏହି ଝଡ ଆଜି ଅର୍ଥାତ ସୋମବାର ପୃଥିବୀ ପୃଷ୍ଠ ଉପରେ ପ୍ରଭାବ ପକାଇବାକୁ ଯାଉଛି। ଏହାର ପ୍ରଭାବରେ ମୋବାଇଲ ଟେଲିଫୋନ ଏବଂ ଜିପିଏସ ସଙ୍କେତ ପ୍ରେରଣ ପ୍ରଭାବିତ ହେବାକୁ ଯାଉଛି। ବୈଜ୍ଞାନିକମାନେ କହିଛନ୍ତି ଯେ ସୂର‌୍ୟ୍ୟର ପରିବେଶରୁ ଏହି ଝଡ ସୃଷ୍ଟି ହୋଇଛି ଏବଂ ଏହାର ପ୍ରଭାବରେ ଅତ୍ୟୁଚ୍ଚ ଅରୋରା ସୃଷ୍ଟି ହେବ। ଏହା ପୃଥିବୀର ଚୁମ୍ବକୀୟ କ୍ଷେତ୍ରକୁ ପ୍ରଭାବିତ କରିବ।
ଆମେରିକାର ମହାକାଶ ପାଣିପାଗ ପୂର୍ବାନୁମାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ ଏହି ସୌର ଝଡ ସୂର‌୍ୟ୍ୟକିରଣ ପଡୁଥିବା ପୃଥିବୀ ପୃଷ୍ଠରେ ଏକ ଉପ ସୌର ସ୍ଥଳରେ କେନ୍ଦ୍ରୀଭୂତ ହେବ। ଏଥିରୁ ହେଉଥିବା ଶକ୍ତିଶାଳୀ ବିକିରଣ ଦ୍ୱାରା ବେତାର ତରଙ୍ଗରେ ଗୁରୁତର ବ୍ୟାଘାତ ସୃଷ୍ଟିହେବ। ନାସା ପକ୍ଷରୁ ଏକ ବିବୃତିରେ କୁହାଯାଇଛି ଯେ ଏହି ସୌର ଝଡ ପ୍ରଭାବରେ ପୃଥିବୀ ପୃଷ୍ଠରେ ବେତାର ଯୋଗାଯୋଗ ବ୍ୟାହତ ହେବା ସହିତ ପୃଥିବୀ ବାୟୁମଣ୍ଡଳ ଉପରେ ଥିବା କୃତ୍ରିମ ଉପଗ୍ରହଗୁଡିକ ମଧ୍ୟ ପ୍ରଭାବିତ ହେବା ଆଶଙ୍କା ରହିଛି। ବିଶେଷଜ୍ଞମାନେ କହିଛନ୍ତି, ଏହା ପ୍ରଭାବରେ ମୋବାଇଲ ଫୋନ ସଙ୍କେତ, ସାଟେଲାଇଟ ଟେଲିଭିଜନ, ଜିପିଏସ ସଙ୍କେତ ଆଦି ବ୍ୟାହତ ହେବ ଏବଂ ଅଧିକ ବିଦ୍ୟୁତ ସ୍ରୋତ ପ୍ରବାହିତ ହେଉଥିବା ଟ୍ରାନ୍ସଫର୍ମରଗୁଡିକ ଫାଟିଯିବା ଆଶଙ୍କା ରହିଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories