www.samajalive.in
Monday, December 8, 2025
20.1 C
Bhubaneswar

ସାବଧାନ! ସୋସିଆଲ ମିଡିଆର ବହୁଳ ବ୍ୟବହାର ଆପଣଙ୍କୁ କରିପାରେ ମାନସିକ ରୋଗୀ…

ନୂଆଦିଲ୍ଲୀ : ବର୍ତ୍ତମାନର ଇଣ୍ଟରନେଟ ଯୁଗରେ ଅଧିକାଂଶ ଲୋକେ ବହୁଳ ମାତ୍ରାରେ ସାମାଜିକ ଗଣମାଧ୍ୟମ(ସୋସିଆଲ ମିଡିଆ)ର ବ୍ୟବହାର କରୁଥିବା ଦେଖାଯାଉଛି। ସାଧାରଣତଃ ଲୋକମାନେ ହ୍ବାଟ୍ସଆପ୍, ଫେସବୁକ, ଟିକଟକ୍ ଏବଂ ଇନଷ୍ଟାଗ୍ରାମ ଭଳି ସାମଜିକ ଗଣମାଧ୍ୟମ(ସୋସିଆଲ ମିଡିଆ) ମୋବାଇଲ ଆପର ବହୁଳ ବ୍ୟବହାର କରୁଛନ୍ତି। ଏହି ଆପଗୁଡିକ ମାଧ୍ୟମରେ ଫଟୋ ଏବଂ ଭିଡିଓ ସେୟାର କରିବା ବହୁତ ସହଜ ହେଉଛି। ଯେଉଁଥିପାଇଁ ଅଧିକାଂଶ ଲୋକେ ଏହି ଆପକୁ ବ୍ୟବହାର କରୁଛନ୍ତି।

କିନ୍ତୁ କ‘ଣ ଆପଣ ଜାଣନ୍ତି ଅତ୍ୟଧିକ ମାତ୍ରାରେ ସାମାଜିକ ଗଣମାଧ୍ୟମ(ସୋସିଆଲ ମିଡିଆ) ବା ଏହିଭଳି ଆପ୍ ଗୁଡିକର ବହୁଳ ବ୍ୟବହାର ଆପଣଙ୍କୁ ଭବିଷ୍ୟତରେ ମାନସିକ ରୋଗର ଶିକାର କରିପାରେ। ଯଦି ଜାଣି ନାହାନ୍ତି ତେବେ ଜାଣି ରଖନ୍ତୁ ଏହି ଆପର ଅତ୍ୟଧିକ ବ୍ୟବହାର ଆପଣଙ୍କୁ ଭବିଷ୍ୟତରେ ମାନସିକ ରୋଗୀ କରିପାରେ।

- Advertisement -
pic courtesy-B&T

ରିପୋର୍ଟ ଅନୁସାରେ, ଯେଉଁ ବ୍ୟକ୍ତି ଅଧିକାଂଶ ସମୟ ସାମାଜିକ ଗଣମାଧ୍ୟମ (ସୋସିଆଲ ମିଡିଆ)ର ବ୍ୟବହାର କରିଥାନ୍ତି, ସେମାନେ ମାନସିକ ରୋଗଗ୍ରସ୍ତ ହୋଇପାରନ୍ତି। ବିଶେଷଜ୍ଞଙ୍କ କହିବା ଅନୁସାରେ ଯେଉଁ ବ୍ୟକ୍ତି କ୍ରମାଗତ ଏକ ଘଣ୍ଟାରୁ ଅଧିକ ସୋସିଆଲ ମିଡିଆର ବ୍ୟବହାର କରିଥାନ୍ତି ସେମାନେ ଖୁବଶୀଘ୍ର ମାନସିକ ରୋଗାଗ୍ରସ୍ତ ହୋଇଯିବେ।
ଏମ୍ସର ଡାକ୍ତର ଯତନ ପାଲଙ୍କ କହିବା ଅନୁସାରେ, ୱେବ ସିରିଜ, ଗେମ ଭଳି ଆପଗୁଡିକ ଯେଉଁ ଆପରୁ ପଇସା ରୋଜଗାର କରିହେଉଛି ସେହିଭଳି ଆପ୍ ଲୋକମାନଙ୍କୁ ଅଧିକ ରୋଗାଗ୍ରସ୍ଥ କରୁଛି। ଏହାଦ୍ବାରା ଲୋକମାନେ ଅବସାଦ ଏବଂ ସ୍ମୃତିହିନତା ଭଳି ରୋଗର ଶିକାର ହୋଇଥାନ୍ତି। ବିଶେଷକରି ଅଧିକାଂଶ ୧୪ବର୍ଷରୁ ୨୪ବର୍ଷ ମଧ୍ୟ ଯୁବକ-ଯୁବତୀ ମାନସିକ ରୋଗର ଶିକାର ହେଉଥିବା ଦେଖାଯାଉଛି।

Hot this week

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

Related Articles

Popular Categories