www.samajalive.in
Monday, December 8, 2025
20.1 C
Bhubaneswar

ହରଭଙ୍ଗାର ବିଭିନ୍ନ ସ୍ଥାନରେ ପ୍ରଭୁଙ୍କ ସ୍ନାନଯାତ୍ରା

ହରଭଙ୍ଗା : ହରଭଙ୍ଗା ବ୍ଲକର ବିଭିନ୍ନ ଜଗନ୍ନାଥ ମନ୍ଦିରରେ ମଙ୍ଗଳବାର ମହାପ୍ରଭୁଙ୍କ ସ୍ନାନପୂର୍ଣ୍ଣିମା ପାଳିତ ହୋଇଯାଇଛି। ଏହି ଅବସରରେ ହରଭଙ୍ଗା ବ୍ଲକର ଚାରିଛକ ସ୍ଥିତ ଠିଡିକାଜୋର ଜଗନ୍ନାଥ ମନ୍ଦିରରେ ଦେବସ୍ନାନ ପୂର୍ଣ୍ଣିମା ଓ ମହାପ୍ରଭୁଙ୍କ ଗଜାନନ ବେଶ ମହାଆଡମ୍ବରରେ ପାଳିତ ହୋଇଯାଇଛି । ପ୍ରଥମେ ଭୋର ୪ଘଣ୍ଟା ସମୟରେ ମନ୍ଦିର ଦ୍ଵାର ଫିଟା, ଅବକାଶ ନୀତି ପରେ ସକାଳ ୬ ଘଣ୍ଟା ସମୟରେ ବାଳ ଭୋଗ ଓ ମଙ୍ଗଳ ଆଳତି କରାଯାଇଥିଲା । ତାପରେ ନାମ ସଂକୀର୍ତ୍ତନ ସହିତ ଧଳପୁର ସ୍ଥିତ ମହାନଦୀ ଘାଟରୁ ପାରମ୍ପରିକ ପୂଜାର୍ଚ୍ଚନା ପରେ ସଙ୍କଳ୍ପ କରାଯାଇ ଜଳ ଅଣାଯାଇଥିଲା । ମନ୍ଦିରରେ ଜଳ ପହଞ୍ଚିବା ପରେ ରତ୍ନସିଂହାସନରୁ ପହଣ୍ଡି କରାଯାଇ ଠାକୁରଙ୍କୁ ସ୍ନାନବେଦୀରେ ବିଜେ କରାଯାଇଥିଲା। ହୋମକାର୍ଯ୍ୟ ସମ୍ପାଦାନ ପରେ ନାମ ସଂକୀର୍ତ୍ତନ ସହିତ ସମ୍ପୂର୍ଣ୍ଣ ଆଧ୍ୟାତ୍ମିକ ପରିବେଶରେ ମନ୍ତ୍ରପାଠ ମଧ୍ୟରେ ଠାକୁରଙ୍କୁ ୧୦୮ ଗରା ସୁବାସିତ ଜଳରେ ସୁଦର୍ଶନ-୧୮, ବଳଭଦ୍ର-୩୩, ସୁଭଦ୍ରା-୨୨, ଜଗନ୍ନାଥ-୩୫ ସ୍ନାନନୀତି ସମାପନ ପରେ ମହାପ୍ରଭୁ ଭକ୍ତମାନଙ୍କୁ ଗଜାନନ ବେଶରେ ଦର୍ଶନ ଦେଇଥିଲେ। ଏହି କାର୍ଯ୍ୟକୁ ଜିତେନ୍ଦ୍ର କୁମାର ଦାଶ, ବାମଦେବ ଦାଶ, ସନ୍ତୋଷ ପ୍ରଣିଗ୍ରାହୀ ଓ ରଥାଙ୍କ ପାଢ଼ୀଙ୍କ ଦ୍ଵାରା ଯଥା ରିତିନୀତିରେ ସମ୍ପୂର୍ଣ୍ଣ ହୋଇଥିବା ବେଳେ ସିକନ ନାୟକ, ଏସ ସାତ୍ରୀ ପାତ୍ର, କମିଟି ସଭାପତି କୃଷ୍ଣଚନ୍ଦ୍ର ମଲ୍ଲିକ, ଅର୍ଜୁନ କହଁର, ଦୁର୍ୟୋଧନ ସାହୁ ପ୍ରମୁଖ କମିଟି ସଦସ୍ୟ ଉପସ୍ଥିତ ଥିଲେ।

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories