www.samajalive.in
Monday, December 8, 2025
27.1 C
Bhubaneswar

ସବୁଦିନ ହେଉଛି କି ନେଟୱର୍କ ସମସ୍ୟା ? ଚୁଟ୍‌କିରେ କରନ୍ତୁ ସମାଧାନ..

ନୂଆଦିଲ୍ଲୀ : ଅନେକ ଲୋକେ ଅଧିକାଂଶ ସମୟରେ ନିଜ ଫୋନରେ ନେଟୱର୍କ ସମସ୍ୟା କାରଣରୁ ଚିନ୍ତିତ ରହି ଥାଆନ୍ତି। ତେବେ ଏବେ ଆଉ ଚିନ୍ତା ନାହିଁ। ଅନେକ ଲୋକଙ୍କ ନିକଟରେ ମହଙ୍ଗା ଓ ଭଲ ସ୍ମାର୍ଟ ଫୋନ୍ ଅଛି ମାତ୍ର ନେଟୱର୍କ ପାଇଁ ସେମାନେ ଚିନ୍ତିତ ରହି ଥାଆନ୍ତି। କେତେକ ସମୟରେ ନେଟୱର୍କ ସମସ୍ୟା ଟାୱାର କାରଣ ପାଇଁ ହୋଇଥାଏ। ସେହିଭଳି କେତେକ ସମୟରେ ଟେଲିକମ୍ କମ୍ପାନୀ ପାଇଁ ମଧ୍ୟ ହୋଇଥାଏ। କେତେକ ସମୟରେ ମୋବାଇଲ ସେଟିଙ୍ଗ କାରଣରୁ ନେଟୱର୍କରେ ସମସ୍ୟା ଦେଖାଯାଏ। ଜାଣନ୍ତୁ କିଭଳି ଏହି ସମସ୍ୟାକୁ ଦୂର କରି ପାରିବେ..

ଫୋନ୍ ସେଟିଙ୍ଗ୍ –
ସର୍ବପ୍ରଥମେ ନିଜ ଫୋନକୁ ରିଷ୍ଟାର୍ଟ କରନ୍ତୁ। ଏହି ସରଳ ଉପାୟ ଅନେକ ସମୟରେ ନେଟୱର୍କ ସମସ୍ୟାକୁ ଦୂର କରିଥାଏ।
କିଛି ସେକେଣ୍ଡ ପାଇଁ ଫ୍ଲାଇଟ୍ ମୋଡ୍ ରେ ରଖନ୍ତୁ। ଏହାଦ୍ୱାରା ମଧ୍ୟ ନେଟୱର୍କ ସମସ୍ୟା ଦୂର ହୋଇଥାଏ।
ନେଟୱର୍କ ସେଟିଂ ରିସେଟ୍ : ଆଣ୍ଡ୍ରଏଡ୍: ସେଟିଂସ > ସିଷ୍ଟମ୍> ରିସେଟ୍ ବିକଳ୍ପ> ନେଟୱର୍କ ସେଟିଂସ ରିସେଟ୍ କରନ୍ତୁ..

- Advertisement -

ଆଇଫୋନ୍: ସେଟିଂସ > ଜେନେରାଲ୍ > ରିସେଟ୍ ନେଟୱର୍କ ସେଟିଂସ> ରିସେଟ୍

ସିମ୍ କାର୍ଡ ଯାଞ୍ଚ
ସିମ୍ କାର୍ଡକୁ ବାହାର କରି ପୁଣି ଫୋନ୍ ରେ ପକାନ୍ତୁ। ସିମ୍ କାର୍ଡକୁ ସଫା ମଧ୍ୟ କରନ୍ତୁ।
ସିମ୍ କାର୍ଡ ଅଧିକ ପୁରୁଣା ହୋଇଗଲେ ଏହାକୁ ବଦଳାନ୍ତୁ।

ନେଟୱର୍କ ଅପରେଟର ସେଟିଙ୍ଗ ଯାଞ୍ଚ

ସେଟିଙ୍ଗ> ମୋବାଇଲ ନେଟୱର୍କ > ନେଟୱର୍କ ଅପରେଟର>ନେଟୱର୍କକୁ ମାନୁଆଲୀ ଚୟନ କରନ୍ତୁ
ସ୍ୱୟଂଚାଳିତ ନେଟୱର୍କ ଚୟନ: ସେଟିଂସ> ମୋବାଇଲ୍ ନେଟୱର୍କ> ନେଟୱର୍କ ଅପରେଟର> ସ୍ୱୟଂଚାଳିତ ଚୟନ କରନ୍ତୁ

ଏପିଏନ ସେଟିଂସ ଯାଞ୍ଚ କରନ୍ତୁ
ଏପିଏନ ସେଟିଂସ: ସେଟିଂସ > ମୋବାଇଲ୍ ନେଟୱର୍କ> ଆକ୍ସେସ୍ ପଏଣ୍ଟ ନେମ୍ସ >  ଆପଣଙ୍କର ନେଟୱର୍କ ପ୍ରଦାନକାରୀ ପାଇଁ ସଠିକ୍ ଏପିଏନ ସେଟିଙ୍ଗ୍ ନିଶ୍ଚିତ କରନ୍ତୁ
ସଫ୍ଟୱେର୍ ଅପଡେଟ୍: ସେଟିଂସ > ସିଷ୍ଟମ୍> ସିଷ୍ଟମ୍ ଅପଡେଟ୍> ଅପଡେଟ୍ ଉପଲବ୍ଧ ଥିଲେ, ଏହାକୁ ଇନଷ୍ଟଲ୍ କରନ୍ତୁ

ପଶ୍ଚିମବଙ୍ଗ ଟ୍ରେନ୍ ଟ୍ରାଜେଡିରେ ବଢି ଚାଲିଛି ମୃତ୍ୟୁ ସଂଖ୍ୟା; ଏଯାଏଁ ୧୫ ମୃତ

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories