www.samajalive.in
Tuesday, December 9, 2025
16.1 C
Bhubaneswar

ଘାସ ଥିବା ସତ୍ତ୍ବେ ଚେନ୍ନଇ ପିଚ୍‌ ଧିମା ରହିବ

ଚେନ୍ନଇ : ସ୍ଥାନୀୟ ଏମ୍.ଏ. ଚିଦମ୍ବରମ୍ ଷ୍ଟାଡିୟମ୍‌ରେ ଫେବୃଆରୀ ୫ରୁ ଇଂଲଣ୍ଡ ବିପକ୍ଷରେ ଘରୋଇ ଭାରତ ପ୍ରଥମ ଟେଷ୍ଟମ୍ୟାଚ୍‌ ଖେଳିବ। ଏହି ଷ୍ଟାଡିୟମ୍‌ରେ ମଧ୍ୟ ଉଭୟ ଦଳଙ୍କ ମଧ୍ୟରେ ଫେବୃଆରୀ ୧୩ରୁ ୨ୟ ଟେଷ୍ଟମ୍ୟାଚ୍‌ ଖେଳାଯିବ। ଚେନ୍ନଇରେ ୨ଟିଯାକ ଟେଷ୍ଟ ପାଇଁ ୫ଟି ପିଚ୍ ପ୍ରସ୍ତୁତ କରାଯାଇଛି। କେଉଁ ଟେଷ୍ଟମ୍ୟାଚ୍‌ କେଉଁ ପିଚ୍‌ରେ ଖେଳାଯିବ; ତାହା ନିର୍ଦ୍ଧାରଣ ହୋଇନାହିଁ। ତେବେ ସମସ୍ତ ୫ଟି ପିଚ୍‌ ଏକା ପ୍ରକାରର ବୋଲି କ୍ୟୁରେଟର କହିଛନ୍ତି। ପିଚ୍‌ରେ ଘାସ ଥିଲେ ମଧ୍ୟ ଏହା ଧିମା ରହିବ ବୋଲି କ୍ୟୁରେଟର କହିଛନ୍ତି।
ଅଷ୍ଟ୍ରେଲିଆରେ ଅଧିକ ବାଉନ୍‌ସ ଓ ଗତି ଥିବା ପିଚ୍‌ରେ ଖେଳି ଭାରତ ସିରିଜ୍ ଜିତିଥିଲେ ହେଁ ଚେନ୍ନଇ ପିଚ୍‌ ସମ୍ପୂର୍ଣ୍ଣ ଭିନ୍ନ ରହିବ। କମ୍ ଗତି ଯୋଗୁଁ ଏହି ପିଚ୍‌ରେ ଷ୍ଟ୍ରୋକ୍‌ ଖେଳିବା ସହଜ ହେବନାହିଁ। କୋଭିଡ୍‌-୧୯ ଯୋଗୁଁ ବେଶ୍ କିଛିମାସ ହେଲା ଏମ୍.ଏ. ଚିଦମ୍ବରମ୍ ଷ୍ଟାଡିୟମ୍‌ରେ କ୍ରିକେଟ୍‌ ଖେଳା ଯାଇନଥିବାରୁ ଏହା ଧିମା ରହିବ। ତେବେ ପିଚ୍‌କୁ ନିର୍ଜୀବ ହେବାକୁ ନ ଦେବା ଲାଗି ଏଥିରେ ଅଳ୍ପ ଘାସ ଛଡ଼ାଯାଇଛି। ଏହାର ମାନେ ନୁହେଁ ଯେ ପେସ୍ ବୋଲର ଏଥିରେ ବଲ୍‌ ସିମ୍ କରିପାରିବେ। ଚେନ୍ନଇର ଅଦ୍ୟାବଧି ଭାରତ ଓ ଇଂଲଣ୍ଡ ମଧ୍ୟରେ ୯ଟି ଟେଷ୍ଟମ୍ୟାଚ୍‌ ଖେଳାଯାଇଛି। ଏଥିରୁ ଭାରତ ୫ଟି ଓ ଇଂଲଣ୍ଡ ୩ଟି ଜିତିଛି। ୧୯୮୫ରେ ଶେଷଥର ଇଂଲଣ୍ଡ ଏଠାରେ ଜିତିଥିଲା। ଏହା ପରଠାରୁ କ୍ରମାଗତ ୩ଟି ଟେଷ୍ଟମ୍ୟାଚ୍‌ରେ ଭାରତ ବିଜୟୀ ହୋଇଛି। ୧୯୯୯ରେ ଶେଷଥର ଭାରତ ଏଠାରେ ପରାସ୍ତ ହୋଇଥିଲା। ପାକିସ୍ତାନ ମାତ୍ର ୧୨ ରନ୍‌ରେ ଭାରତକୁ ପରାସ୍ତ କରିଥିଲା। ୨୦୧୬ରେ ଚେନ୍ନଇରେ ଭାରତ-ଇଂଲଣ୍ଡ ଟେଷ୍ଟମ୍ୟାଚ୍‌ ଖେଳା ଯାଇଥିଲା। କରୁଣ ନାୟାରଙ୍କ ଅପରାଜିତ ୩୦୩ ଓ କେ.ଏଲ୍‌. ରାହୁଲଙ୍କ ୧୯୯ ରନ୍ ବଳରେ ଭାରତ ୭ ୱିକେଟରେ ବିଶାଳ ୭୫୯ ରନ୍ କରିଥିଲା। ମ୍ୟାଚ୍‌ରେ ମୋଟ ୧୪୪୩ ରନ୍ ସ୍କୋର୍ ହୋଇଥିଲା ଏବଂ ୨୭ଟି ୱିକେଟ ପଡ଼ିଥିଲା।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories