www.samajalive.in
Wednesday, December 10, 2025
15.1 C
Bhubaneswar

ମୁକ୍ତାଝରୀରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସହିଦ ସୀତାରାମ ମୁର୍ମୁଙ୍କ ଶେଷକୃତ୍ୟ ସମ୍ପନ୍ନ

ଠାକୁରମୁଣ୍ଡା : କଟକ ମୁଣ୍ଡୁଳୀ ଠାରେ ଗଜ ଉଦ୍ଧାର ସମୟରେ ସହିଦ ହୋଇଥିବା ଓଡ୍ରାଫ ଟିମର ସଦସ୍ୟ ସୀତାରାମ ମୁର୍ମୁଙ୍କର  ତାଙ୍କ ନିଜ ଗ୍ରାମ ଡକେଇପାଳ ଗ୍ରାମ ମୁକ୍ତାଝୋରୀ ଠାରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ ହୋଇଛି।
ପ୍ରକାଶ ଯେ,ସିପାହୀ ସୀତାରାମଙ୍କ ପାର୍ଥିବ ଶରୀର ଶନିବାର ବିଳମ୍ବିତ ରାତିରେ ନିଜ ଘର ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ ଜରକ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଡକେଇପାଳ ଗ୍ରାମର ମୁକ୍ତଝରୀ ଗ୍ରାମରେ ଏକ ପୋଲିସ ଭ୍ୟାନ ଯୋଗେ ପହଞ୍ଚି ଥିଲା । ପାର୍ଥିବ ଶରୀର ପହଞ୍ଚିବା ପରେ ସ୍ବାମୀଙ୍କୁ ଉଚିତ ସମ୍ମାନ ସହ  ସହିଦର ମାନ୍ୟତା ଦେଇ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସଂସ୍କାର କରିବାକୁ ଦାବି କରି ପରିବାର ଲୋକେ ଶବକୁ ଗ୍ରହଣ କରିନଥିଲେ। ସ୍ଥାନୀୟ ପୁଲିସ ଓ ପ୍ରଶାସନ ଅଧିକାରୀ ପରିବାର ଲୋକଙ୍କ ସହିତ ଏ ନେଇ ଆଲୋଚନା ପରେ ମଧ୍ୟ ଦାବୀ ସମ୍ପର୍କରେ କୌଣସି ସମାଧାନ ହୋଇ ପାରିନଥିଲା। ପରେ ମୟୂରଭଞ୍ଜ ଏସପି ପହଞ୍ଚି ଆଲୋଚନା ପରେ ପରିବାର  ସୀତାରାମଙ୍କ ପାର୍ଥିବ ଶରୀର ଗ୍ରହଣ କରିଥିଲେ। ପରେ ଆଦିବାସୀ ସାନ୍ତାଳୀ ସମ୍ପ୍ରଦାୟର ରୀତିନୀତି ଅନୁଯାୟୀ  କର୍ମ କରିବା ତାଙ୍କ ପୈତୃକ ଘରକୁ ନେଇ ଥିଲେ।

- Advertisement -

ତେବେ ସେଠାରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହଇଥିଲା ଗ୍ରାମବାସୀ ତଥା ଆତ୍ମୀୟ ସ୍ବଜନଙ୍କ ଶେଷ ଦର୍ଶନ  ପରେ ଗାଁ ମଶାଣୀକୁ ନିଆଯାଇଥିଲା। ଏକ ବିରାଟ ପଟୁଆରେରେ ସହିଦ ସୀତାରାମ ଅମର ରହେ..ଭାରତ ମାତାକି ଜୟ ନାରାରରେ ଗାଁ ଦାଣ୍ଡ ପ୍ରକମ୍ପିତ ହଇ ଉଠୁଥିଲା । ସେଠାରୁ ସୀତାରାମଙ୍କ ପାର୍ଥିବ ଶରୀରକୁ ପରିବାର ଲୋକେ, ସ୍ଥାନୀୟ ଜନସାଧାରଣ ସହ ପୁଲିସ ଓ ପ୍ରଶାସନର ଅଧିକାରୀ ମାନେ ଏକ ଶୋଭାଯାତ୍ରାରେ ନେଇ ସଂସ୍କାର ସ୍ଥଳୀରେ ପହଞ୍ଚାଇ ଥିଲେ। ସେଠାରେ ପୁଲିସ ବିଭାଗ ପକ୍ଷରୁ ମରଶରୀରକୁ ତୋପ ସଲାମୀ ଦିଆଯାଇଥିଲା। ଉପସ୍ଥିତ ଥିବା ଏସପି ଋଷିକେଶ ଧ୍ୟାନଦେଓ ଖିଲାରୀ, କରଞ୍ଜିଆ ବିଧାୟିକା ବାସନ୍ତୀ ହେମ୍ବ୍ରମ, ବ୍ଲକ ଅଧକ୍ଷ ପ୍ରଶାନ୍ତ କୁମାର ବେହେରା, ପୂର୍ବତନ ବିଧାୟକ ପଦ୍ମଚରଣ ହାଇବୁରୁ, ଉପଧକ୍ଷା ସୁଶ୍ରୀ ଜବମଣି ଟୁଡୁ,ବିଡ଼ିଓ ଶ୍ୟାମସୁନ୍ଦର ଟୁଡୁ,ତହସିଲଦାର ଜୟକିଶୋର ପାତ୍ର, ସରପଞ୍ଚ ଇନ୍ଦୁମତି ନାୟକ, ପୋଲିସ ଏସ୍ ଡିପିଓ ସୁଦର୍ଶନ ଗାଙ୍ଗୟି, ମହୁଲଡିହା ଥାନା ଆଇଆଇସି ରଞ୍ଜୁ ହାସିନା କୁଲୁ , ସମାଜସେବୀ ବସନ୍ତ କୁମାର ପୈବର୍ତ୍ତୀ ସମେତ ସ୍ଥାନୀୟ ଲୋକେ ପାର୍ଥିବ ଶରୀରରେ ପୁଷ୍ପ ମାଲ୍ୟ ଅର୍ପଣ କରିଥିଲେ। ତେବେ ଏପରି ଏକ ଶୋକାକୁଳ ପରିବେଶ ଭିତରେ ସୀତାରାମଙ୍କ ପୁଅ ଆଲୋକ ମୁର୍ମୁ ମୁଖାଗ୍ନି ଦେଇଥିଲେ।​‌

 

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories