www.samajalive.in
Tuesday, November 18, 2025
27.1 C
Bhubaneswar

କେବେ ବଦଳିବ ହରଭଙ୍ଗା ଡାକବଙ୍ଗଳାର ଭାଗ୍ୟ : ସୌନ୍ଦର୍ଯ୍ୟକରଣ,ଶିଶୁ ଉଦ୍ୟାନ ପାଇଁ ଦାବୀ।

ହରଭଙ୍ଗା : ହରଭଙ୍ଗା ବଜାର ଉପକଣ୍ଠରେ ରାଜରାଜୁଡା ସମୟରୁ ଏକ ଐତିହାସିକ ଡାକବଙ୍ଗଳା ରହିଛି । ବର୍ତମାନ ଡାକବଙ୍ଗଳାଟି ପୂର୍ତ୍ତ ବିଭାଗ ଅଧିନରେ ରହିଛି। ୫ ଏକରରୁ ଅଧିକ ଜମି ଉପରେ ରହିଥିବା ଡାକବଙ୍ଗଳା ଘର ରକ୍ଷଣା ବେକ୍ଷଣା ଏବଂ ଜଗୁଆଳି ଅଭାବରୁ ବର୍ତ୍ତମାନ ଏହା ଭୂତକୋଠିରେ ପରିଣତ ହୋଇଛି । ଯାହା ଫଳରେ ପରିତ୍ୟକ୍ତ ଅବସ୍ଥାରେ ପଡି ରହିଥିବା ଘରଟି କୌଣସି କାର୍ଯ୍ୟରେ ଲାଗୁନଥିବାରୁ ଏହା ଭାଙ୍ଗି ରୁଜି ଶେଷରେ ମାଟିରେ ମିଶିବାକୁ ବସିଲାଣି । ବର୍ତ୍ତମାନ ସରକାରୀ ସ୍ତରରେ ଶିଶୁ ଉଦ୍ୟାନ, ଖେଳ ପଡିଆ, ପୋଖରୀ ସୌନ୍ଦର୍ଯ୍ୟକରଣ ଦିଗରେ ସରକାର ନଜର ଦେବା ସହ କୋଟି କୋଟି ଟଙ୍କା ଶ୍ରାଦ୍ଧ କରୁଛନ୍ତି। ମାତ୍ର ଐତିହାସିକ ଡାକବଙ୍ଗଳା ପରିସରରେ ଥିବା ଜମିକୁ ବ୍ୟବହାର ଉପଯୋଗୀ କରିବା ପାଇଁ ସେଠାରେ ଏକ ଶିଶୁ ଉଦ୍ୟାନ ଏବଂ ଇଣ୍ଡୋର ଗେମ୍ ସୁବିଧା ସାଙ୍ଗକୁ ରାସ୍ତାକଡରେ ଏକ ମାର୍କେଟ କମ୍ଲେକ୍ସ ନିର୍ମାଣ କରିବାକୁ ଗ୍ରାମବାସୀଙ୍କ ଦାବୀ ହେଉଛି । ଏହାଦ୍ୱାରା ଐତିହାସିକ ବଙ୍ଗଳାର ସ୍ମୃତି ଫେରିବା ସହିତ ହରଭଙ୍ଗା ବଜାରର ସୌନ୍ଦର୍ଯ୍ୟ ବୃଦ୍ଧି ଘଟିବା ସହିତ ଏହା ସାଧାରଣ ଜନତାଙ୍କ ବ୍ୟବହାର ଉପଯୋଗୀ ହୋଇପାରିବ । ଏ ଦିଗରେ ବୌଦ୍ଧ ଜିଲ୍ଲାପାଳ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଗ୍ରାମର ସଚେତନ ନାଗରିକ ମହଲରୁ ଦାବି ଉଠୁଛି।

Hot this week

୫୦ ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ, ୩ ଗିରଫ

ସମାଜଲାଇଭ ଡେସ୍କ: ରାଜଧାନୀ ଭୁବନେଶ୍ଵରରୁ ୪୭୫ ଗ୍ରାମ ବ୍ରାଉନସୁଗର ଜବତ ହୋଇଛି।...

କିଏ ଏହି ହିଡମା , ଯାହାକୁ ଧରିବା ପାଇଁ ଥିଲା ୧କୋଟି ଟଙ୍କାର ପୁରସ୍କାର ?

ମାଲକାନଗିରି : ମାଓବାଦୀ ମୁକ୍ତ ଅପରେସନରେ ଆଜି ସକାଳେ ମାଲକାନଗିରି ସୀମାନ୍ତରେ...

ସାଇବର ଠକେଇ: ୧୨ ଗିରଫ

ଝାରସୁଗୁଡା: ଝାରସୁଗୁଡାରେ ବଡଧରଣର ସାଇବର ଠକେଇର ପର୍ଦ୍ଦାଫାଶ ହୋଇଛି। ଝାରସୁଗୁଡା ପୁଲିସ୍‌...

ଏସସିବିରେ ଲଜ୍ଜା: ଆଇସିୟୁ ଭିତରେ ଯୁବତୀଙ୍କୁ ଅସଦାଚରଣ ଅଭିଯୋଗ

ସମାଜଲାଇଭ ଡେସ୍କ: କଟକ ବଡ଼ ଡାକ୍ତରଖାନାରେ ଘଟିଛି ଲଜ୍ଜାଜନକ ଘଟଣା। ବଡ଼...

୧୦ ଅଭିଯୁକ୍ତଙ୍କ ନାଁରେ ଏନ୍‌ଆଇଏ ଚାର୍ଜସିଟ୍

ଭୁବନେଶ୍ଵର : ବାଂଲାଦେଶୀ ନାବାଳିକା ଚାଲାଣ ଅଭିଯୋଗରେ ୧୦ ଅଭିଯୁକ୍ତଙ୍କ ନାଁରେ...

Related Articles

Popular Categories