www.samajalive.in
Sunday, December 7, 2025
15.1 C
Bhubaneswar

ବଢିଲା କଣ୍ଠଶିଳ୍ପୀ ସୌରିନ୍‌‌ଙ୍କ ଅଡୁଆ ; ଲୁକ୍‌‌ ଆଉଟ୍‌‌ ନୋଟିସ୍‌‌ ଜାରି

ଭୁବନେଶ୍ୱର : କଣ୍ଠଶିଳ୍ପୀ ସୌରିନ୍‌‌ ଭଟ୍ଟଙ୍କ ବିରୋଧରେ ସୋମବାର ଲୁକ୍‌‌ ଆଉଟ୍‌‌ ନୋଟିସ୍‌‌ ଜାରି ହୋଇଛି। କମିଶନରେଟ୍‌‌ ପୁଲିସ ଲୁକ୍‌‌ ଆଉଟ୍‌‌ ନୋଟିସ୍‌‌ ଜାରି କରିଛି। ସୌରିନ୍‌‌ଙ୍କୁ କୋଲକାତାରେ ଖୋଜି ନପାଇବା ପରେ ଏହି ପଦକ୍ଷେପ ନିଆଯାଇଛି। ସୌରିନ୍‌‌ଙ୍କ ବିରୋଧରେ ଯୌନ ନିର୍ଯ୍ୟାତନା ଅଭିଯୋଗ ହୋଇଛି। ହାଇକୋର୍ଟରେ ସୌରିନ୍‌‌ଙ୍କ ଆଗୁଆ ଜାମିନ ଆବେଦନ ଖାରଜ ହୋଇଛି।
ସୂଚନା ଯୋଗ୍ୟ, ମୁମ୍ବଇ କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ ନାମରେ ଜୁନ୍‌‌ ମାସ ୧୨ ତାରିଖରେ ମାମଲା ରୁଜୁ ହୋଇଥିଲା। ସୌରିନଙ୍କ ନାମରେ ଜଣେ ଯୁବତୀ ଥାନାରେ ଅଭିଯୋଗ କରିଥିଲେ।  ଯୁବତୀଙ୍କ ଏତଲା ଆଧାରରେ ମାମଲା କଟକ ମହିଳା ଥାନା ପୁଲିସ ମାମଲା ରୁଜୁ କରିଥିଲା। ୧୬୧ ଧାରାରେ ଯୁବତୀଙ୍କ ବୟାନ ମଧ୍ୟ ରେକର୍ଡ କରିଥିଲା ପୁଲିସ। ପ୍ରଥମେ ଜଗତପୁର ଥାନାରୁ ଯାଇ ଯୁବତୀ ଜଣକ ମହିଳା ଥାନାରେ ଏତଲା କରିଥିଲେ।
ଯୁବତୀଙ୍କୁ ଗାୟିକା କରାଇଦେବାର ପ୍ରତିଶ୍ରୁତି ଦେଇ ଶୋଷଣ କରାଯାଇଥିବା ଅଭିଯୋଗ କରାଯାଇଛି। ମାନସିକ ଓ ଶାରୀରିକ ନିର୍ଯାତନା ଅଭିଯୋଗ କରିଛନ୍ତି ସମ୍ପୃକ୍ତ ଯୁବତୀ। ଯୁବତୀ ଜଣକ ପ୍ରଥମେ ଜଗତପୁର ଥାନାକୁ ଏତଲା ଦାୟର କରିବାକୁ ଯାଇଥିଲେ, ଏହାପରେ ସେଠାରୁ ତାଙ୍କୁ ପୁଲିସ କଟକ ମହିଳା ଥାନା ପଠାଇଥିଲା।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories