www.samajalive.in
Monday, December 8, 2025
27.1 C
Bhubaneswar

ଗୁରୁଦ୍ୱାରା ଉଦଘାଟନ ପାଇଁ ପଗଡି ପିନ୍ଧିଲେ ସିଙ୍ଗାପୁର ପ୍ରଧାନମନ୍ତ୍ରୀ

ସିଙ୍ଗାପୁର: ସିଙ୍ଗାପୁରରେ ଶିଖ୍‍ ସମୁଦାୟଙ୍କର ଏକ ଗୁରୁଦ୍ୱାରା ଉଦଘାଟନ କରିବା ପୂର୍ବରୁ ଦେଶର ପ୍ରଧାନମନ୍ତ୍ରୀ ଲି ସିଏନ୍‍ ଲୁଙ୍ଗ ପଗଡି ପରିଧାନ କରିଥିବା ବେଶ୍‍ ଚର୍ଚ୍ଚାର ବିଷୟ ହୋଇଛି । ସିଲାତ ରୋଡ ଶିଖ୍‍ ଧର୍ମସ୍ଥଳଠାରେ ଏହି ଗୁରୁଦ୍ୱାରା ଉଦଘାଟିତ ହୋଇଛି । ଉକ୍ତ ଉତ୍ସବରେ ଲୁଙ୍ଗ ସମ୍ମାନନୀୟ ଅତିଥି ଭାବେ ଯୋଗଦେଇଥିଲେ । ଉଦଘାଟନୀ ଉତ୍ସବରେ ଲୁଙ୍ଗ ଯୋଗଦେବା ସହିତ ସେଠାକାର ଶିଖ୍‍ ସମୁଦାୟଙ୍କ ଉଦବୋଧନ ଦେଉଥିବା ସାମାଜିକ ଗଣମାଧ୍ୟମରେ ବହୁଳ ପ୍ରସାରିତ ହେବାରେ ଲାଗିଛି । ଏଥିରେ ଲୁଙ୍ଗ ଏକ ଧଳା ରଙ୍ଗର କୁର୍ତ୍ତା ଏବଂ ପଗଡି ପିନ୍ଧିଥିବା ଦେଖିବାକୁ ମିଳୁଛି । ଏପରିକି ସତ୍‍ ଶ୍ରୀ ଅକାଲ ବୋଲି ଉଚ୍ଚାରଣ କରି ସେ ସମାବେଶକୁ ସମ୍ବୋଧିତ କରିଥିଲେ । ଲୁଙ୍ଗଙ୍କର ଏଭଳି କାର୍ଯ୍ୟ ପାଇଁ ତାଙ୍କୁ ସାମାଜିକ ଗଣମାଧ୍ୟମରେ ଅନେକ ପ୍ରଶଂସା ମଧ୍ୟ ମିଳିଛି ।
ସୂଚନାଯୋଗ୍ୟ ଯେ ସିଙ୍ଗାପୁରର ସିଲାତ ରୋଡରେ ଥିବା ଏହି ଶିଖ୍‍ ଧର୍ମସ୍ଥଳ ଲଙ୍ଗରର ଅଂଶ ଭାବରେ ପ୍ରତିଦିନ ୧୫୦୦ ଜଣଙ୍କୁ ନିରାମିଷ ଭୋଜନ ଯୋଗାଇ ଦେଉଛି । ପୂର୍ବରୁ ଥିବା ଗୁରୁଦ୍ୱାରାର ନବିକରଣ କରାଯାଇ ତାହା ଉଦଘାଟନ କରାଯାଇଛି ଏବଂ ନବିକରଣ ପରବର୍ତ୍ତୀ ସମୟରେ ଏହାର ରୋଷଶାଳା ଏବଂ ଖାଇବା ସ୍ଥାନ ପ୍ରାୟ ୨୦ ପ୍ରତିଶତ ବୃଦ୍ଧିପାଇଛି । ଏହାଦ୍ୱାରା ଏଣିକି ୨ହଜାର ପର୍ଯ୍ୟନ୍ତ ଲୋକଙ୍କୁ ଖାଦ୍ୟ ପରଷାଯାଇ ପାରିବ । ଏହାର ନବିକରଣରେ ୨.୫ ନିୟୁତ ଡଲାର ଖର୍ଚ୍ଚ କରାଯାଇଛି ଏବଂ ଏହି ଅର୍ଥ ଦାନ ଆକାରରେ ସଂଗ୍ରହ କରାଯାଇଥିବା ଜଣାଯାଇଛି ।

Hot this week

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

Related Articles

Popular Categories