www.samajalive.in
Monday, December 8, 2025
27.1 C
Bhubaneswar

ସତ୍ୟବାଦୀରେ ଗଡ଼ିଲା ଶିକ୍ଷା ସଚେତନତା ରଥ

ସୁଆଣ୍ଡୋ: କରୋନା ସମୟରେ ଶିକ୍ଷା ବ୍ୟବସ୍ଥା ଅଧିକ କ୍ଷତିଗ୍ରସ୍ତ ହୋଇଥିଲା। ଶିକ୍ଷାପାଇଁ ଜନସଚେତନତା ସୃଷ୍ଟି କରିବା ପାଇଁ ସରକାରଙ୍କ ପକ୍ଷରୁ ପ୍ରୟାସ ଆରମ୍ଭ ହୋଇଛି । ଏହି ପରିପ୍ରେକ୍ଷୀରେ ପୁରୀ ଜିଲା ସତ୍ୟବାଦୀ ବ୍ଲକ ବୀର ଗୋବିନ୍ଦପୁରସ୍ଥିତ ବ୍ଲକ ଶିକ୍ଷା କାର୍ଯ୍ୟାଳୟରୁ ସୋମବାର ଶିକ୍ଷା ସଚେତନତା ରଥ ବାହାରିଥିଲା । ବିଆରସିସି ପ୍ରଭାସ ଚନ୍ଦ୍ର କରଣ ଓ ବ୍ଲକ ଅତିରିକ୍ତ ଶିକ୍ଷାଧିକାରୀ ମୂଷା ମଲ୍ଲିକ ନଡ଼ିଆ ବାଡ଼େଇ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଆସନ୍ତା ୮ ତାରିଖ ପର୍ଯ୍ୟନ୍ତ ସଚେତନତା ରଥ ସମଗ୍ର ବ୍ଲକର ବିଦ୍ୟାଳୟ ପରିକ୍ରମା କରିବାର କାର୍ଯ୍ୟକ୍ରମ ରହିଛି । ଏହାର ସୁପରିଚାଳନା ପାଇଁ ସିଆରସିସିମାନଙ୍କୁ ବିଭିନ୍ନ ଦଳରେ ବିଭକ୍ତ କରି ସଂଯୋଜନା ଦାୟିତ୍ୱ ଦିଆଯାଇଛି । ସତ୍ୟବାଦୀ ବାଳକ ଉଚ୍ଚ ବିଦ୍ୟାଳୟ, ବାଳିକା ଉଚ୍ଚ ବିଦ୍ୟାଳୟ ରଥ ପରିକ୍ରମା କରିବା ଅବସରରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସମ୍ବର୍ଦ୍ଧନା ଦିଆଯାଇଥିଲା । ୧୪ ଜଣ ସିଆରସିସି କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ । ସେହିପରି ବ୍ଲକ ଶିକ୍ଷାଧିକାରୀ ଭବମ ପ୍ରଧାନ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories