www.samajalive.in
Thursday, December 11, 2025
27.1 C
Bhubaneswar

ପାକିସ୍ତାନକୁ ଧାୱନ୍‌ଙ୍କୁ ପରାମର୍ଶ: ନିଜ ସମସ୍ୟା ଆଗେ ସମାଧାନ କର

ନୂଆଦିଲ୍ଲୀ : ପାକିସ୍ତାନର ନେତୃବର୍ଗ ଭାରତର ଆଭ୍ୟନ୍ତରଣ ମାମଲାରେ ମୁଣ୍ଡ ନ ଖେଳାଇ ପ୍ରଥମେ ନିଜ ସମସ୍ୟା ଆଗେ ସମାଧାନ କରିବାକୁ ପ୍ରୟାସ କରିବା ଉଚିତ୍‌ ବୋଲି ମତ ଦେଇଛନ୍ତି ଭାରତୀୟ କ୍ରିକେଟ ଦଳର ଓପନର୍‌ ଶିଖର ଧାୱନ୍‌।
କାଶ୍ମୀର ପ୍ରସଙ୍ଗକୁ ନେଇ ପାକିସ୍ତାନର ରାଜନେତା ଓ କେତେକ ପୂର୍ବତନ କ୍ରିକେଟର୍‌ ଭାରତ ବିରୋଧୀ ମନ୍ତବ୍ୟ ଦେଉଥିବା ବେଳେ ଏହାକୁ ନାପସନ୍ଦ କରିଛନ୍ତି ଧାୱନ୍‌।  ଏକ ଟେଲିଭିଜନ୍‌ କାର୍ଯ୍ୟକ୍ରମରେ ମତ ଦେଇ ଧାୱନ୍‌ କହିଥିଲେ ଭାରତ ବିରୋଧରେ ଯଦି କେହି ବିଷୋଦ୍‌ଗାର କରିବ ତେବେ ସେ ଏହାକୁ ବିରୋଧ କରିବେ। ​ଭାରତୀୟ ନାଗରିକ ହୋଇଥିବାରୁ ଦେଶ ପ୍ରତି କେହି ଅସମ୍ମାନ ପ୍ରଦର୍ଶନ କଲେ ସେ ଏହାକୁ ସହିବେ ନାହିଁ। ପାକିସ୍ତାନ ନେତୃବର୍ଗ ଭାରତର ଆଭ୍ୟନ୍ତରଣ ମାମଲାରେ ମୁଣ୍ଡ ନ ଖେଳାଇ ପ୍ରଥମେ ନିଜ ଦେଶର ସମସ୍ୟା ସମାଧାନ ଉପରେ ଧ୍ୟାନ ଦିଅନ୍ତୁ। ଯେଉଁମାନଙ୍କ ଘର କାଚରେ ତିଆରି ହୋଇଥାଏ ସେମାନେ ଅନ୍ୟମାନଙ୍କ ଘରକୁ ପଥର ଫିଙ୍ଗିବା ଅନୁଚିତ୍‌ ବୋଲି ଧାୱନ୍‌ ଚେତାଇ ଦେଇଛନ୍ତି।
ସୂଚନାଥାଉକି ଗତ ଏପ୍ରିଲ୍‌ରେ ପାକିସ୍ତାନର ପୂର୍ବତନ ଅଧିନାୟକ ସାହିଦ୍ ଆଫ୍ରିଦି କାଶ୍ମୀର ପ୍ରସଙ୍ଗରେ ବିବାଦୀୟ ମନ୍ତବ୍ୟ ଦେଇଥିବା ବେଳେ ସେତେବେଳେ ଧାୱନ୍‌ ତାଙ୍କୁ ତୀବ୍ର ଭର୍ତ୍ସନା କରିଛନ୍ତି।  ଟେଲିଭିଜନ୍‌ କାର୍ଯ୍ୟକ୍ରମରେ ଧାୱନ୍‌ ଯୁବ ୱିକେଟରକ୍ଷକ ଋଷଭ ପନ୍ତ୍‌ଙ୍କୁ ସମର୍ଥନ କରିଛନ୍ତି। ଯଦିଓ ପନ୍ତ୍‌ ବର୍ତ୍ତମାନ ଆଶାନୁରୂପ ପ୍ରଦର୍ଶନ କରୁନାହାନ୍ତି ତେବେ ସେ ଜଣେ ପ୍ରତିଭାବାନ୍‌ ବ୍ୟାଟସମ୍ୟାନ୍‌ ଏବଂ ଭବିଷ୍ୟତରେ ଭାରତ ପାଇଁ ତାରକା କ୍ରିକେଟର୍‌ ଭାବେ ଉଭା ହେବେ ବୋଲି ଧାୱନ୍‌ ଆଶାବ୍ୟକ୍ତ କରିଛନ୍ତି।

Hot this week

ଆଇନଶୃଙ୍ଖଳା ବଜାୟ ରଖ: କେଭି

ମାଲକାନଗିରି : ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି। ପର୍ଯ୍ୟାୟକ୍ରମେ ଦୁଇ...

ପାକିସ୍ତାନକୁ ଏଫ-୧୬ ଯୁଦ୍ଧ ବିମାନର ପ୍ରଯୁକ୍ତିବିଦ୍ୟା ବିକିବ ଆମେରିକା

ସମାଜ ଲାଇଭ ଡ଼େସ୍କ : ଯୁକ୍ତରାଷ୍ଟ୍ର ଆମେରିକା ପାକିସ୍ତାନକୁ ଏଫ-୧୬ ଯୁଦ୍ଧ...

ଥରୁଛି ସାରା ଓଡିଶା : ୧୦ ଡିଗ୍ରୀ ତଳେ ୧୬ ସହର

ଭୁବନେଶ୍ଵର : ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ୧୦ ଡିଗ୍ରୀ...

ବସ୍‌-ବାଇକ୍ ଧକ୍କା : ଦୁଇ ଛାତ୍ର ମୃତ

ପଦ୍ମପୁର: ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ପାଲୁପାଇ ନିକଟରେ ବସ୍- ବାଇକ୍...

ଗୋଆ ଅଗ୍ନିକାଣ୍ଡ : ମାଲିକ ଲୁଥ୍ରା ଭ୍ରାତାଙ୍କୁ ଅଟକ ରଖିଛି ଥାଇଲାଣ୍ଡ ପୁଲିସ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories