www.samajalive.in
Monday, December 8, 2025
20.1 C
Bhubaneswar

ସିନ୍ଧେକେଲା ସଟଡାଉନ ପ୍ରତ୍ୟାହାର କଲେ ସରପଞ୍ଚ

ସିନ୍ଧେକେଲା: ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ସିନ୍ଧେକେଲା ପଞ୍ଚାୟତର କରୋନାକୁ ନେଇ ହାଇସ୍କୁଲରେ ଥିବା କ୍ୱେରାଣ୍ଟାଇନ ସେଣ୍ଟରରୁ ଗତ ୨୨ ମଇରେ ୮ ଜଣ ପ୍ରବାସୀଙ୍କ ସ୍ୱାବ ନମୂନା ପରୀକ୍ଷା ପାଇଁ ପଠାଯାଇଥିଲା ସେଥିରୁ ୩ ଜଣଙ୍କ ରିପୋର୍ଟ ୨୩ ତାରିଖ ରାତିରେ ପହଞ୍ଚିଥିଲା। ଉକ୍ତ ୩ ଜଣଙ୍କ ରିପୋର୍ଟରୁ ୨ଜଣଙ୍କ ରିପୋର୍ଟ ନେଗେଟିଭ ରହିଥିବା ବେଳେ ସିନ୍ଧେକେଲା ପୁଟେଲ ପଡାର ଜଣେ କରୋନା ଚିହ୍ନଟ ହୋଇଥିଲେ ଯାହା ଫଳରେ ୨୪ଘଣ୍ଟା ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସିନ୍ଧେକେଲା ପଞ୍ଚାୟତକୁ ଜିଲାପାଳ କ୍ଷମତାର ଉପଯୋଗ କରି ସ୍ଥାନୀୟ ସରପଞ୍ଚ ରାଜା ଥନାପତି ସଟଡାଉନ ଘୋଷଣା କରିଥିଲେ। ଉକ୍ତ ସଟଡାଉନରେ ଔଷଧ ଦୋକାନକୁ ଛାଡି ସମସ୍ତ ଦୋକାନ ବଜାର ବନ୍ଦ ରହିଥିଲା। ୨୫ ତାରିଖରେ ସକାଳ ୧୦ଟାରେ ଦୋକାନ ଖୋଲିବାର ଥିଲା କିନ୍ତୁ ତାପୂର୍ବରୁ ବାକି ଥିବା ଆଉ ୫ ଜଣଙ୍କ ରିପୋର୍ଟ ପହଞ୍ଚିଥିଲା ସେଥିରେ ୩ ଜଣଙ୍କ ରିପୋର୍ଟ ନେଗେଟିଭ ରହିଥିବା ବେଳେ ପୁଣି ୨ ଜଣ କରୋନା ଚିହ୍ନଟ ହୋଇଥିଲେ ସେମାନଙ୍କ ମଧ୍ୟରେ ଜଣେ ସିନ୍ଧେକେଲା ରଣାପଡାର ରହିଥିବା ବେଳେ ଜଣେ ଭତାସର ଗ୍ରାମର ବୋଲି ଜଣାପଡିଥିଲା। ସେହି କ୍ଷଣି ତୁରନ୍ତ ସରପଞ୍ଚ ଶ୍ରୀ ଥନାପତି ପୁଣିଥରେ ସିନ୍ଧେକେଲା ପଞ୍ଚାୟତକୁ ସଟଡାଉନ ଘୋଷଣା କଲେ ସେଥିରେ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଗୁଡିକୁ ବାଦ୍‍ ଦେଇ ବାକି ସମସ୍ତ ଦୋକାନ ବନ୍ଦ ରହିଥିଲା।

ପରେ ଦୁଇ ପଯ୍ୟାର୍ୟରେ ୨୪ ଓ ୨୭ ଜଣଙ୍କ ସ୍ୱାବ ପଠାଯାଇଥିବା ରିପୋର୍ଟ ଶେଷ ପର୍ଯ୍ୟାୟର ୨୭ ଭିତରୁ ୨୬ ଜଣଙ୍କ ଆସିଥିବା ବେଳେ ସମସ୍ତ ୨୬ ଜଣଙ୍କ ନେଗେଟିଭ ରହିଥିଲା। ଯାହା ‘ଳରେ ୬ ଦିନ ପରେ ଉକ୍ତ ସଟଡାଉନ କୁ ସରପଞ୍ଚ ପ୍ରତ୍ୟାହାର କରି କେବଳ ସକାଳ ୭ ରୁ ୧୨ ପଯ୍ୟନ୍ତ ଓ କରୋନା ସଚେତନ ନିୟମ ପାଳନକୁ ସର୍ତ୍ତ ରଖି ଦୋକାନ ଗୁଡିକୁ ଶନିବାର ଠାରୁ ଖୋଲାଇଥିଲେ। ଶନିବାର ସକାଳୁ ଝିପିଝିପି ବର୍ଷା ସତ୍ୱେ ଦୋକାନ ଗୁଡିକ ୧୨ଟା ପର୍ଯ୍ୟନ୍ତ ଖୋଲା ରହିଥିବା ଦେଖିବାକୁ ମିଳିଥିଲା।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

Related Articles

Popular Categories