www.samajalive.in
Sunday, December 7, 2025
15.1 C
Bhubaneswar

ଜାଣନ୍ତୁ ୟୁକେ ଷ୍ଟ୍ରେନକୁ କିପରି ନିୟନ୍ତ୍ରଣକୁ ଆଣିଲା ବ୍ରିଟେନ; ଭାରତ ଶିକ୍ଷା ନେବା ଜରୁରୀ କି ?

ନୂଆଦିଲ୍ଲୀ: କରୋନାର ନୂଆ ଷ୍ଟ୍ରେନ୍‌ ବା ୟୁକେ ଷ୍ଟ୍ରେନକୁ ନେଇ ଭାରତରେ ଚାରିଆଡ଼େ ଭୟର ବାତାବରଣ ସୃଷ୍ଟି ହୋଇଛି। ଦୈନିକ ୨ ଲକ୍ଷରୁ ଅଧିକ ସଂକ୍ରମିତ ଚିହ୍ନଟ ହେଲେଣି। ଯେତେ ପ୍ରୟାସ କଲେ ବି କରୋନାର ଏହି ୨ୟ ତରଙ୍ଗକୁ ସରକାର ନିୟନ୍ତ୍ରଣ କରିବାରେ ସଫଳ ହୋଇପାରି ନାହାନ୍ତି। ତେବେ ବ୍ରିଟେନରୁ ସୃଷ୍ଟି ହୋଇଥିବା ଏହି ଷ୍ଟ୍ରେନକୁ କିନ୍ତୁ ବ୍ରିଟେନ ସରକାର ନିୟନ୍ତ୍ରଣରେ ରଖିବାରେ ଅନେକାଂଶରେ ସଫଳ ହୋଇପାରିଛନ୍ତି। ଏବେ ଭାରତ ବ୍ରିଟେନଠାରୁ କିଛି ଶିକ୍ଷାଲାଭ କରିବା ଜରୁରୀ କି ନୁହେଁ, ତାହାକୁ ନେଇ ଏବେ ବିତର୍କ ଆରମ୍ଭ ହୋଇଛି।

କରୋନାର ନୂଆ ଷ୍ଟ୍ରେନ ୨୦୨୦ ଡିସେମ୍ବର ୧୫ରେ ବ୍ରିଟେନରେ ଠାବ କରାଯାଇଥିଲା। ଏହାର ନାମ ଦିଆଯାଇଥିଲା ୟୁକେ ଷ୍ଟ୍ରେନ। ବୈଜ୍ଞାନିକମାନେ କହିଥିଲେ ଯେ, ଏହି ଷ୍ଟ୍ରେନ ପୂର୍ବ ଷ୍ଟ୍ରେନଠାରୁ ଅଧିକ ସଂକ୍ରାମକ, ଯାହା ଏବେ ସ୍ପଷ୍ଟ ଦେଖିବାକୁ ମିଳୁଛି। ଏହି ଷ୍ଟ୍ରେନ ଯୋଗୁ ସବୁଠୁ ପ୍ରଥମେ ବ୍ରିଟେନ ବହୁ କ୍ଷତିଗ୍ରସ୍ତ ହେଲା, ଯାହା ପରଠାରୁ ୨୦୨୧ ଜାନୁୟାରୀ ୪ରେ ପ୍ରଧାନମନ୍ତ୍ରୀ ବୋରିସ ଜନସନ ଦେଶରେ ୨ୟ ପର୍ଯ୍ୟାୟ ଲକଡାଉନ ଲାଗୁ କରିଥିଲେ।

- Advertisement -

ଏବେ ବ୍ରିଟେନ ଏହି ନୂଆ ଷ୍ଟ୍ରେନକୁ ବହୁ ମାତ୍ରାରେ ନିୟନ୍ତ୍ରଣ କରିପାରିଛି। ଏଠାରେ ଦୈନିକ ସଂକ୍ରମଣ ଏବେ ୪ ହଜାରରୁ କମ୍‌ ରହିଛି। କିନ୍ତୁ ପ୍ରାରମ୍ଭରେ ଏହା ୫୫ ହଜାରରୁ ଅଧିକ ରହିଥିଲା। ଏବେ ପ୍ରଶ୍ନ ଉଠିଛି, ବ୍ରିଟେନ କିପରି ଏହି ନୂଆ ଷ୍ଟ୍ରେନକୁ ନିୟନ୍ତ୍ରଣ କଲା ?

କ’ଣ ପଦକ୍ଷେପ ନେଇଥିଲା ବ୍ରିଟେନ ?

କରୋନାର ନୂଆ ଷ୍ଟ୍ରେନକୁ ମୁକାବିଲା କରିବା ପାଇଁ ବ୍ରିଟେନ କଠୋର ପଦକ୍ଷେପ ନେଇଥିଲା। ୩ମାସରୁ ଊର୍ଦ୍ଧ୍ଵ ସମୟ ପର୍ଯ୍ୟନ୍ତ ଦେଶରେ ଲକଡାଉନ ଜାରି ରହିଥିଲା। ସ୍କୁଲ, କଲେଜ ଏବଂ ବିଶ୍ଵବିଦ୍ୟାଳୟକୁ ତୁରନ୍ତ ବନ୍ଦ କରିଦିଆଯାଇଥିଲା। ଶିକ୍ଷାଦାନ ବାଧାପ୍ରାପ୍ତ ନ ହେବା ଲାଗି ଅନ୍‌ଲାଇନ କ୍ଲାସ ଉପରେ ଗୁରୁତ୍ଵ ଦିଆଯାଇଥିଲା। ଲକଡାଉନ ସମୟରେ ଘରେ ରହିବାକୁ ଲୋକଙ୍କୁ ତାଗିଦ କରାଯାଇଥିଲା। କେବଳ ଜରୁରୀ କାମ ଥିଲେ ବାହାରକୁ ଆସିବାକୁ ଅନୁମତି ଦିଆଯାଉଥିଲା। ପବ୍‌, ରେଷ୍ଟୁରାଣ୍ଟ ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିଥିଲା। ଥିଏଟର ଏବଂ ସିନେମା ହଲ୍‌ ଖୋଲିବା ଉପରେ କଟକଣା ଲାଗୁ ହୋଇଥିଲା। ଯୁବପିଢ଼ିଙ୍କୁ ସପ୍ତାହରେ ଦୁଇ ଥର କରୋନା ପରୀକ୍ଷା କରାଇବାକୁ ପରାମର୍ଶ ଦିଆଯାଇଥିଲା। ଏହା ସହିତ ଟିକାକରଣ ଅଭିଯାନକୁ ଦ୍ରୁତତର କରାଯିବା ସହିତ ଲକଡାଉନ ସମୟରେ ୩କୋଟିରୁ ଅଧିକ ଲୋକଙ୍କୁ ଟିକା ଦିଆଯାଇଥିଲା।

୯୭ ଦିନ ଧରି ଲକଡାଉନ ରହିବା ପରେ ବ୍ରିଟେନ ଧୀରେ ଧୀରେ ଅନ୍‌ଲକ୍‌ ହେଉଛି। ଦୋକାନବଜାର, ଜିମ୍‌ ସମେତ ଅନ୍ୟାନ୍ୟ ଆଉଟଡୋର୍‌ ହସ୍ପିଟାଲିଟି ପୁନର୍ବାର ଆରମ୍ଭ ହୋଇଛି। କିନ୍ତୁ ବିପଦ ସମ୍ପୂର୍ଣ୍ଣ ଟଳିଛି କି ନାହିଁ ସେ ନେଇ ବୈଜ୍ଞାନିକମାନେ ବି କିଛି ସ୍ପଷ୍ଟ କରିପାରୁ ନାହାନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories