ସମାଜ ଡିଜିଟାଲ ଡେସ୍କ: ସକାଳୁ ସକାଳୁ ହିମାଚଳ ପ୍ରଦେଶରେ ଏକ ଭୂମିକମ୍ପ ଅନୁଭୂତ ହୋଇଥିଲା । ରାଜଧାନୀରେ ଭୂକମ୍ପର ତୀବ୍ରତା ମୃଦୁ ଥିବାରୁ ଅଧିକାଂଶ ଲୋକ ଏହାକୁ ଅନୁଭବ କରିନଥିଲେ । ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଭୂମିକମ୍ପକୁ ନିଶ୍ଚିତ କରିବା ସହ ଏହାର କେନ୍ଦ୍ରସ୍ଥଳ ସିମଲାର ରୋହରୁର ଟୋଡସା ଅଞ୍ଚଳ ରହିଥିଲା ।
ପାଣିପାଗ ବିଭାଗର ସୂଚନା ଅନୁସାରେ ଶୁକ୍ରବାର ସକାଳେ ସିମଲାରେ ଭୂକମ୍ପ ଝଟକା ଲାଗିଥିଲା । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୨ ରହିଥିଲା । ଏଥିରେ କୌଣସି ଜୀବନ କିମ୍ବା ସମ୍ପତ୍ତି ହାନି ହୋଇନାହିଁ ।



