www.samajalive.in
Tuesday, December 9, 2025
16.1 C
Bhubaneswar

ସମୁଦ୍ର କୂଳରେ ପହଁରୁଥିଲେ ବ୍ୟକ୍ତି ; ସାର୍କ ଆକ୍ରମଣରେ ଶରୀରର ଦୁଇ ଖଣ୍ଡ

ସିଡନୀ : ସାର୍କ ଆକ୍ରମଣରେ ଜଣେ ସନ୍ତରଣକାରୀଙ୍କ ମୃତ୍ୟୁ ଘଟିଛି। ଅଷ୍ଟ୍ରେଲିଆର ସିଡନୀରେ ଜଣେ ସନ୍ତରଣକାରୀଙ୍କୁ ବିଶାଳ ସାର୍କ ଆକ୍ରମଣ କରିବା ଫଳରେ ତାଙ୍କର ମୃତ୍ୟୁ ହୋଇଛି ବୋଲି ଆଜି ଖବର ମିଳିଛି। ସେଠାରେ ଉପସ୍ଥିତ ଥିବା ଲୋକେ ଏହି ଦୃଶ୍ୟ ଦେଖି ତାଙ୍କ ଦେହ ଶୀତେଇ ଉଠିଥିଲା। ସାର୍କଟି ଆକ୍ରମଣ କରିବା ସମୟରେ ବ୍ୟକ୍ତି ଜଣକ ସାହାଯ୍ୟ ପାଇଁ ଚିତ୍କାର କରୁଥିଲେ। ମାତ୍ର ସେହି ସ୍ଥାନରେ ଉପସ୍ଥିତ ଥିବା ଲୋକେ ଅସହାୟ ଥିଲେ। ଜଣେ ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁଯାୟୀ, ସନ୍ତରଣକାରୀଙ୍କ ରକ୍ତରେ ସମୁଦ୍ରର ସେହି ସ୍ଥାନର ଜଳ ରକ୍ତରେ ଲାଲ ହୋଇଯାଇଥିଲା। ସାର୍କ ପାଟିରେ ସନ୍ତରଣକାରୀଙ୍କ ଶରୀରରେ କିଛି ଅଂଶ ମଧ୍ୟ ଲୋକେ ଦେଖିଥିଲେ। ଉଦ୍ଧାରକାରୀ ଦଳ ପାଣିରୁ ମୃତଦେହର କିଛି ଅଂଶ ପାଇଥିଲେ।
ରିପୋର୍ଟ ଅନୁଯାୟୀ, ସନ୍ତରଣକାରୀ ଜଣଙ୍କ ଅପରାହ୍ନ ସମୟରେ ସିଡନୀର ଏକ ସମୁଦ୍ର କୂଳରେ ପହଁରୁଥିଲେ। ସେହି ସମୟରେ ହଠାତ ଏକ ୧୪ ଫୁଟର ଧଳା ସାର୍କ ସନ୍ତରଣକାରୀଙ୍କ ଉପରେ ଆକ୍ରମଣ କରିଥିଲା। ଚିତ୍କାର ଶୁଣିବା ପାଇଁ କୂଳ ନିକଟରେ ଉଦ୍ଧାରକାରୀ ଦଳ ତୁରନ୍ତ ପହଞ୍ଚିଥିଲେ,ମାତ୍ର ସେତେବେଳକୁ ବିଳମ୍ବ ହୋଇଯାଇଥିଲା। ସନ୍ତରଣକାରୀ କିଛି ସମୟରେ ସଂଘର୍ଷ କରିବା ପରେ,ସାର୍କ ତାଙ୍କ ଶରୀରକୁ ଖଣ୍ଡବିଖଣ୍ଡ କରି ଦେଇଥିଲା।
ପୁଲିସ କହିବାନୁଯାୟୀ, ସାର୍କକୁ ଖୋଜାଯଉଛି। ସାର୍କ ଆକ୍ରମଣକୁ ଅନେକ ଲୋକେ ରେକର୍ଡ କରିଛନ୍ତି। ଯେଉଁଥିରେ ସାର୍କ ମୃତଦେହଟିକୁ ପାଣି ଭିତରକୁ ଟାଣି ଟାଣି ନେବା ସହ ସମୁଦ୍ରରେ ଏଣେ ତେଣେ ବୁଲୁଥିବା ଦେଖାଯାଉଛି। ଏହି ଘଟଣାକୁ ନେଇ ଅନେକ ଲୋକେ ଏବେ ମଧ୍ୟ ଆଶ୍ଚର୍ଯ୍ୟ ଓ ଭୟଭୀତ ଅବସ୍ଥାରେ ରହିଛନ୍ତି। ୧୯୬୩ ମସିହା ପରେ ସିଡନୀରେ ଏହା ୨ୟ ସାର୍କ ଆକ୍ରମଣ। ୧୯୬୩ ସାର୍କ ଆକ୍ରମଣରେ ଜଣେ ଅଭିନେତ୍ରୀଙ୍କର ମୃତ୍ୟୁ ହୋଇଥିଲା।

Hot this week

ଆଜି ବାରବାଟୀ ମହାସମର: ଦକ୍ଷିଣ ଆଫ୍ରିକାକୁ ଟକ୍କର ଦେବ ଭାରତ

କଟକ: କ୍ରିକେଟ୍‌ ମହାସମର ପାଇଁ ବାରବାଟୀ ପ୍ରସ୍ତୁତ। ଏବେ କେବଳ ମୁକାବିଲାକୁ...

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

Related Articles

Popular Categories