ସାକ୍ଷୀଗୋପାଳ: ସତ୍ୟବାଦୀ ବିକାଶ ପରିଷଦ ତରଫରୁ ସତ୍ୟବାଦୀ ଯୁଗର ପଞ୍ଚସଖାଙ୍କ ସମାଧି ପୀଠ ସମ୍ମୁଖରେ ବୁଧବାର ସମାଜର ପୂର୍ବତନ ସମ୍ପାଦକ, ସମାଜସେବୀ ଓ ପଦ୍ମଭୂଷଣ ରାଧାନାଥ ରଥଙ୍କ ତିରୋଧାନ ଦିବସକୁ ନିରାଡ଼ମ୍ବର ଭାବରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ବିକାଶ ପରିଷଦର ସଦସ୍ୟ ମାନେ ସମାଧି ପୀଠ ପରିସର ସଫା କରିବା ସହ ଉତ୍କଳମଣି ଗୋପବନ୍ଧୁ ଦାସ, ପଣ୍ଡିତ ନୀଳକଣ୍ଠ ଦାସ, ଆଚାର୍ଯ୍ୟ ହରିହର ଦାସ, ପଣ୍ଡିତ କୃପାସିନ୍ଧୁ ମିଶ୍ର ଓ ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ସମାଧି ପୀଠରେରେ ଧୂପ, ଦୀପ ଓ ପୁଷ୍ପମାଲ୍ୟ ପ୍ରଦାନ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।

ବିକାଶ ପରିଷଦର ସଭାପତି ବରିଷ୍ଠ ଆଇନଜୀବୀ ଗୁଣ୍ଡିଚା ବରାଳଙ୍କ ସଭାପତିତ୍ୱରେ ସ୍ବର୍ଗତ ରଥଙ୍କ ବହୁମୁଖୀ ପ୍ରତିଭା, ଜନସାଧାରଣଙ୍କ ସେବା ଓ ରାଜ୍ୟ ପ୍ରତି ଅବଦାନ ସମ୍ପର୍କରେ ଆଲୋଚନା ଓ ସ୍ମୃତି ଚାରଣ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଉତ୍ତମ ଶତପଥୀ, ବିଶ୍ୱଜିତ ଶତପଥୀ, ସତ୍ୟବାଦୀ ବିଶ୍ବହିନ୍ଦୁ ପରିଷଦର ସଭାପତି ବିକ୍ରମ ଦାସ, ପ୍ରଫୁଲ ଚନ୍ଦ୍ର ମିଶ୍ର, ଭ୍ରମର ବର ପ୍ରଧାନ, ଦେବତିକ୍ତ ମିଶ୍ର, ଅବସର ପ୍ରାପ୍ତ ଶିକ୍ଷକ ବନମାଳୀ ବେହେରା, ବିଷ୍ଣୁ ପ୍ରସାଦ କର, ପ୍ରଫୁଲ ଚନ୍ଦ୍ର ମିଶ୍ର, ଶିକ୍ଷକ ସତ୍ୟବାଦୀ ଦାସ, ବୁଧିନାଥ ମଲିକ ଓ ଲିଙ୍ଗରାଜ ବର ପ୍ରମୁଖଙ୍କ ସମେତ ଅନ୍ୟମାନେ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ କ୍ଷ ସ୍ବର୍ଗତ ରାଧାନାଥ ରଥ ଙ୍କର ଜୀବନୀ ଦର୍ଶନ ଉପରେ ଅନେକ ଗୁରୁତ୍ୱପୂର୍ଣ୍ଣ ଘଟଣା ପ୍ରବାହ ଓ ସତ୍ୟବାଦୀ ପାଇଁ ରହିଥିବା ସହଯୋଗ ଉପରେ ଉପସ୍ଥିତ ବ୍ୟକ୍ତି ମାନେ ଆଲୋଚନା କରିଥିଲେ ।
ସ୍ବର୍ଗତ ରାଧାନାଥ ରଥଙ୍କ ସମାଧିପୀଠର ଉନ୍ନତି କରଣ କାର୍ୟ୍ୟ ବିକାଶ ପରିଷଦ ତରଫରୁ କରିବା ନିମନ୍ତେ ନିଷ୍ପତ୍ତି ଗ୍ରହଣ କରା ଯାଇଥିଲା । କାର୍ୟ୍ୟକ୍ରମ ଶେଷରେ ଆଇନଜୀବୀ ଅମର ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରାରମ୍ଭରେ ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟର ଛାତ୍ର ମାନେ ସ୍ବର୍ଗତ ରଥଙ୍କ ସମାଧିପୀଠରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।



