ନୂଆଦିଲ୍ଲୀ : ବେଙ୍ଗାଲୁରୁରେ ବସିବାକୁ ଥିବା ୟୁପିଏ ବୈଠକରେ ଏନସିପି ସୁପ୍ରିମୋ ଶରଦ ପାୱାର ଯୋଗଦେବାର କାର୍ଯ୍ୟକ୍ରମ ରହିଛି ବୋଲି ସୂଚନା ମିଳିଛି। ମିିଳିଥିବା ସୂଚନା ଅନୁସାରେ ସୋମବାର ଠାରୁ ବେଙ୍ଗାଲୁରୁରେ ହେବାକୁ ଥିବା ଦୁଇ ଦିନିଆ ମିଳିତ ବିରୋଧୀ ବୈଠକର ପ୍ରଥମ ଦିନରେ ଏନସିପି ମୁଖ୍ୟ ଶରଦ ପାୱାର ଅଂଶଗ୍ରହଣ କରିବେ ନାହିଁ ବୋଲି ଦଳ କହିଛି। ବୈଠକର ଦ୍ୱିତୀୟ ଦିନରେ ଯୋଗଦେବେ ବୋଲି ଏନସିପିର ଶରଦ ପାୱାର ଦଳର ମହାରାଷ୍ଟ୍ର ମୁଖପାତ୍ର ମହେଶ ଭାରେଟ୍ ତାପସେ କହିଛନ୍ତି। ପାଟନା ବୈଠକ ପରେ ବେଙ୍ଗାଲୁରୁରେ ହେବାକୁ ଥିବା ବୈଠକ ବେଶ୍ ନିର୍ଣ୍ଣାୟକ ହେବ। ଏହି ସଭାରେ ଶିବସେନା ଦଳର ମୁଖ୍ୟ ଉଦ୍ଧବ ଠାକରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଶରଦ ପାୱାର ଏହି ସଭାରେ ଯୋଗଦେବେ କି ନାହିଁ ସେ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଥିଲା। ଆସନ୍ତାକାଲି ସକାଳେ ବେଙ୍ଗାଲୁରୁରେ ହେବାକୁ ଥିବା ସଭାରେ ସେ ଯୋଗଦେବେ ବୋଲି ଜଣାପଡ଼ିଛି।
Popular Categories



