www.samajalive.in
Monday, December 8, 2025
20.1 C
Bhubaneswar

ବସ୍‌‌ ଧକ୍କାରେ ଗୋଶାଳା ପରିଚାଳକଙ୍କ ମୃତ୍ୟୁ

ପିପିଲି: ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥର ଜଇସପାଟଣା ସ୍ଥିତ ପିପିଲି ଟୋଲ୍‌‌ ପ୍ଲାଜାଠାରେ ସୋମବାର ଏକ ବସ୍‌‌ ଧକ୍କାରେ ମହେଶ୍ୱର ପ୍ରଧାନ(୫୫)ଙ୍କର ପରଲୋକ ଘଟିଛି। ମୃତକଙ୍କ ଘର ସତ୍ୟବାଦୀ ଥାନା ଅନ୍ତର୍ଗତ ଅଳଗୁମ ନିକଟବର୍ତ୍ତୀ ଚରାଳି ଗ୍ରାମରେ ହୋଇଥିବା ସୂଚନା ମିଳିଛି। ପଟ୍ଟନାୟକିଆ ଛକ ନିକଟ ସୁଆଣ୍ଡ ମାର୍ଗରେ ଥିବା ଗୋବିନ୍ଦଜୀଉ ଗୋଶାଳାର ସେ ମୁଖ୍ୟ ପରିଚାଳକ ଥିବା ବେଳେ ଜଣେ ପରିବେଶବିତ୍‌‌, ପଶୁପ୍ରେମୀ ଓ ସମାଜସେବୀ ଭାବେ ସାଧାରଣରେ ସେ ବେଶ୍‌‌ ପରିଚିତ ଥିଲେ। ତାଙ୍କ ପରଲୋକରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ସୋମବାର ଦିନ ୧୨ଟା ୧୫ ମିନିଟ୍‌‌ ସମୟରେ ମହେଶ୍ୱର ଭୁବନେଶ୍ୱରରୁ ବାଇକ୍‌‌ ଯୋଗେ ନିଜ ଗ୍ରାମକୁ ଫେରୁଥିବା ବେଳେ ପିପିଲି ଟୋଲ୍‌‌ପ୍ଲାଜାଠାରେ ପଛରୁ ଆସୁଥିବା ଶାରଳା ନାମକ ଏକ ଘରୋଇ ଯାତ୍ରୀବାହୀ ବସ୍‌‌(ଓଆର୍‌‌ ୧୩ବି ୯୮୮୧) ତାଙ୍କ ବାଇକ୍‌‌କୁ ପଛରୁ ଧକ୍କା ଦେଇଥିଲା। ଏହାପରେ ସେ ଛିଟିକି ପଡ଼ିଥିବା ବେଳେ ବସ୍‌‌ର ଚକା ତାଙ୍କ ମୁଣ୍ଡ ଉପରେ ଚଢିଯାଇଥିଲା। ଫଳରେ ହେଲ୍‌‌ମେଟ୍‌‌ଟି ଭାଙ୍ଗି ଚୁରମାର ହୋଇଯାଇଥିବା ବେଳେ ତାଙ୍କ ମୁଣ୍ଡ ଫାଟି ପ୍ରଚୁର ରକ୍ତସ୍ରାବ ହୋଇଥିଲା। ଆମ୍ବୁଲାନ୍ସ ଯୋଗେ ପୁଲିସ ତାଙ୍କୁ ପିପିଲି ଡାକ୍ତରଖାନାକୁ ଆଣିଥିବା ବେଳେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ବହୁ ସଂଖ୍ୟାରେ ଆରଏସଏସର କାର୍ଯ୍ୟକର୍ତ୍ତା, ସ୍ୱୟଂସେବକ ଓ ଗୋପ୍ରେମୀମାନେ ପିପିଲି ଡାକ୍ତରଖାନାରେ ପହଞ୍ଚିଥିଲେ। ପୁଲିସ ମୃତଦେହର ପଞ୍ଚନାମା କରିବା ପରେ ବ୍ୟବଚ୍ଛେଦ ପାଇଁ ପୁରୀ ପଠାଇଥିଲା। ମୃତକଙ୍କ ପୁତୁରାଙ୍କ ଲିଖିତ ଅଭିଯୋଗ ଉପରେ ପିପିଲି ଥାନାରେ ଏକ ମାମଲା ରୁଜୁ ହୋଇଥିବା ବେଳେ ଦୁର୍ଘଟଣା ଘଟାଇଥିବା ବସ୍‌‌ ସମେତ ଦୁର୍ଘଟଣାଗ୍ରସ୍ତ ବାଇକକୁ ପୁଲିସ ଜବତ କରିବା ସହ ଡ୍ରାଇଭରକୁ ଥାନାରେ ଅଟକ ରଖି ଘଟଣାର ତଦନ୍ତ ଚଳାଇଛି।

- Advertisement -

 

Hot this week

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

Related Articles

Popular Categories