www.samajalive.in
Monday, December 8, 2025
20.1 C
Bhubaneswar

ଓଡ଼ିଆ ପୁଅ ଶକ୍ତିକାନ୍ତ ଦାସ ହେଲେ ରିଜର୍ଭ ବ୍ୟାଙ୍କର ନୂଆ ଗଭର୍ଣ୍ଣର

ନୂଆଦିଲ୍ଲୀ : ଉର୍ଜିତ ପଟେଲଙ୍କ ଇସ୍ତଫା ପରେ ମଙ୍ଗଳବାର ଓଡ଼ିଆ ପୁଅ ଶକ୍ତିକାନ୍ତ ଦାସଙ୍କୁ ଭାରତୀୟ ରିଜର୍ଭ ବ୍ୟାଙ୍କର ନୂଆ ଗଭର୍ଣ୍ଣର ଭାବେ ନିଯୁକ୍ତି ମିଳିଛି। ଶକ୍ତିକାନ୍ତ ଏବେ ଅର୍ଥ ଆୟୋଗର ସଦସ୍ୟ ଅଛନ୍ତି। ଶକ୍ତିକାନ୍ତ ଏହା ପୂର୍ବରୁ ଆର୍ଥିକ ବ୍ୟାପାର ସଚିବ ପଦରେ ସୁଚାରୁ ରୂପେ କାର୍ଯ୍ୟ ତୁଲାଇଛନ୍ତି। ଗତ ବର୍ଷ ସେ ଏହି ପଦରୁ ଅବସର ଗ୍ରହଣ କରିଥିଲେ।  ମୋଦୀ ସରକାରଙ୍କ ବିମୁଦ୍ରାୟନରେ ମଧ୍ୟ ଶକ୍ତିକାନ୍ତଙ୍କ ପ୍ରମୁଖ ଭୂମିକା ରହିଥିଲା।
ସେ ନୂଆଦିଲ୍ଲୀସ୍ଥିତ ସେଣ୍ଟ ଷ୍ଟିଫେନ୍‍ କଲେଜରେ ସ୍ନାତକୋତ୍ତର କରିଛନ୍ତି। ଶକ୍ତିକାନ୍ତ ଦାସ କେନ୍ଦ୍ର ସରକାରଙ୍କ ଅର୍ଥ ମନ୍ତ୍ରାଳୟ ଏବଂ ଖର୍ଚ୍ଚ ବିଭାଗର ଯୁଗ୍ମ ସଚିବ, ତାମିଲନାଡୁ ସରକାରଙ୍କ ସ୍ୱତନ୍ତ୍ର ରାଜସ୍ୱ କମିଶନର, ଶିଳ୍ପ ବିଭାଗର ସଚିବଙ୍କ ସହ ଅନ୍ୟ କେତେକ ଗୁରୁତ୍ୱପୂର୍ଣ୍ଣ ପଦରେ କାର୍ଯ୍ୟ କରିଛନ୍ତି।
ଉଲ୍ଲେଖଯୋଗ୍ୟ ଯେ ସୋମବାର ଉର୍ଜିତ ପଟେଲ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ପଦରୁ ଇସ୍ତଫା ଦେଇଥିଲେ। ବ୍ୟକ୍ତିଗତ କାରଣରୁ ସେ ଇସ୍ତଫା ଦେଇଥିବା ଦର୍ଶାଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବାଧୀନ ନିଯୁକ୍ତି ସମ୍ବନ୍ଧୀୟ କ୍ୟାବିନେଟ୍‍ କମିଟି ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଭାବେ ଶକ୍ତିକାନ୍ତଙ୍କ ନିଯୁକ୍ତୁ ଅନୁମୋଦନ ଦେଇଛି।

ଭୁବନେଶ୍ୱର ଡିଏମ୍‍ ସ୍କୁଲଛାତ୍ରରୁ ଆର୍‍ବିଆଇ ଗଭର୍ଣ୍ଣର

ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‍ବିଆଇ)ର ନୂଆ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଜଣେ ଦକ୍ଷ ପ୍ରଶାସନିକ ଅଧିକାରୀ ଭାବେ ଦେଶରେ ସୁନାମ ଅର୍ଜ୍ଜନ କରିିଛନ୍ତି। ରିଜର୍ଭ ବ୍ୟାଙ୍କ ଭଳି ବୃହତ୍‍ ସଂସ୍ଥାର ସର୍ବୋଚ୍ଚ ପଦରେ ଅବସ୍ଥାପିତ ହୋଇ ଆଜି ଓଡ଼ିଶା ନାମକୁ ଦେଶରେ ଶୀର୍ଷରେ ପହଞ୍ଚାଇଥିବା ଏହି ଓଡ଼ିଆ ପୁଅଙ୍କ ପାଠପଢା ରାଜଧାନୀ ଭୁବନେଶ୍ୱରରୁ ହିଁ ଆରମ୍ଭ ହୋଇଥିଲା। ପିଲାଟି ଦିନୁ ଜଣେ ମେଧାବୀ ଛାତ୍ର ଥିବା ଶ୍ରୀ ଦାସଙ୍କ ଭୁବନେଶ୍ୱର ଡିଏମ୍‍ ସ୍କୁଲରୁ ଆର୍‍ବିଆଇ ଗଭର୍ଣ୍ଣର ପର୍ଯ୍ୟନ୍ତ ଯାତ୍ରା ବେଶ ସଫଳ ରହିଛି।

- Advertisement -

ନାମ: ଶକ୍ତିକାନ୍ତ ଦାସ
ପିତା: କେଶବାନନ୍ଦ ଦାସ
ମାତା: ଶୋଭାମଞ୍ଜରୀ ଦାସ
ଗ୍ରାମ: ଆଠଗଡ, ଜେନାପଦା
ଜନ୍ମ: ଭୁବନେଶ୍ୱର, ୧୯୫୭, ଫେବୃଆରୀ ୨୬
ବିଦ୍ୟାଳୟ ପାଠପଢା: ଡିଏମ୍‍ ସ୍କୁଲ ଭୁବନେଶ୍ୱର
ଶିକ୍ଷାଗତ ଯୋଗ୍ୟତା: ସେଣ୍ଟ ଷ୍ଟିଫେନ୍ସ କଲେଜ ଦିଲ୍ଲୀରୁ ଇତିହାସରେ ସ୍ନାତୋକୋତ୍ତର,ଆଡଭାନ୍ସ ଫାଇନାନ୍ସିଆଲ ମ୍ୟାନେଜମେଣ୍ଟ ଆଇଆଇଏମ୍‍ ବେଙ୍ଗାଲୁରୁ।
ପ୍ରଶାସନିକ କ୍ୟାରିଅର: ତାମିଲନାଡୁ କ୍ୟାଡର ଭାରତୀୟ ପ୍ରଶାସନିକ ଅଧିକାରୀ ।
ପ୍ରଶାସନିକ ଦକ୍ଷତା: ସଦସ୍ୟ ପଞ୍ଚଦଶ ଅର୍ଥ ଆୟୋଗ, ଜି-୨୦ ପାଇଁ ଭାରତୀୟ ଶେରପା ନିଯୁକ୍ତ, ପୂର୍ବତନ ରାଜସ୍ୱ ସଚିବ, ପୂର୍ବତନ ଆର୍ଥିକ ବ୍ୟାପାର ସଚିବ, ପୂର୍ବତନ ପ୍ରମୁଖ ଶିଳ୍ପ ସଚିବ।

Hot this week

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

Related Articles

Popular Categories