www.samajalive.in
Monday, December 8, 2025
27.1 C
Bhubaneswar

କରୋନାରେ ଅନାଥ ହୋଇଥିବା ପିଲାଙ୍କ ଦାୟିତ୍ଵ ଜିଲା ପ୍ରଶାସନ ନେଉ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: କରୋନା ଯୋଗୁ ବହୁତ ପିଲା ମା’ବାପାଙ୍କୁ ହରାଇ ଅନାଥ ହୋଇଯାଇଛି। ଅନେକ ପିଲାଙ୍କ ମା’ କରୋନାରେ ପ୍ରାଣ ହରାଇଛନ୍ତି ତ ଆଉ ଅନେକଙ୍କର ବାପାଙ୍କ ଦେହାନ୍ତ ହୋଇଯାଇଛି। ଯେଉଁଥିପାଇଁ ବହୁ ପିଲା ଖାଦ୍ୟପେୟଠାରୁ ଆରମ୍ଭ କରି ଆର୍ଥିକ ସଙ୍କଟ ମଧ୍ୟରେ ପଡ଼ିଛନ୍ତି। ଅନେକ ପିଲା ବାସହରା ହୋଇଯାଇଛନ୍ତି। ଏହି ପ୍ରସଙ୍ଗ ଉପରେ ସୁପ୍ରିମକୋର୍ଟ ଅବଗତ ହୋଇ ସମସ୍ତ ରାଜ୍ୟର ଜିଲା ପ୍ରଶାସନ ଏଭଳି ପିଲାମାନଙ୍କ ଦାୟିତ୍ଵ ନେବାକୁ ସୁପ୍ରିମକୋର୍ଟ ନିର୍ଦେଶ ଦେଇଛନ୍ତି।

ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି, ଜିଲା ପ୍ରଶାସନ କରୋନା ଯୋଗୁ ମା’ବାପାଙ୍କୁ ହରାଇଥିବା ପିଲାଙ୍କ ଦାୟିତ୍ଵ ବହନ କରୁ। ଯଦି କୌଣସି ପିଲାଙ୍କର ମା’ କିମ୍ବା ବାପାଙ୍କର କରୋନାରେ ମୃତ୍ୟୁ ହୋଇଯାଇଛି, ତେବେ ପ୍ରଶାସନ ନିଜ ସ୍ତରରେ ତୁରନ୍ତ ସେମାନଙ୍କ ଆବଶ୍ୟକତା ପୂରଣ କରୁ।

- Advertisement -

ସର୍ବୋଚ୍ଚ ନ୍ୟାୟାଳୟ ଆହୁରି କହିଛନ୍ତି ଯେ, କୌଣସି ଶିଶୁ ଯେପରି ଭୋକରେ ନ ରୁହନ୍ତି, ତାହାର ଦାୟିତ୍ଵ ରାଜ୍ୟ ସରକାରଙ୍କୁ ବହନ କରିବାକୁ ହେବ। କେତେ ପିଲା ଭୋକଉପାସରେ ରାସ୍ତାରେ ପଡ଼ି ପ୍ରାଣ ହରାଉଛନ୍ତି ତାହା ଆମକୁ ଜଣାନାହିଁ। ସେମାନଙ୍କ ବୟସ କେତେ ତାହା ବି ଜଣାନାହିଁ। ଏତେ ବଡ଼ ଦେଶ​‌ରେ ସେମାନଙ୍କ ସହିତ କ’ଣ ଘଟୁଛି ତାହା ଚିନ୍ତା ବି କରିପାରିବା ନାହିଁ। ଏଭଳି ପିଲାଙ୍କ ସଂଖ୍ୟା କେତେ ସେ ସମ୍ପର୍କରେ ସୁପ୍ରିମକୋର୍ଟ ଦେଶବ୍ୟାପୀ ତଥ୍ୟ ଦାଖଲ କରିବାକୁ କହିଛନ୍ତି। ସେହିପରି ଅନାଥ ପିଲାମାନଙ୍କୁ ଚିହ୍ନଟ କରି ସେମାନଙ୍କ ତଥ୍ୟ ଏନସିପିସିଆର ୱେବସାଇଟ୍‌ରେ ଶନିବାର ସନ୍ଧ୍ୟା ସୁଦ୍ଧା ଅପଲୋଡ୍‌ କରିବାକୁ ନିର୍ଦେଶ ଦେଇଛନ୍ତି।

Hot this week

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

Related Articles

Popular Categories