www.samajalive.in
Monday, December 8, 2025
27.1 C
Bhubaneswar

ମଧୁମେହ ରୋଗୀ ଖାଦ୍ୟ ପ୍ରତି ଅବହେଳା କରନ୍ତୁ ନାହିଁ

ମଧୁମେହ ରୋଗୀଙ୍କ ସବୁଠାରୁ ବୃହତ୍ତ ସମସ୍ୟା ହେଉଛି ଯେ ସେମାନେ କେଉଁ ଖାଦ୍ୟ କେତେ ମାତ୍ରାରେ ଖାଇଲେ ସ୍ୱାସ୍ଥ୍ୟ ପାଇଁ ତାହା କ୍ଷତିକାରକ ହେବ ନାହିଁ। ବିଶେଷ କରି କେଉଁ ଫଳ ଖାଇବେ ତାହା ଚୟନ କରିବା କଷ୍ଟସାଧ୍ୟ। କାରଣ ପ୍ରାୟ ସମସ୍ତ ଫଳର ସ୍ୱାଦ ମିଠାଳିଆ। ଜାଣନ୍ତୁ କିଛି ଏପରି ଟିପ୍ସ ବିଷୟରେ ଯାହା ମଧୁମେହ ରୋଗୀମାନେ କେଉଁ ଫଳ ଖାଇବେ ତାହା ଚୟନ କରିବାକୁ ସହାୟକ ହେବ।
ମଧୁମେହ ରୋଗୀମାନେ ଅଧିକ ପାଚିଯାଇଥିବା ଫଳ ଖାଆନ୍ତୁ ନାହିଁ। ଫଳ ସାମାନ୍ୟ କଞ୍ଚାଳିଆ ଥିବା ଅବସ୍ଥାରେ ଖାଆନ୍ତୁ। ଏତଦ୍‍ ବ୍ୟତୀତ ସ୍ୱାଦ ପାଇଁ ସମସ୍ତ ଫଳର ଚୋପା କାଢି ଖାଆନ୍ତୁ ନାହିଁ।
ସମସ୍ତ ଫଳ ସ୍ୱାସ୍ଥ୍ୟକର ହେଲେ ମଧ୍ୟ ମଧୁମେହ ରୋଗୀ ମାନେ ତରଭୂଜ,ଆମ୍ବ, କଦଳୀ, ଚିକୁ ଆଦି ଫଳକୁ ଖାଇବା ଉଚିତ ନୁହେଁ। ୨ ରୁ ୩ ମାସ ମଧ୍ୟରେ ଥରେ କିମ୍ବା ୨ ଥର ଏହି ଫଳକୁ ଖାଇପାରିବେ।
ପିଜୁଳି, ସେଓ, ନାଶପାତି ଭଳି ଫଳକୁ ମଧୁମେହ ରୋଗୀମାନେ ଖାଇପାରିବେ।
ଏତଦ୍‍ ବ୍ୟତୀତ ଫଳର ଜୁସକୁ ଅଧିକ ମାତ୍ରାରେ ମଧ୍ୟ ପିଇବା ଉଚିତ ନୁହେଁ।
ରକ୍ତଚାପ ଓ ମଧୁମେହ ରୋଗୀ ଖାଦ୍ୟ ପ୍ରତି ଅବହେଳା କରନ୍ତୁ ନାହିଁ। ସଠିକ ସମୟରେ ଆବଶ୍ୟକ ପରିମାଣରେ ଭୋଜନ କରନ୍ତୁ।
ଅଧିକ ପରିମାଣରେ ପାଣି ପିଅନ୍ତୁ।
ନିଜ କାର୍ୟ୍ୟରେ ବାହାରକୁ ଯିବା ପୂର୍ବରୁ ପେଟ ଭର୍ତ୍ତି କରି ଖାଦ୍ୟ ଖାଆନ୍ତୁ।
ସକାଳ ସମୟରେ ଅଧିକ ପରିମାଣରେ ଜଳଖିଆ ଖାଆନ୍ତୁ। ଏପରି କରିବା ଦ୍ୱାରା ଆପଣଙ୍କ ଶରୀରକୁ ଆବଶ୍ୟକ ପରିମାଣରେ ଶକ୍ତି ମିଳିଥାଏ।
ବିଭିନ୍ନ ପ୍ରକାରର ଫଳ ଖାଆନ୍ତୁ , ଜୁସ, ଖୀର, ସରବତ, ଦହି ଭରପୁର ମାତ୍ରାରେ ପିଅନ୍ତୁ।
ଅଧିକ ମସଲାଯୁକ୍ତ ଖାଦ୍ୟ ଖାଆନ୍ତୁ ନାହିଁ ଓ ଖାଦ୍ୟ ଖାଇବା ସମୟରେ କଞ୍ଚାପିଆଜ ନିଶ୍ଚୟ ଖାଆନ୍ତୁ।
ସବୁଜ ପନିପରିବା, ଏହାସହ ତରଭୂଜ, କାକୁଡ଼ି ଆଦି ମଧ୍ୟ ଖାଆନ୍ତୁ।
ବାସି ଖାଦ୍ୟ ଖାଆନ୍ତୁ ନାହିଁ, ଆମିଷ ମଧ୍ୟ କମ ପରିମାଣରେ ଖାଆନ୍ତୁ।
ସେଓ – ପ୍ରତି ଦିନ ଅଥବା ୨ ଦିନକୁ ଥରେ ଗୋଟିଏ ସେଓ ଖାଇବା ଦ୍ୱାରା ଏହା ମଧୁମେହ ରୋଗୀଙ୍କ ପାଇଁ ଖୁବ ଉପକାର ପ୍ରଦାନ କରିଥାଏ।
କାବୁଲି ଚଣା , ମଟର , ଏହି ସବୁ ଡ଼ାଲି ଜାତୀୟ ଖାଦ୍ୟ ଖାଇବା ଦ୍ୱାରା ଏହା ଶରୀରକୁ ଖୁବ ପୃଷ୍ଟି ଯୋଗାଇଥାଏ।
ଯାଦ୍ୱାରା ଶରୀରକୁ ଉପଯୁକ୍ତ ଭିଟାମିନ ମିଳିଥାଏ ଓ ରକ୍ତରେ ଶର୍କରାକୁ ନ ବଢିବାରେ ସାହାର୍ୟ୍ୟ କରିଥାଏ।
କଞ୍ଚା ଗାଜର ବା ଏହାର ରସକୁ ପିଇବା ଦ୍ୱାରା ମଧ୍ୟ ଏହା ରକ୍ତରେ ଶର୍କରାକୁ ବଢିବାକୁ ଦିଏ ନାହିଁ।
ଏତଦ୍‍ ବ୍ୟତୀତ ପ୍ରତିଦିନ ଦହି ଖାଇବା ମଧୁମେହ ରୋଗୀଙ୍କ ପାଇଁ ଖୁବ ଉପକାରୀ ଅଟେ।
ନିୟମିତ କ୍ଷୀର ପିଇବା ଦ୍ୱାରା ମଧ୍ୟ ଏହା ଖୁବ ଉପକାର ପ୍ରଦାନ କରିଥାଏ।
ବିଭିନ୍ନ କୋଳି ଯେପରି ଜାମୁକୋଳି ମଧ୍ୟ ଏହି ରୋଗୀଙ୍କ ପାଇଁ ଉପକାରୀ ଅଟେ।

Hot this week

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ଏମଭି-୨୬ ଗାଁରେ ପୁଲିସ ଛାଉଣୀ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

Related Articles

Popular Categories