ନୂଆଦିଲ୍ଲୀ : ସାଉଦି ଆରବର ଦକ୍ଷିଣ-ପଶ୍ଚିମ କ୍ଷେତ୍ରରେ ଏକ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇ ୨୦ ଜଣଙ୍କ ଜୀବନ ଚାଲି ଯାଇଛି। ସରକାରୀ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏହି ମର୍ମନ୍ତୁଦ ଦୁର୍ଘଟଣାରେ ପ୍ରାୟ ୨୯ ଜଣ ଆହତ ହୋଇ ଚିକିତ୍ସିତ ଅବସ୍ଥାରେ ରହିଛନ୍ତି। ଗତକାଲି ଏହି ଦୁର୍ଘଟଣା ଘଟିଥିବା ନେଇ ଖବର ମିଳିଛି।
ସୂଚନାନୁଯାୟୀ, ପୋଲରେ ଧକ୍କା ହେବା ପରେ ବସ୍ଟି ଓଲଟି ଯାଇଥିଲା। ଏହାପରେ ବସ୍ରେ ନିଆଁ ଲାଗି ଯାଇଥିଲା। ବସ୍ର ବ୍ରେକ୍ ଫେଲ୍ ହେବା ଫଳରେ ଏହି ଦୁର୍ଘଟଣା ଘଟିଥିବା ନେଇ ପ୍ରାଥମିକ ତଦନ୍ତରୁ ଖବର ମିଳିଛି।
ଦୁର୍ଘଟଣା ପରେ ଜଳିଗଲା ବସ୍ ; ୨୦ ଯାତ୍ରୀ ଜୀବନ୍ତ ଦଗ୍ଧ
Popular Categories



