www.samajalive.in
Monday, December 8, 2025
27.1 C
Bhubaneswar

ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟର ୧୧୩ତମ ପ୍ରତିଷ୍ଠା ଦିବସ ପାଳିତ

ସୁଆଣ୍ଡୋ : ଉତ୍କଳୀୟ ଜନଜୀବନର ମାର୍ଗଦର୍ଶକ, ସମାଜର ପ୍ରତିଷ୍ଠାତା, ନବଉତ୍କଳର ଅନ୍ୟତମ ନିର୍ମାତା, ଉତ୍କଳମଣି ଗୋପବନ୍ଧୁଙ୍କ ଦ୍ୱାରା ପ୍ରତିଷ୍ଠିତ ସତ୍ୟବାଦୀ ବନ ବିଦ୍ୟାଳୟର ୧୧୩ତମ ପ୍ରତିଷ୍ଠା ଦିବସ ଗୁରୁବାର ପାଳିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟ ପରିସରରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଗୋପବନ୍ଧୁଙ୍କ ସହିତ ତାଙ୍କ ସତୀର୍ଥମାନଙ୍କର ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ, ବୃକ୍ଷରୋପଣ ,ପ୍ରଦୀପ ପ୍ରଜ୍ୱଳନ ପରେ ସଭା ଆରମ୍ଭ ହୋଇଥିଲା ।

ଏଥିରେ ବ୍ଲକ ଅଧ୍ୟକ୍ଷାଙ୍କ ସହିତ ବିଡିଓ କ୍ଷୀରୋଦ କୁମାର, ବେହେରା ପ୍ରାକ୍ତନ ଶିକ୍ଷକ ଲକ୍ଷ୍ମୀଧର ମିଶ୍ର, ବନମାଳୀ ବେହେରା , ଆଲୋକ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ । ଶିକ୍ଷକ ସତ୍ୟବାଦୀ ଦାଶ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ଦେଇଥିଲେ । ଏହାପରେ ଛାତ୍ରଛାତ୍ରୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories