www.samajalive.in
Monday, December 8, 2025
17.1 C
Bhubaneswar

ଅପସରି ଯାଇଥିବା ସ୍ମୃତିକୁ ଉଜ୍ୱୀବିତ କରେ ବନ୍ଧୁମିଳନ

ସାରନଗରୀ:ବ୍ୟକ୍ତି ସଂସାରର ସବୁଠୁ ଭଲ ବନ୍ଧୁ । ଆଜିର ସମାଜରେ ଧୀରେ ଧୀରେ ହଜି ଯାଉଛି ମଣିଷପଣିଆ!ସ୍ୱାର୍ଥବାଦୀ ମଣିଷ ଗର୍ବ ଅହଂକାରରେ ବୁଡ଼ି ଆପଣାର ଲୋକଙ୍କୁ ବି ପର କରିବାକୁ ପଛାଇ ଯାଉନି। ଭୂଲିଯାଉଛି ରକ୍ତ ସମ୍ପର୍କର ନିବିଡ଼ତା ଓ ଆତ୍ମିୟ ସ୍ୱଜନଙ୍କୁ। ମନରୁ ଧୀରେ ଧୀରେ ପୋଛି ଦେଉଛି ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରର ସ୍ମୃତି ଓ ଅନୁଭୂତିକୁ। ପୁରୁଣା ସ୍ମୃତିକୁ ସାଇତି ରଖିବାରେ ବନ୍ଧୁ ମିଳନ ହେଉଛି ଏକ ପ୍ରକୃଷ୍ଟ ସ୍ଥାନ। ଯିଏ ଯେଉଁଠାରେ ଥିଲେ ବି ଗୁରୁଜନ ଓ ପୂଜ୍ୟପୂଜାକୁ କେବେ ଭୂଲିବା ନାହିଁ । ସେମାନଙ୍କୁ ସମ୍ମାନ ଜଣାଇଲେ ଆମକୁ ଆଶୀର୍ବାଦ ମିଳିବ ବୋଲି ଚଣ୍ଡିଖୋଲସ୍ଥିତ ଶ୍ରୀଶ୍ରୀ ମହାବିନାୟକ ମନ୍ଦିର ନିକଟସ୍ଥ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମରେ ଯୋଗଦେଇଥିବା ଅତିଥିମାନେ ମତବ୍ୟକ୍ତ କରିଥିଲେ ।

 

- Advertisement -

ବନ୍ଧୁ ପରିଜନ ଓ ଆତ୍ମିୟ ସ୍ୱଜନ ବିଗତ ଦିନର ସ୍ମୃତି ଅନୁଭୂତିକୁ ବଖାଣି ପରସ୍ପର ମଧ୍ୟରେ ଖୁସି ବାଣ୍ଟିଥିଲେ। ଏହି ଅବସରରେ ସଙ୍ଗୀତ ଓ ନାଚ ପରିବେଷଣ ପୂର୍ବକ ଭବିଷ୍ୟତ କାର୍ୟ୍ୟକ୍ରମ ସମ୍ପର୍କରେ ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମରେ ବରିଷ୍ଠ ନାଗରିକ ଭାବେ ନଟବର ବାରିକ ଓ ସସ୍ମିତା ବାରିକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲ। ଅନ୍ୟମାନଙ୍କ ମଧ୍ୟରେ ଶରତ ଚନ୍ଦ୍ର ବାରିକ, ମଞ୍ଜୁଲତା ବାରିକ, ରବି ନାରାୟଣ ବେହେରା, ବୀଣାପାଣି ବେହେରା, ହୃଦାନନ୍ଦ ବେହେରା, ବିନୋଦିନୀ ବେହେରା, ଗଣେଶ ଦାଶ, ଅନୀଲ ଦାଶ, ଦୀପ୍ତି ରଞ୍ଜନ ବାରିକ, ସୌମ୍ୟ ରଞ୍ଜନ ବାରିକ, ମେନକା ବେହେରା, ପତିତପାବନ ପରିଡ଼ା, ସନ୍ଦିପା ଭୂଷନ୍ଦ, ଚିନ୍ମୟୀ ଭୂଷନ୍ଦ, ଜାନକୀ ନାଟିଆ, ସନ୍ତୋଷିନୀ ବେହେରା, କୁମୁଦିନୀ ବାରିକ, ସତ୍ୟସୁନ୍ଦର ଦାଶ, ସପ୍ତଶ୍ରୀ ଦାଶ, ସପ୍ତସାଗର ଦାଶ, ସୁବାଷିନୀ ବେହେରା, ଭାଗ୍ୟଧର ବେହେରା, ରଞ୍ଜିତା ବେହେରା, ସୁଧାଂଶୁବାଳା ବେହେରା, ଝାନସୀରାଣୀ ସାସମଲ, ପ୍ରକାଶ ଦାଶ, ଅମ୍ବୁଜ ବାରିକ, ମନୋଜ ଭୂତିଆ, ଆମ୍ରପାଲି ବେହେରା, ଅମ୍ରିତାମୟୀ ବେହେରା, ପ୍ରଜ୍ଞାପରମିତା ବେହେରା, ମନୋଜ ବେହେରା, ସରୋଜ ବେହେରା ସମେତ ଅନ୍ୟାନ୍ୟ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories