www.samajalive.in
Monday, December 8, 2025
27.1 C
Bhubaneswar

କେବିସି: ୧୧ତମ ସଂସ୍କରଣର ପ୍ରଥମ କୋଟିପତି ହେଲେ ବିହାରର ସନୋଜ

ନୂଆଦିଲ୍ଳୀ : ବିହାର ଜାହାନାବାଦ ଜିଲା ନିବାସୀ ସନୋଜ ରାଜନ ଶର୍ମା ‘କନ ବନେଗା କରୋଡ଼ପତି’ (କେବିସି) ଏକାଦଶତମ ସଂସ୍କରଣର ପ୍ରଥମ କୋଟିପତି ହୋଇଛନ୍ତି। ୧୫ଟି ପ୍ରଶ୍ନର ସଠିକ ଉତ୍ତର ଦେଇ ସନୋଜ ଏକ କୋଟି ଟଙ୍କା ପର୍ଯ୍ୟନ୍ତ ପହଞ୍ଚିଛନ୍ତି। ଗୁରୁବାର ଏବଂ ଶୁକ୍ରବାର ଏହାର ପ୍ରସାରଣ ହେବ।

ସନୋଜଙ୍କ କହିବା ଅନୁସାରେ ସେ ଗତ ୭ ବର୍ଷ ଧରି କେବିସି ଯିବାକୁ ଚେଷ୍ଟା କରୁଥିଲେ। ପ୍ରତି ଥର ଏମଏମଏସ ଜରିଆରେ ଉତ୍ତର ପଠାଉଥିଲେ, କିନ୍ତୁ ତାଙ୍କର ଚୟନ ହୋଇପାରୁନଥିଲା। ଚଳିତ ଥର ତାଙ୍କୁ କେବିସି ପକ୍ଷରୁ ଫୋନ କଲ ଆସିଥିଲା ଓ ସେ ଏହାକୁ ବିଶ୍ୱାସ କରିପାରିନଥିଲେ। ଟିଭିରୁ ଦେଖୁଥିବା ଅମିତାଭ ବଚ୍ଚନଙ୍କୁ ପ୍ରଥମ ଥର ନିଜ ସାମ୍ନାରେ ଦେଖିଥିଲେ ଓ ସେ ତାକୁ ଶବ୍ଦର କହିପାରିବେ ନାହିଁ। ସନୋଜଙ୍କ ବାପା ରାମଜନମ ଶର୍ମାଙ୍କ କହିବା ଅନୁସାରେ ତାଙ୍କ ପୁଅ ପିଲାଦିନୁ ମେଧାବୀ। ତାଙ୍କ ପୁଅ ଯେତେବେଳେ ପାଷ୍ଟେଷ୍ଟ ଫିଙ୍ଗର ପ୍ରଶ୍ନର ଉତ୍ତର ଦେଇ ହଟ୍‍ ସିଟ୍‍ରେ ପହଞ୍ଚିଲେ ସେତେବେଳେ ସେ ସୁନିଶ୍ଚିତ ଥିଲେ ଯେ ସେ ଏକ କୋଟି ଟଙ୍କା ପର୍ଯ୍ୟନ୍ତ ପହଞ୍ଚିବ। ସନୋଜ ଆଇଏଏସ ହେବାକୁ ଚାହୁଁଛନ୍ତି। ସେ ୟୁପିଏସ୍‍ସିର ପ୍ରିଲିମନାରୀ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି। ସନୋଜଙ୍କ ପାଠପଢା ଜାହାନାବାଦରୁ ଆରମ୍ଭ ହୋଇଥିଲା। ଏହାପରେ ସେ ପଶ୍ଚିମବଙ୍ଗରେ ଇଂଜିନିୟରିଂ ପଢିଥିଲେ। ପାଠ ପଢୁଥିବା ସମୟରେ ତାଙ୍କର କ୍ୟାମ୍ପସ ଚୟନ ଟିସିଏସରେ ହୋଇଥିଲା। ୟୁପିଏସସି ପ୍ରସ୍ତୁତି ପାଇଁ ସେ ଅଢେଇ ବର୍ଷ ପରେ ଚାକିରି ଛାଡ଼ି ଦେଇଥିଲେ। ଏବେ ସେ ୟୁପିଏସସି ପାଇଁ ପ୍ରସ୍ତୁତି ଚଳାଇଛନ୍ତି। ତାଙ୍କ ବାପା ରାମଜନମ ଶର୍ମା ଜଣେ କୃଷକ। ଆୟ କମ ଥିଲେ ମଧ୍ୟ ବାପା-ମା’ ତାଙ୍କ ପାଠ ପଢାରେ ବାଧା ଆସିବାକୁ ଦେଇନାହାନ୍ତି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories