www.samajalive.in
Monday, December 8, 2025
27.1 C
Bhubaneswar

ଶନିଙ୍କ କୋପରୁ ବର୍ତ୍ତିବା ପାଇଁ କରନ୍ତୁ ଏପରି ପୂଜା

ଶନିଦେବଙ୍କ ନାମ ଶୁଣିବା ମାତ୍ରେ ସମସ୍ତେ ଅନିଷ୍ଟର ଆଶଙ୍କା କରିଥାଆନ୍ତି। ଯେକୌଣସି ଅସୁବିଧା, ସଙ୍କଟ, ଦୁର୍ଘଟଣା, ଆର୍ଥିକ କ୍ଷତି ହେବାର କାରଣ ଶନିଦେବଙ୍କୁ କୁହାଯାଇଥାଏ। ଏପରି କ୍ଷେତ୍ରରେ ଶନିଦେବଙ୍କୁ ସର୍ବଦା ପ୍ରସନ୍ନ ରଖିବା ଉଚିତ। ଶନିଦେବଙ୍କୁ ପ୍ରସନ୍ନ କରିବା ପାଇଁ ତାଙ୍କୁ ଠିକ ଭାବେ ପୂଜା କରିବା ଉଚିତ। ଶନିଙ୍କୁ ପୂଜା କରିବା ବେଳେ ବିଶେଷ ଦିଗ ପ୍ରତି ଧ୍ୟାନ ଦେବାକୁ ପଡିଥାଏ। ସଠିକ ରୂପେ ଶନିଦେବଙ୍କୁ ପୂଜା କରିବା ଦ୍ବାରା ତାଙ୍କ କୋପରୁ ବର୍ତ୍ତି ପାରିବା। ଶନିଙ୍କ ପୂଜା ପାଇଁ ଶାସ୍ତ୍ରରେ କିଛି ନିୟମ କୁହାଯାଇଛି।

ଆସନ୍ତୁ ଜାଣିବା ସେହି ନିୟମ ଗୁଡିକ ବିଷୟରେ ..

- Advertisement -

ପୂଜାରେ ଲାଲ ଫୁଲ ବ୍ୟବହାର କରନ୍ତୁ ନାହିଁ :

ଶନିଦେବଙ୍କ ପୂଜାରେ ଭୁଲରେ ବି ଲାଲ ରଙ୍ଗ ଫୁଲ ବା ଦ୍ରବ୍ୟ ବ୍ୟବହାର କରନ୍ତୁ ନାହିଁ। ଲାଲ ରଙ୍ଗ ମଙ୍ଗଳଙ୍କ ପ୍ରତୀକ ଅଟେ। ମଙ୍ଗଳଙ୍କ ସହ ଶନିଦେବଙ୍କର ଶତ୍ରୁତା ରହିଛି। ତେଣୁ ଶନିଦେବଙ୍କ ପୂଜାରେ ସର୍ବଦା ନୀଳ କିମ୍ବା କଳା ରଙ୍ଗର ବ୍ୟବହାର କରନ୍ତୁ।

ପଶ୍ଚିମ ଦିଗରେ ଶନିଙ୍କ ପୂଜା କରନ୍ତୁ :

ଶନିଙ୍କ ପୂଜାରେ ଦିଗର ବିଶେଷ ମହତ୍ତ୍ବ ରହିଛି। ଶନିଙ୍କୁ ପଶ୍ଚିମ ଦିଗର ସ୍ବାମୀ କୁହାଯାଏ। ତେଣୁ ଶନିଦେବଙ୍କ ପୂଜା ସମୟରେ ପଶ୍ଚିମ ଦିଗକୁ ମୁହଁ କରିବା ଉଚିତ।

ଶନିଙ୍କ ଆଖିକୁ ଦେଖନ୍ତୁ ନାହିଁ :

କୌଣସି ବ୍ୟକ୍ତିଙ୍କ ଉପରେ ଶନିଦେବଙ୍କ ଦୃଷ୍ଟି ପଡିବା ଦ୍ବାରା ତାଙ୍କ ଜୀବନରେ ଅନେକ ସମସ୍ୟା ଉପୁଜିଥାଏ। ଏପରି କ୍ଷେତ୍ରରେ କେବେ ବି ଶନିଦେବଙ୍କ ମୂର୍ତ୍ତି ସମ୍ମୁଖରେ ଠିଆ ହୋଇ ପୂଜା କରିବା ଅନୁଚିତ। ଏହାସହ ପୂଜର ସମୟରେ କେବେ ବି ଶନିଦେବଙ୍କ ଆଖିକୁ ଦେଖନ୍ତୁ ନାହିଁ।

କଳା ରାଶି ଚଢାନ୍ତୁ :

ଶନିଦେବଙ୍କ ପୂଜାରେ ସର୍ବଦା କଳା ରାଶିର ବ୍ୟବହାର କରନ୍ତୁ। ପୂଜା ସମୟରେ କଳା ରାଶି ଓ ଖେଚୁଡି ଭୋଗ କରନ୍ତୁ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories