ଜ୍ୟୋତିଷଶାସ୍ତ୍ର ଅନୁଯାୟୀ, ଶନିଗ୍ରହଙ୍କ ଶାନ୍ତି ପାଇଁ ଓ ତାଙ୍କ ଶୁଭ ଦୃଷ୍ଟି ପାଇଁ ଶନିବାର କିଛି ବିଶେଷ ଉପାୟ କରିବା ଆବଶ୍ୟକ। ଶାସ୍ତ୍ର ଅନୁଯାୟୀ ଶନିବାର ଦିନ ଶନିଙ୍କ ସହ ଜଡ଼ିତ କିଛି ସରଳ ଉପାୟ ଆପଣେଇବା ଦ୍ୱାରା କୃପା ପ୍ରାପ୍ତି ହୋଇଥାଏ। ଜାଣନ୍ତୁ ଶନିବାର ଦିନ କେଉଁ କାର୍ଯ୍ୟ କରିବା ଦ୍ୱାରା ଶନିଙ୍କ ଆଶୀର୍ବାଦ ମିଳିବା ସହ ଜୀବନରେ ଥିବା ଅନେକ ସମସ୍ୟା ଦୂର ହୋଇଥାଏ।
୧- ଶନିବାର ଦିନ ଶନିଙ୍କ ଉପବାସ ରଖିବା ସହ ମନ୍ଦିରକୁ ଯାଇ ସୋରିଷ ତେଲରେ ଦୀପ ଲଗାନ୍ତୁ। ଅଶ୍ବତ୍ଥ ବୃକ୍ଷ ନିକଟରେ ଜଳ ଅର୍ପଣ କରିବା ସହ ସନ୍ଧ୍ୟା ସମୟରେ ସୋରିଷ ତେଲରେ ଦୀପ ଲଗାନ୍ତୁ।
୨- ଘରର ବଗିଚାରେ ଶମି ବୃକ୍ଷ ଲଗାନ୍ତୁ ଓ ପୂଜା କରନ୍ତୁ। ଏହା ଘରର ବାସ୍ତୁଦୋଷ ଦୂର କରିବା ସହ ଶନିଙ୍କ କୃପା ମଧ୍ୟ ପ୍ରାପ୍ତି ହୋଇଥାଏ।
୩- ନିୟମିତ ପ୍ରଭୁ ହନୁମାନଙ୍କୁ ପୂଜା କରିବା ସହ ହନୁମାନ ଚାଳିଶା ପାଠ କରନ୍ତୁ।
୪- ଶନିଦେବଙ୍କ କୃପା ପ୍ରାପ୍ତି ପାଇଁ ନିଜ ମାତାପିତାଙ୍କ ସର୍ବଦା ସମ୍ମାନ ଓ ସେବା କରନ୍ତୁ।
୫- ଶନିବାର ଦିନ କଳା କିମ୍ବା ନୀଳ ରଙ୍ଗ ବସ୍ତ୍ର ଧାରଣ କରନ୍ତୁ ଓ ଅସହାୟଙ୍କୁ ଖାଦ୍ୟ ଓ ବସ୍ତ୍ର ଦାନ କରନ୍ତୁ।
ଶନିଦେବଙ୍କ କୃପା ପ୍ରାପ୍ତି ପାଇଁ ଆପଣାନ୍ତୁ ଏହି ସହଜ ଉପାୟ
Popular Categories



