www.samajalive.in
Tuesday, December 9, 2025
16.1 C
Bhubaneswar

ଡୁଆଲ୍‍ ରିୟର୍‍ କ୍ୟାମେରା ସହିତ ‘ସାମସଙ୍ଗ୍‍ ଗ୍ୟାଲେକ୍ସି ଅନ୍‍-୮’

ଜିଓମି ଏବଂ ମୋଟୋରୋଲା କୁ ଚ୍ୟାଲେଞ୍ଜ ଦେବାପାଇଁ ସାମସଙ୍ଗ୍‍ କମ୍ପାନୀ ପ୍ରସ୍ତୁତ ହୋଇଛି। କିଛିଦିନ ତଳେ ସାମସଙ୍ଗ୍‍ ଭାରତରେ ଡୁଆଲ ରିୟର କ୍ୟାମେରା ସହିତ ସାମସଙ୍ଗ୍‍ ‘ଗ୍ୟାଲେକ୍ସି ଜେ-୮’କୁ ଲଞ୍ଚ୍‍ କରଥିଲା। ସେହିଭଳି ଏହି ସପ୍ତାହ ମଧ୍ୟରେ ସାମସଙ୍ଗ୍‍ର ଆଉ ଏକ ଫୋନ୍‍ ‘ସାମସଙ୍ଗ୍‍ ଗ୍ୟାଲେକ୍ସି ଅନ୍‍-୮’ ଲଞ୍ଚ୍‍ କରିବ। ମିଡିଆ ରିପୋର୍ଟ ଅନୁସାରେ ‘ଗ୍ୟାଲେକ୍ସି ଅନ୍‍-୮’ ଫୋନ୍‍ରେ ୪ଜିବି ରାମ୍‍ ସହିତ ୬୪ଜିବି ଷ୍ଟୋରେଜ୍‍ ଏବଂ ଡୁଆଲ ରିୟର କ୍ୟାମେରା ମିଳିବ। ଆପଣ ଏହି ଫୋନ୍‍ ଫ୍ଲିପକାର୍ଟରୁ କିଣିପାରିବେ। ଏଥିରେ କମ୍ପାନୀ ପକ୍ଷରୁ ସୁପର୍‍ ଏମୋଲେଡ୍‍ ଡିସପ୍ଲେ ମିଳିବ। ଏହା ବ୍ୟତୀତ ଫୋନ୍‍ରେ କମ୍ପାନୀର ସ୍ୱତନ୍ତ୍ର ଫିଚର୍‍ ଚାର୍ଟ ଏବଂ ଭିଡିଓ ଫିଚର୍‍ ମିଳିବ।
ଅନ୍ୟପକ୍ଷରେ ଏହି ଫୋନ୍‍ ବାବଦରେ କୌଣସି ନିଦ୍ଧିିଷ୍ଟ ସୂଚନା ମିଳିନାହିଁ। କିନ୍ତୁ ଆଶାକରାଯାଉଛି ଏହି ଫୋନ୍‍କୁ ୬ଇଞ୍ଚ୍‍ ଏଚ୍‍ଡି ପ୍ଲସ ସୁପର ଏମୋଲେଡ୍‍ ଡିସପ୍ଲେ ସହିତ ଲଞ୍ଚ୍‍ କରାଯିବ। ଏହି ଡିିସ୍‍ପ୍ଲେର ରିଜୋଲ୍ୟୁସନ୍‍ ୧୪୮୦ଙ୍ଘ୭୨୦ ପିକ୍ସେଲ୍‍ ହେବ। ଏହି ଫୋନର ମୂଲ୍ୟ ୨୦,୦୦୦ଟଙ୍କା ପାଖାପାଖି ରଖାଯିବ। କାହିଁକି ନା ବଜାରରେ ଅନେକ ଗୁଡିଏ ଫୋନ୍‍ ରହିଛି ଯାହା ସାମସଙ୍ଗ୍‍ ସହିତ ପ୍ରତିଦ୍ୱନ୍ଦିତା କରିପାରବ।
ସାମସଙ୍ଗ୍‍ କମ୍ପାନୀର ଏକ କାର୍ଯ୍ୟକ୍ରମରେ ‘ଗ୍ୟାଲେକ୍ସି ନୋଟ-୯’ ଲଞ୍ଚ୍‍ କରାଯିବ ଏବଂ ଏହା ପୂର୍ବରୁ ଫୋନର ମୂଲ୍ୟ ଜାରି କରାଯାଇଛି। ସାମସଙ୍ଗ୍‍ ‘ଗ୍ୟାଲେକ୍ସି ନୋଟ୍‍-୯’ର ମୂଲ୍ୟ ୬୪,୫୫୪.୫୦ଟଙ୍କା ରଖାଯାଇଛି। ସେହିପରି ଏହାର ୫୧୨ଜିବି ଷ୍ଟୋରେଜର ମୂଲ୍ୟ ୮୩,୪୧୫.୮୨ଟଙ୍କା ରଖାଯାଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories