www.samajalive.in
Monday, December 8, 2025
27.1 C
Bhubaneswar

ସମ୍ବିତ ପାତ୍ରଙ୍କ ଗାଡ଼ିକୁ ଛାତ୍ର ବିଜେଡି କର୍ମୀଙ୍କ କାଳୀ ମାଡ଼, ପୁରୀରେ ବିଜେପି ବିଜେଡି କର୍ମୀ ମୁହାଁମୁହିଁ

ପୁରୀ/ଡେସ୍କ: ଶ୍ରୀମନ୍ଦିର ପରିକ୍ରମା ମାର୍ଗ ନିର୍ମାଣକୁ ନେଇ ପୁରୀରେ ବିଜେପି ବିଜେଡି କର୍ମୀ ମୁହାଁମୁହିଁ ହୋଇଥିବା ସୂଚନା ମିଳିଛି। ଅନ୍ୟପକ୍ଷରେ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ଡାକ୍ତର ସମ୍ବିତ ପାତ୍ରଙ୍କ ଗାଡ଼ିକୁ ପୁରୀ ଝାଡେଶ୍ୱରି କ୍ଲବ ଛକରେ ଅଟକାଇ କାଳୀ ମାଡ଼ କରିଛନ୍ତି ଛାତ୍ର ବିଜେଡି କର୍ମୀ। ସେହିପରି ବଳଗଣ୍ଡି ଛକରେ ଟମାଟୋ ମାଡ଼ କରାଯାଇଛି। ଛାତ୍ର ବିଜେଡି କର୍ମୀମାନେ ରନ୍ଧନ ଗ୍ୟାସ ଓ ତୈଳ ଦର ବୃଦ୍ଧି ପ୍ରତିବାଦରେ ଏଭଳି କରିଥିବା କୁହାଯାଇଛି। ଘଟଣାସ୍ଥଳରେ ଉତ୍ତେଜନା ସୃଷ୍ଟି ହୋଇଥିବା ଜଣାପଡିଛି।

ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ଡଃ. ସମ୍ବିତ ପାତ୍ର ଆଜି ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କୁ ଦର୍ଶନ କରିବା ପରେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ରାଜ୍ୟ ସରକାର ବେଆଇନ ଭାବେ ଶ୍ରୀମନ୍ଦିର ଚର୍ତୁପାର୍ଶ୍ବରେ ନିର୍ମାଣ କାର୍ଯ୍ୟ ଜାରୀ ରଖିଛନ୍ତି। ଭାରତୀୟ ପ୍ରତ୍ନତତ୍ୱ ସର୍ବେକ୍ଷଣ ସଂସ୍ଥା ହାଇକୋର୍ଟଙ୍କୁ ସତ୍ୟପାଠ ଜରିଆରେ ଶ୍ରୀମନ୍ଦିର ଚର୍ତୁପାର୍ଶ୍ବରେ କୌଣସି ନିର୍ମାଣ ପାଇଁ ଅନୁମତି ଦେଇନାହାଁନ୍ତି, ଏହା ସତ୍ୱେ ରାଜ୍ୟ ସରକାର ଓବିସିସି ଓ ଟାଟା ପ୍ରୋଜେକ୍ଟ ରାତାରାତି ନିର୍ମାଣ କାର୍ଯ୍ୟ ଜାରୀ ରଖିଛି। ଯାହା ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ହୃଦୟରେ କୁଠାରଘାତ କରିଛି। ଏହି ବେଆଇନ ନିର୍ମାଣ ବନ୍ଦ କରିବା ପାଇଁ ସେ ଦାବି କରିଛନ୍ତି। ଏହି ଘଟଣାକୁ ନେଇ ବିଜେପି ବିଜେଡି କର୍ମୀ ମୁହାଁମୁହିଁ ହୋଇଥିବା ସୂଚନା ମିଳିଛି।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories