www.samajalive.in
Sunday, December 7, 2025
13.1 C
Bhubaneswar

ବରପାଲିରେ ସମ୍ବଲପୁରୀ ଦିବସ

ବରପାଲି: ବରପାଲି ତଥା ବ୍ଲକର ବିଭିନ୍ନ ଅଚଂଳରେ ନିରାଡ଼ମ୍ବର ଭାବରେ ସମ୍ବଲପୁରୀ ଦିବସ ପାଳିତ ହୋଇଯାଇଛି। ଶନିବାର ପୁର୍ବାହ୍ନରେ ପ୍ରଧନ କ୍ରାଫ୍ଟୋ ପାର୍କ ପରିସରରେ କୁନିକୁନି ଶିକ୍ଷାର୍ଥି ଓ ପରିଚାଳନା କମିଟି କର୍ମକର୍ତ୍ତାମାନେ ଏକ ନିଆରା ଢ଼ଙ୍ଗରେ ଦିବସକୁ ପାଳିନ କରିଥିଲେ। ପାର୍କ ମୂଖ୍ୟ ପରିଚାଳକ ବନ୍ଦିତା ପ୍ରଧାନଙ୍କ ସମେତ ଶିକ୍ଷାର୍ଥି ଓ ସହକର୍ମିମାନେ ସମ୍ବଲପୁରୀ ପୋଷାକ ଏବଂ ଶାଢ଼ି ପରିଧାନ ମାଧ୍ୟମରେ ଅଗଷ୍ଟ ୧ ତାରିଖ ସମ୍ବଲପୁରୀ ଦିବସକୁ ସ୍ୱାଗତ ଜଣାଇବା ସହ ଭିନ୍ନଭିନ୍ନ ଶୈଳିର ସଂସ୍କୃତି ସମ୍ପର୍ଣ୍ଣ କାର୍ୟ୍ୟକ୍ରମମାନ ଆୟୋଜନ କରିଥିଲେ।

ପରେ ପରିଚାଳକ ଶୁଶ୍ରୀ ବନ୍ଦିତାଙ୍କ ସଭାପତିତ୍ୱରେ ଏକ ଆଲୋଚନା ସଭା ଅନୁଷ୍ଠିତ ହୋଇଥିଲା। ପାର୍କ ସହକର୍ମି ସଦସ୍ୟା ମଧୁମିତା ପଧାନ ଏକ ସମ୍ବଲପୁରୀ ଗିତ ଗାୟନ ମାଧ୍ୟନରେ ସ୍ୱାଗତ ଜଣାଇଥିଲେ। ପରେ ସମ୍ବଲପରୀ ମାକ୍ସ ବିତରଣ ପର୍ବ ଆରମ୍ଭ ହୋଇଥିଲା। ସଭାରେ ସମ୍ବଲପରୂ ଭାଷାର ମହନତା,ଆମର ପରମ୍ପରା,ସଂସ୍କୃତି ସହିତ ଦିବସର ଯଥାର୍ତତା ସମ୍ପର୍କରେ ବିଶୃତ ଭାବେ ଆଲୋଚନା ହୋଇଥିଲା। ଏହି ଅବସରରେ ଛାତ୍ରି ମାନେ ସମ୍ବଲପୁରୀ ସଂଗିତ,ନିଜସ୍ୱ କବିତା,ଚୁଟକୁଲା ଓ ହାସ୍ୟ କଥା ମାନ ଉପସ୍ଥାପନ କରିଥିଲେ। ପରେ ଭାଷା ପରମ୍ପରା ଓ ସଂସ୍କୃତିକୁ ସମ୍ମାନ ଜଣାଇବାକୁ ମିଳିତ ଭାବେ ସଂଙ୍କଳ୍ପପାଠ କରାଯାଇଥିଲା। ପରିଶେଷରେ ପାର୍କ ଅନ୍ୟତମ ସହକର୍ମି ସଂଘମିତ୍ରା ପଧାନ ଧନ୍ୟବାଦ ଅର୍ପଣ କରିବା ସହ କୋଭିଡ଼୧୯ ସଂକ୍ରମଣ ସୂରକ୍ଷା ଦିଗରେ ପ୍ରସ୍ତୁତ ସରକାରୀ ନିତିନିୟମ ପାଳନିୟ ସମ୍ପର୍କରେ ଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories