www.samajalive.in
Monday, December 8, 2025
27.1 C
Bhubaneswar

ଝଗଡାପରେ କାର୍‌ କାଚ ଭାଙ୍ଗି ଯାଇଥିଲେ ଜେଲ୍‌ – ଜାମିନ୍‌ରେ ଆସି ପୁଣି କାଚ ଭାଙ୍ଗିଲେ

ସମ୍ବଲପୁର, – ସମ୍ବଲପୁରର କାନିଜୁରି ଅଞ୍ଚଳରେ ଜଣେ ବ୍ୟକ୍ତି ଅନ୍ୟ ଜଣକ କାରର କାଚ ଭାଙ୍ଗିଥିବାର ଅଭିଯୋଗ କ୍ଷେତରାଜପୁର ଥାନାରେ ହୋଇଛି । ପ୍ରାପ୍ତସୂଚନାନୁଯାୟୀ, କାନିଜୁରୀ ଅଞ୍ଚଳ ନିବାସୀ କୁନା ତ୍ରିପାଠୀ ଓ ସେହି ଅଞ୍ଚଳର ରବି ମିଶ୍ରଙ୍କ ମଧ୍ୟରେ କୌଣସି କାରଣରୁ ପୂର୍ବ ଶତ୍ରୁତା ଲାଗି ରହିଛି । ଏଣୁ ଉଭୟ ଙ୍କ ମଧ୍ୟରେ ପୂର୍ବରୁ ଅନେକ ସମୟରେ ବଚସା ହୋଇଥିବାର ନଜିର ରହିଥିବା ବେଳେ କିଛି ମାସ ପୂର୍ବରୁ କୁନା ତ୍ରିପାଠୀ ଙ୍କ ଗାଡିର କାଚ ଭାଙ୍ଗି ଦେଇଥିବାର ଅଭିଯୋଗ ଥାନାରେ ହେବାରୁ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତ ରବି ମିଶ୍ର ଙ୍କୁ ପୁଲିସ ସେ ସମୟରେ ଗିରଫ କରି ଅଦାଲତକୁ ଚାଲାଣ କରିଥିଲା ।

ଅଭିଯୁକ୍ତ ମିଶ୍ର ଜେଲରେ ଥିବା ବେଳେ ପ୍ରାୟ ୨୦ ଦିନ ହେବ ଜାମିନରେ ଆସିଥିବା ବେଳେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ସେ କୁନା ତ୍ରିପାଠୀଙ୍କ ବଡଭାଇର କାରର କାଚକୁ ଭାଙ୍ଗି ଦେଇଥିବାର ଅଭିଯୋଗ କ୍ଷେତରାଜପୁର ଥାନାରେ ପୁର୍ନବାର ହୋଇଛି । ଏଣୁ ପୁଲିସ ମାମଲା ସଂଖ୍ୟା ୨୦୮/୨୦୨୨ ଅନୁଯାୟୀ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories