www.samajalive.in
Monday, December 8, 2025
27.1 C
Bhubaneswar

ମାଦକ ଦ୍ରବ୍ୟ ସହିତ ଜଣେ ଗିରଫ

ସମ୍ବଲପୁର: ସମ୍ବଲପୁରର କ୍ଷେତରାଜପୁର ଥାନା ସନ୍ନିକଟ ଅଞ୍ଚଳରେ ବେଆଇନ ଭାବରେ ମାଦକ ଦ୍ରବ୍ୟ ବିକ୍ରି ଅଭିଯୋଗରେ ପୁଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ପ୍ରାପ୍ତସୁଚନା ଅନୁଯାୟୀ, ପେଟ୍ରୋଲିଂ ସମୟରେ ଖବର ପାଇ ପୁଲିସ ଥାନା ନିକଟସ୍ଥ ମନ୍ଦଲିଆଠାରେ ଏକ ନିଛାଟିଆ ସ୍ଥାନରେ ଚଢ଼ଉ କରିଥିଲା। ଚଢ଼ଉ ସମୟରେ ମନ୍ଦଲିଆ ନିବାସୀ ଅମୋଶ ଜାଲ (୨୨) ନାମକ ଯୁବକ ବେଆଇନ ଭାବରେ ନିଶା ଦ୍ରବ୍ୟ ରଖିଥିବାର ପୁଲିସକୁ ମିଳିଥିଲା। ଯୁବକଙ୍କ ନିକଟରୁ ପୁଲିସ ୧୮ଟି ନିଶା କଫ ସିରପ, ୧୦ଟି ନିଶା ବଟିକା ଏବଂ ୩୦ ଲିଟର ପାଉଚ ମଦ ଜବତ କରିଥିଲା। ଏଣୁ ଏକ ମାମଲା ରୁଜୁ କରି ପୁଲିସ ଯୁବକଙ୍କୁ ଗିରଫ କରି ଅଦାଲତକୁ ଚାଲାଣ କରିଛି ବୋଲି କ୍ଷେତରାଜପୁର ପୁଲିସ କହିଛି ।

Hot this week

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

Related Articles

Popular Categories