www.samajalive.in
Sunday, December 7, 2025
16.1 C
Bhubaneswar

ଚାହା ବିକାଳି ପୁଅଙ୍କ ନିଟ ପରୀକ୍ଷାରେ ସଫଳତା 

ସମ୍ବଲପୁର : ଦୃଢ଼ ଇଚ୍ଛା ଶକ୍ତି ସମ୍ମୁଖରେ ସବୁ କିଛି ହାର ମାନିଥାଏ। ଏହାର ସଦ୍ୟ ଉଦାହରଣ ସମ୍ବଲପୁରର ବଡବଜାର ବଙ୍ଗାଳିପଡା ନିବାସୀ ମାନବ ବଣିକ ଦେଇଛନ୍ତି। ମାନବ ବଣିକ ଚଳିତ ବର୍ଷ ନିଟ – ୨୦୨୩ରେ ୭୦୦ ନମ୍ବର ମଧ୍ୟରୁ ୬୨୧ ଅଙ୍କ ରଖି ବାଲେଶ୍ୱର ସ୍ଥିତ ଫକୀର ମୋହନ ମେଡିକାଲ କଲେଜରେ ନାମ ଲେଖାଇବା ପାଇଁ କୃତକାର୍ଯ୍ୟ ହୋଇଛନ୍ତି। ମାନବ ଛୋଟ ସମୟରୁ ହିଁ ପାଠପଢ଼ାରେ ଭଲ ଥିବା ବେଳେ ୨୦୧୯ ମସିହାରେ ୮୨ ପ୍ରତିଶତ ମାର୍କ ରଖି ମାଟ୍ରିକ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ଗଙ୍ଗାଧର ମେହେର ମହାବିଦ୍ୟାଳୟରେ ଯୁକ୍ତ ୨ ପରୀକ୍ଷରେ ୮୧ ପ୍ରତିଶତ ମାର୍କ ରଖି ସଫଳତା ହାସଲ କରିଛନ୍ତି। ସୂଚନାଯୋଗ୍ୟ ଯେ, ମାନବଙ୍କ ପିତା ମନୋଜ ବଣିକ ତାଙ୍କର ପରିବାର ଭରଣପୋଷଣ ପାଇଁ ଏକ ଅସ୍ଥାୟୀ ଚାହା ଦୋକାନ ତାଙ୍କର ଭାଇ ସଞ୍ଜୟ ବଣିକଙ୍କ ସହିତ ଫାର୍ମ ରୋଡରେ କରିଛନ୍ତି। ମାନବଙ୍କ ମାତା ବନ୍ଦନା ବଣିକ ଗୃହିଣୀ ହୋଇଥିବା ବେଳେ ଅନେକ ଘାତପ୍ରତିଘାତ ଓ ଆର୍ଥିକ ଦୁରାବସ୍ଥା ମଧ୍ୟରେ ସୁଦ୍ଧା ସେ ତାଙ୍କର ମେଡିକାଲ ପାଠର ଲକ୍ଷ୍ୟରୁ କେବେ ମଧ୍ୟ ଦୂରେଇ ଯାଇ ନାହାନ୍ତି। ଅପରପକ୍ଷରେ ନିଟ ପରୀକ୍ଷାରେ କୃତକାର୍ଯ୍ୟ ହେବା ପରେ ଏବେ ଆଗକୁ ମେଡିକାଲ ପାଠ ପାଇଁ ଆବଶ୍ୟକ ହେଉଥିବା ଖର୍ଚ୍ଚ ପାଇଁ ପ୍ରଶାସନ ଓ ବିଭିନ୍ନ ଅନୁଷ୍ଠାନ ମାନଙ୍କ ନିକଟରୁ ସାହାଯ୍ୟ ମିଳିବ ବୋଲି ଆଶାରେ ରହିଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବଟ୍ଟ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories