www.samajalive.in
Sunday, December 7, 2025
15.1 C
Bhubaneswar

ଧୁମଧାମରେ ପାଳନ ହେବ ସମ୍ବଲପୁର ଦିନ 

ସମ୍ବଲପୁର  : ସମ୍ବଲପୁରୀ ଏକତା ମଞ୍ଚ ତରଫରୁ ଅଗଷ୍ଟ ୧ ତାରିଖରେ ସମ୍ବଲପୁରୀ ଦିନ ଧୁମଧାମରେ ପାଳିତ ହେବାକୁ ଯାଉଛି। ଏହି ମର୍ମରେ ରବିବାର ସ୍ଥାନୀୟ ମ୍ୟୁନସିପାଲିଟି ଛକ ସ୍ଥିତ ସାମ୍ବାଦିକ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମଞ୍ଚ ତରଫରୁ ସୂଚନା ଦିଆଯାଇଛି। ବିଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟରେ ସମ୍ବଲପୁରୀ ଦିନ ଉପଲକ୍ଷେ ସ୍ଥାନୀୟ ଗଙ୍ଗାଧର ମଣ୍ଡପ ଠାରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯିବ। କାର୍ଯ୍ୟକ୍ରମକୁ ଦିନ ୨ଟାରେ ମାଁ ସମଲେଶ୍ୱରୀଙ୍କ ପୂଜା ଓ ମଞ୍ଚ ପୂଜା ପରେ ରେଙ୍ଗାଲି ବିଧାୟକ ନାଉରୀ ନାୟକ ମୁଖ୍ୟ ଅତିଥି ରୂପେ ଯୋଗ ଉଦଘାଟନ କରିବେ। ଏହା ପରେ କବିତା ପାଠର ଆୟୋଜନ କରାଯିବ। ତତପଶ୍ଚାଚ ଭବ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେବ। ଏହି କାର୍ଯ୍ୟକ୍ରମକୁ ଝାରସୁଗୁଡା ବିଧାୟିକା ଦିପାଳି ଦାସ ମୁଖ୍ୟ ଅତିଥି, ସମ୍ମାନୀତ ଅତିଥି ରୂପେ ଜିଲାପାଳ ଅନନ୍ୟା ଦାସ, ଆରକ୍ଷୀ ଅଧିକ୍ଷକ ମୁକେଶ କୁମାର ଭାମୁ, ମହାନଗର ନିଗମ ଆୟୁକ୍ତ ବେଦଭୂଷଣ ଓ ଉଦ୍ୟୋଗପତି ବିଶାଳ ଦାସ ଉଦଘାଟନ କରିବେ। କାର୍ଯ୍ୟକ୍ରମରେ ପଦ୍ମଶ୍ରୀ କ୍ରିଷ୍ଣା ପଟେଲ, ନୃତ୍ୟ ଗୁରୁ ରଣଜିତ ନାଗ, କଣ୍ଠଶିଳ୍ପୀ ବିଭୂତି ଭୂଷଣ ପଟ୍ଟନାୟକଙ୍କ ସଂସ୍କୃତି ସମ୍ମାନ ପ୍ରଦାନ କରାଯିବ। ସାଂସ୍କୃତିକ କାର୍ଯ୍ୟକ୍ରମରେ ମୁଖ୍ୟ ଆକର୍ଷଣ ବିିଶିଷ୍ଟ ସମ୍ବଲପୁରୀ ଗାୟକ ମଣ୍ଟୁ ଛୁରିଆ, ଉମାକାନ୍ତ ବାରିକ, ପଦ୍ମଶ୍ରୀ ଖଟେଇ, ରାଜକୁମାର ଜାଲ, ପ୍ରିୟଦର୍ଶିନୀ ନାଥ ଓ ସୌରଭ ଷଡଙ୍ଗୀ ରହିବେ। ଏଥି ସହ ଲୋକନୃତ୍ୟ ପ୍ରଦର୍ଶନ ସହିତ ସମ୍ବଲପୁର କଳା କେନ୍ଦ୍ର, ସମ୍ବଲପୁର କଳା ପରିଷଦ, ବୀଣାପାଣି କଳା ବିକାଶ କେନ୍ଦ୍ର ଆଦି ବିଭିନ୍ନ ଅନୁଷ୍ଠାନ ମାନଙ୍କ ଦ୍ୱାରା ଭବ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ରାତ୍ର ୧୦ଟା ପର୍ଯ୍ୟନ୍ତ ଜାରି ରହିବ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। ସାମ୍ବାଦିକ ସମ୍ମିଳନୀରେ ସମ୍ବଲପୁରୀ ଏକତା ମଞ୍ଚର ଡା. ସଞ୍ଜୀବ କୁମାର ମିଶ୍ର, ରାଜୀବ ଲୋଚନ ସାହୁ, ରାମ ଶଙ୍କର ମିଶ୍ର, କମଳ ଲୋଚନ ପଣ୍ଡା, ପ୍ରଭୁଦତ୍ତ ପଣ୍ଡା ପ୍ରମୁଖ ମଞ୍ଚାସୀନ ରହିଥିବା ବେଳେ ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ରହିଥିଲେ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories