www.samajalive.in
Sunday, December 7, 2025
15.1 C
Bhubaneswar

କୋଭିଡ ଡାକ୍ତରଖାନା ମନା ! ରୋଗୀଙ୍କ ପାଇଁ ବି ସୀମା ସରହଦ

ସମ୍ବଲପୁର: କରୋନା ମହାମାରୀ ଦ୍ବିତୀୟ ଲହରରେ ଏପ୍ରିଲ ପ୍ରଥମାର୍ଦ୍ଧରୁ ବିଭିନ୍ନ ଜିଲାରେ ସଂକ୍ରମିତଙ୍କ ସଂଖ୍ୟା ପ୍ରତିଦିନ ବୃଦ୍ଧି ପାଉଛି। ପଡ଼ୋଶୀ ଛତିଶଗଡ଼ ସୀମାବର୍ତ୍ତୀ ହୋଇଥିବାରୁ ପଶ୍ଚିମ ଓଡ଼ିଶାର ମୁଖ୍ୟତଃ ୭ଟି ଜିଲା – ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ବଲାଙ୍ଗିର, ନୂଆପଡ଼ା ଓ କଳାହାଣ୍ଡିରେ ସ୍ଥିତି ଅଣାୟତ୍ତ। ଏଭଳି କ୍ଷେତ୍ରରେ ଚିକିତ୍ସା ପାଇଁ ଲୋକେ ଗୋଟିଏ ଜିଲାରୁ ଅନ୍ୟ ଜିଲାର କୋଭିଡ ଡାକ୍ତରଖାନାକୁ ଧାଁଦୌଡ଼ କରୁଥିବାବେଳେ ରୋଗୀଙ୍କ ପାଇଁ ସୀମାସରହଦ ଭଳି ଅଭାବନୀୟ ନିର୍ଦେଶନାମା ରହିଥିବା ଜଣାପଡ଼ିଛି। କେଉଁ ଜିଲାର କରୋନା ରୋଗୀ କେଉଁ କୋଭିଡ ଡାକ୍ତରଖାନାକୁ ଯାଇପାରିବେ ଏବଂ କେଉଁଠାକୁ ଯାଇପାରିବେ ନାହିଁ ଭଳି କଟକଣାକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।
ଅଭିଯୋଗ ଅନୁଯାୟୀ, ଝାରସୁଗୁଡ଼ାର ଜଣେ ରୋଗୀ ସେଠାକାର କୋଭିଡ ଯତ୍ନ କେନ୍ଦ୍ରରେ ଚିକିତ୍ସିତ ହେଉଥିଲେ। ଶୁକ୍ରବାର ତାଙ୍କୁ ସମ୍ବଲପୁରରେ ଅଶ୍ବିନୀ ହସପିଟାଲ ପରିଚାଳିତ କୋଭିଡ ଡାକ୍ତରଖାନାକୁ ଆଣି ଭତ୍ତି କରିବା ପାଇଁ କହିବାବେଳେ ଝାରସୁଗୁଡ଼ା ଜିଲାର ରୋଗୀ ସମ୍ବଲପୁର କୋଭିଡ ଡାକ୍ତରଖାନା​‌େର ଭର୍ତ୍ତି ହୋଇପାରିବେନି ଭଳି ଅବାନ୍ତର ଯୁକ୍ତି ଉପସ୍ଥାପନ କରାଯାଇଥିଲା। ଏହାପରେ ରୋଗୀଙ୍କ ପ୍ରିୟଜନ ସ୍ବାସ୍ଥ୍ୟମନ୍ତ୍ରୀ ଓ ବରଗଡ଼ ସାଂସଦଙ୍କୁ ମଧ୍ୟ ଯୋଗାଯୋଗ କରିଥିବା ପ୍ରକାଶ।

 

- Advertisement -

ଶେଷକୁ ଝାରସୁଗୁଡ଼ା ଜିଲାପାଳ ସମ୍ବଲପୁର ଜିଲାପାଳଙ୍କୁ ଅନୁରୋଧ କରିବା ପରେ ସମ୍ମତି ଦେବାରୁ ରୋଗୀଙ୍କୁ ସମ୍ବଲପୁର କୋଭିଡ ଡାକ୍ତରକାନାରେ ଭର୍ତ୍ତି ପ୍ରକ୍ରିୟା ଆରମ୍ଭ କରାଯାଇଥିବା ସୂଚନା ମିଳିଛି। ପୂର୍ବରୁ ଅବିଭକ୍ତ ସମ୍ବଲପୁର ଜିଲାରେ ଝାରସୁଗୁଡ଼ା, ବରଗଡ଼ ଓ ଦେବଗଡ଼ ଜିଲା ଥିବାବେଳେ ଏଠାକାର ରୋଗୀଙ୍କୁ ବାଦ୍‌ ଦେବା କେତେ ଯଥାର୍ଥ ବୋଲି ସାଧାରଣରେ ପ୍ରଶ୍ନ ହେଉଛି। ପୁଣି ଏହି ଜିଲା ଗୁଡ଼ିକରୁ ସମ୍ବଲପୁର କୋଭିଡ ହାକ୍ତରଖାନାର ଦୂରତ୍ବ ମଧ୍ୟ କମ ରହିଛି।
ମିଳିଥିବା ସୂଚନା ଅନୁସାରେ ସମ୍ବଲପୁର କୋଭିଡ ଡାକ୍ତରଖାନା (ଅଶ୍ବିନୀ ହସପିଟାଲ ପରିଚାଳିତ)କୁ ସମ୍ବଊପୁର ସମେତ କଳାହାଣ୍ଡି, ନୂଆପଡ଼ା ଓ ବଲାଙ୍ଗିର ଜିଲାର ରୋଗୀ ଆବଶ୍ୟକସ୍ଥଳେ ଆସି ଭର୍ତ୍ତି ହୋଇପାରିବେ। ଦେବଗଡ଼ ଜିଲାକୁ କେନ୍ଦୁଝର ଜିଲା କୋଭିଡ ଡାକ୍ତରଖାନା ସହିତ ସଂଯୁକ୍ତ (ଟ୍ୟାଗ) କରାଯାଇଥିବାବେଳେ ଝାରସୁଗୁଡ଼ା ଜିଲାକୁ ରାଉରକେଲା ହାଇଟେକ୍ ହସପିଟାଲ ଓ ବରଗଡ଼ ଜିଲାକୁ ବିକାଶ ହସପିଟାଲ ସହିତ ସଂଯୁକ୍ତ କରାଯାଇଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ବରଗଡ଼ ଜିଲାରେ ୮ଟି ସ୍ବତନ୍ତ୍ର ଯତ୍ନ କୋଠରୀ (ଆଇସିୟୁ) ସହ ମୋଟ ୧୦୦ ଶଯ୍ୟା ବିଶିଷ୍ଟ କୋଭିଡ ଡାକ୍ତରଖାନା ଥିବାବେଳେ ସେଥିରୁ ମାତ୍ର ଗୋଟିଏ ଆଇସିୟୁ ଶଯ୍ୟା କାମ କରୁଥିବା କୁହାଯାଉଛି। ବୈଷୟିକ ସହଯୋଗୀ ଅଭାବରୁ ଅନ୍ୟ ଆଇସିୟୁ ଶଯ୍ୟା ଅଚଳ ରହିଛି। ସେହିପରି ଝାରସୁଗୁଡ଼ା ଜିଲାରେ ୨୦ଟି ଆଇସିୟୁ ସହ ୨ ଶହ ଶଯ୍ୟା ବିଶିଷ୍ଟ କୋଭିଡ ଡାକ୍ତରଖାନା କାର୍ଯ୍ୟକ୍ଷମ ହୋଇଛି। ଦେବଗଡ଼ରେ ଆଦୌ କୋଭିଡ ଡାକ୍ତରଖାନା ନଥିବା ଜଣାପଡ଼ିଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories