www.samajalive.in
Monday, December 8, 2025
27.1 C
Bhubaneswar

ସିଆରପିଏଫ ଓଡିଶା ମହାନିରୀକ୍ଷକଙ୍କ ଦୁଇ ଦିନିଆ ସମ୍ବଲପୁର ଗସ୍ତ

ସମ୍ବଲପୁର: ଅର୍ଦ୍ଧ ସାମରିକ ବଳ ସିଆରପିଏଫର ଓଡିଶା ମହାନିରୀକ୍ଷକ ସଂଗ୍ରାମ କେଶରୀ ମହାନ୍ତି ୧୨ ବିଏନ ମୁଖ୍ୟାଳୟ ଓ କମ୍ପାନୀ ଗୁଡିକର କାର୍ଯ୍ୟ ଯାଞ୍ଚ ପାଇଁ ସମ୍ବଲପୁରକୁ ଦୁଇ ଦିନିଆ ଗସ୍ତରେ ଆସିଥିଲେ। ୨୩ ଓ ୨୪ ତାରିଖ ଗସ୍ତରେ ଆସି ମହାନିରୀକ୍ଷକ ମହାନ୍ତି ଅଧିକାରୀ ଓ ଯବାନ ମାନଙ୍କ ସହିତ ବୈଠକ କରି ୧୨ ବିଏନ ବାଟାଲିୟନର କାର୍ଯ୍ୟ ଗୁଡିକୁ ସମୀକ୍ଷା କରିବା ସହିତ ଯବାନ ମାନଙ୍କର ଉତ୍ସାହ ବର୍ଦ୍ଧନ କରିଥିଲେ। ଏହି ଅବସରରେ ଯବାନ ମାନଙ୍କୁ ସମ୍ବୋଧନ କରି ମହାନିରୀକ୍ଷକ ମହାନ୍ତି କହିଥିଲେ ଯେ ୧୨ ବିଏନ ର ୬ଟି କମ୍ପାନୀ ଜାମ୍ମୁ ଓ କାଶ୍ମୀର ରୁ ଧାରା ୩୭୦ ହଟାଯିବା ପରେ ସେଠାରେ ମୃତୟନ ହୋଇଥିଲେ। ବିପରୀତ ପରିସ୍ଥିତି ସତ୍ୱେ ଶାନ୍ତି ଶୃଙ୍ଖଳା ରଖିବା ପାଇଁ ମୃତୟନ ହୋଇଥିବା ଅଧିକାରୀ ଓ ଯବାନ ମାନେ ନିଜକୁ ସ୍ଥିତି ସହିତ ଢ଼ାଳି ଦିଆଯାଇଥିବା ସମସ୍ତ କାର୍ଯ୍ୟକୁ ସଫଳତାର ସହିତ ଶେଷ କରିଥିଲେ। ଏହା ସହିତ ବିଗତ ଦିନରେ ବିହାର ନିର୍ବାଚନରେ ମଧ୍ୟ ବାଟାଲିୟନର ଅଧିକାରୀ ଓ ଯବାନ ମାନେ ଡ୍ୟୁଟି କରିବା ପରେ ଦକ୍ଷିଣ ଓଡିଶାରେ ନକ୍ସଲ ବିରୋଧି ଅଭିଯାନରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛନ୍ତି। ଅଧିକାରୀ ଓ ଯବାନ ମାନଙ୍କ ଦ୍ୱାରା କରାଯାଇଥିବା କାର୍ଯ୍ୟର ଉଚ୍ଚ ପ୍ରଶଂସା କରିବା ସହିତ ଆଗାମୀ ଦିନରେ ନକ୍ସଲ ପ୍ରଭାବିତ ଅଞ୍ଚଳରେ ସେମାନଙ୍କୁ ନିୟୋଜିତ କରାଯିବାର ସମ୍ଭାବନା ଥିବାରୁ ନକ୍ସଲ ବିରୋଧି ଅଭିଯାନ ପାଇଁ ପ୍ରସ୍ତୁତ ରହିବାକୁ ମହାନିରୀକ୍ଷକ ମହାନ୍ତି ନିର୍ଦ୍ଦେଶ ଦେଇଥିଲେ। କୋଭିଡ – ୧୯ ସମୟରେ ଗରିବ ଓ ଅସହାୟ ମାନଙ୍କୁ ଖାଦ୍ୟ ଯୋଗାଇ ଦେବା ସହିତ ସଂକ୍ରମଣ ରୋକିବା ପାଇଁ ସାନିଟାଇଜର ଓ ମାସ୍କ ବଣ୍ଟନ ଆଦି ସାମାଜିକ ଦାୟିତ୍ୱକୁ ସଫଳ ଭାବରେ ନିର୍ବାହ କରିଥିବାରୁ ସମସ୍ତଙ୍କୁ ମହାନିରକ୍ଷକ ଧନ୍ୟବାଦ ଦେବା ସହିତ ଆଗାମୀ ଦିନରେ କରୋନା ମହାମାରୀକୁ ରୋକିବା ପାଇଁ ଆବଶ୍ୟକ ସମସ୍ତ ପ୍ରତିଷେଧ ବ୍ୟବସ୍ଥାକୁ ସୁନିଶ୍ଚିତ କରିବା ପାଇଁ କହିଥିଲେ। ଏଥି ସହ ଆଗ୍ରହୀ କର୍ମଚାରୀ ମାନଙ୍କୁ ଅଙ୍ଗଦାନ ପାଇଁ ଉତ୍ସାହିତ ମଧ୍ୟ କରିଥିଲେ। ମହାନିରୀକ୍ଷକ ମହାନ୍ତିଙ୍କ ଗସ୍ତ ସମୟରେ ୧୨ ବିଏନ ବାଟାଲିୟନର କମାଣ୍ଡାଣ୍ଟ ପ୍ରମୋଦ କୁମାର ସାହୁଙ୍କ ସମେତ ଅନ୍ୟ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ।

 

Hot this week

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

Related Articles

Popular Categories