www.samajalive.in
Monday, December 8, 2025
20.1 C
Bhubaneswar

୩୦ରୁ ଜାନୁଆରୀ ୨ ବନ୍ଦ ରହିବ ସମଲେଇ ଦର୍ଶନ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ବରୀଙ୍କୁ ନୂତନ ବର୍ଷର ପ୍ରଥମ ସକାଳରେ ଭକ୍ତମାନେ ଦର୍ଶନ କରିପାରିବେ ନାହିଁ। ଏନେଇ ଜିଲା ପ୍ରଶାସନ ପକ୍ଷରୁ ନିଷେଧାଜ୍ଞା ଜାରି କରାଯାଇଛି। ଶ୍ରୀ ଶ୍ରୀ ସମଲେଶ୍ବରୀ ଟ୍ରଷ୍ଟ ବୋର୍ଡ ସଭାପତି ସଞ୍ଜୟ କୁମାର ବାବୁଙ୍କ ସୂଚନା ଅନୁଯାୟୀ ଡିସେମ୍ବର ୩୦ ତାରିଖରୁ ଜାନୁଆରୀ ୨ ତାରିଖ ପର୍ଯ୍ୟନ୍ତ ଭକ୍ତମାନଙ୍କ ସାଧାରଣ ଦର୍ଶନ ବନ୍ଦ ରହିବ।

 

- Advertisement -

ଏହିଦିନ ମାନଙ୍କରେ ମା’ ସମଲେଶ୍ବରୀଙ୍କ ରୀତିନୀତି ଓ ପୂଜାର୍ଚ୍ଚନା ବିଧି ଅନୁସାରେ ପୂଜକଙ୍କ ଦ୍ୱାରା ସମ୍ପାଦିତ ହେବ। ସାଧାରଣତଃ ଜାନୁଆରୀ ୧ ତାରିଖ ବଡ଼ିଭୋରରୁ ନବବର୍ଷର ଶୁଭମନାସି ଭକ୍ତ ମା’ଙ୍କ ଦର୍ଶନ ପାଇଁ ଭିଡ଼ କରିଥାନ୍ତି। ରାଜ୍ୟରେ ଓମିକ୍ରନ ସଂଖ୍ୟା ପ୍ରତିଦିନ ବଢ଼ୁଥିବାବେଳେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଗହଳି ଏଡ଼ାଇବା ସହ ତୁଣ୍ଡି ପିନ୍ଧିବା, ନିୟମିତ ହାତ ଧୋଇବା ଏବଂ ସାମାଜିକ ଦୂରତା ରକ୍ଷା କରିବାକୁ ନିର୍ଦେଶନାମା ଜାରି କରାଯାଇଛି।
ଇଂରାଜୀ ନବବର୍ଷ ଦିନ ପୂର୍ବାହ୍ନରେ ଭକ୍ତଙ୍କ ସକାଶେ ମା’ଙ୍କ ଆଭାସି ଦର୍ଶନ ବ୍ୟବସ୍ଥା କରିବାକୁ ଉଦ୍ୟମ ଜାରି ରହିଛି ବୋଲି ଟ୍ରଷ୍ଟ ସଭାପତି ଶ୍ରୀ ବାବୁ କହିଛନ୍ତି।

Hot this week

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

Related Articles

Popular Categories