www.samajalive.in
Wednesday, November 19, 2025
18.1 C
Bhubaneswar

ଉଚ୍ଚ ଶିକ୍ଷିତ ଯୁବକଙ୍କ ଚାଷ ନିଶା: ଗାଁ ମାଟିରେ ଫଳାଉଛନ୍ତି କାଶ୍ମୀର ଫଳ

ବାସୁଦେବପୁର: ଦିନଥିଲା ଫଳ ଚାଷ କହିଲେ କାଶ୍ମୀରକୁ ବୁଝାଉଥିଲା। ସେଓ, ଅଙ୍ଗୁର ଠାରୁ ଆରମ୍ଭକରି ନାମୀଦାମୀ ଫଳ କାଶ୍ମୀରରୁ ଆମଦାନୀ ହେଉଥିଲା। ଯୁଗ ଏବେ ବଦଳିଛି, ବଦଳିଛି ଚାଷ କରିବାର ଜ୍ଞାନ କୌଶଳ। କାଶ୍ମୀରର ନାମୀଦାମୀ ଫଳ ଚାଷ ଏବେ ଓଡ଼ିଶାର ଗାଁ ମାଟିରେ ହେଉଛି। ବାସୁଦେବପୁର ତୁଳମତୁଳା ଗାଁର ଉଚ୍ଚ ଶିକ୍ଷିତ ଯୁବକ ଉପେନ୍ଦ୍ର ବିଶ୍ୱାଳ ନିଜ ଫାର୍ମରେ କାଶ୍ମୀର ଫଳ(ରେଡ ଆପୁଲ ବେରୀ)ଫଳାଉଛନ୍ତି। ଫଳ ଚାଷ ସହିତ ମାଛ, ପରିବା, କୁକୁଡା ଆଦି ବିଭିନ୍ନ ଚାଷ କରୁଛନ୍ତି ଉପେନ୍ଦ୍ର। ଉଚ୍ଚ ଶିକ୍ଷିତା ସ୍ତ୍ରୀ ପ୍ରଜ୍ଞାପାରମିତା ମଧ୍ୟ ଚାଷରେ ସ୍ୱାମୀଙ୍କୁ ସାହାଯ୍ୟ କରୁଛନ୍ତି। ଚାଷରୁ ଭଲ ଦୁଇପଇସା ରୋଜଗାର କରୁଥିବା ବେଳେ ଅନ୍ୟ ଲୋକଙ୍କୁ ମଧ୍ୟ କାମ ଯୋଗାଇପାରିଛନ୍ତି।

୧୯୯୭ରେ ଉପେନ୍ଦ୍ର ଇତିହାସ ସମ୍ମାନରେ ମାଷ୍ଟର ଡିଗ୍ରୀ ହାସଲ କରିଥିବା ଉପେନ୍ଦ୍ର ସ୍ୱାଧୀନ ଭାବେ କିଛି କରିବାକୁ ନିଷ୍ପତି ନେଇଥିଲେ। ସରକାରୀ ପୋଖରୀକୁ ଲିଜ୍‌ ସୂତ୍ରରେ ନେଇ ପ୍ରଥମେ ମାଛ ଚାଷ ଆରମ୍ଭ କରିଥିଲେ। ୨୦୦୫ରେ ‘ଅଭିଷ୍ପା ପରିବାର’ ଟ୍ରଷ୍ଟରେ ନିଜକୁ ସାମିଲ କରିଥିଲେ। ଟ୍ରଷ୍ଟ ଅଧୀନରେ ଥିବା ୭ ଏକର ଜମିରେ ଚାଷକୁ ବ୍ୟାପକ କରିଥିଲେ। ମାଛ, ପନିପରିବା, ହଳଦୀ, କୁକୁଡା, ଗାଈ ଚାଷ ଆରମ୍ଭ କଲେ। ଏଥିରୁ ଭଲ ଲାଭ ପାଇବା ସହ ଆଉ କିଛି ନୂଆ ଚାଷ କରିବାର ଯୋଜନା କଲେ। ୟୁଟ୍ୟୁବ୍‌ରେ ଫଳ ଚାଷ ଦେଖି ଆଗ୍ରହ ପ୍ରକାଶ କରିଥିଲେ। କଟକର ନିଆଳି ଅଞ୍ଚଳକୁ ଯାଇ ରେଡ ବେରୀ ଚାଷ ଦେଖି ନିଜେ ଫଳ ଚାଷ କରିବାକୁ ଯୋଜନା କରିଥିଲେ। କଲକାତାକୁ ଯାଇ ୪ଟି କିସମର ୨୦୦ ଚାରା ସଂଗ୍ରହ କରିଥିଲେ। ଫାର୍ମର ପାଖାପାଖି ୧୨/୧୪ ଗୁଣ୍ଠ ଜମିରେ ରେଡ ଆପୁଲ ବେରୀ ଚାରା ଲଗାଇଥିଲେ। ଏପ୍ରିଲ ୨୨ରେ ଚାରା ଲାଗାଇଥିଲେ। ଜୁଲାଇରେ ଫୁଲ ଆସିଥିଲା। ‘ୟସ’ ବାତ୍ୟା ଫଳ ଗଛରେ କିଛିଟା କ୍ଷତି ପହଞ୍ଚାଇଥିଲା। ଗଛର ଯତ୍ନନେବା ପରେ ମାସେ ଦୁଇମାସ ମଧ୍ୟରେ ଫୁଲ ଫଳ ଅଜାଡି ହୋଇଥିଲା। ସବୁ ଗଛରେ ଏବେ ଫଳ ଭର୍ତ୍ତି। ଥାକ ଥାକ ହୋଇ ଓହଳିଛି ରେଡ ବେରୀ ଆପୁଲ କୋଳି। ଏହି କୋଳି ଅବିକଳ ଛୋଟ ଆପୁଲ ପରି ଦେଖାଯାଉଛି। ଆପୁଲର ଡେମ୍ଫ ପାଖରେ ଯେମିତି ନାଲି ରଙ୍ଗ ରହିଥାଏ, କୋଳି ସମ୍ପୂର୍ଣ୍ଣ ଏକାପରି ଦେଖାଯାଉଛି। ସୁଆଦିଆ ବି ଲାଗୁଛି। କୋଳିର ବଜାରରେ ଚାହିଦା ମଧ୍ୟ ରହିଛି। କିଲୋ ପ୍ରତି ୧୦୦ ଟଙ୍କାରେ ବିକ୍ରି କରୁଥିବା କହିଛନ୍ତି ଉପେନ୍ଦ୍ର। କାଶ୍ମୀର କୋଳି ଚାଷ ଦେଖିବାକୁ ଦେଖଣାହାରୀଙ୍କ ଭିଡି ଲାଗୁଛି ଉପେନ୍ଦ୍ରଙ୍କ ଫାର୍ମରେ। ଉଚ୍ଚ ଶିକ୍ଷକ ଯୁବକ ଉପେନ୍ଦ୍ର ଚାଷକୁ ନିଶା କରି ରୋଜଗାର କରୁଥିବା ବେଳେ ଏଥିରେ ନିୟୋଜିତ କେତେକ ପରିବାରକୁ ମୁଲ ମଜୁରୀ ଦେଇ ସାହାରା ଯୋଗାଇଛନ୍ତି। ଚାକିରି ଛାଡି ସ୍ୱାଭିମାନ ସହ ମେ​‌େ​‌ହନତ କରି ବଞ୍ଚିବାକୁ ଆଗେଇ ଆସିଥିବା ଉପେନ୍ଦ୍ର ଚାଷରୁ ପାଇଛନ୍ତି ରୋଜଗାର ସହ ପ୍ରଶଂସା।

Hot this week

ବାବା ସିଦ୍ଦିକି ହତ୍ୟା ମାମଲା: ଅନ୍‌ମୋଲ୍‌ ଭାରତ ପ୍ରତ୍ୟର୍ପିତ

ନୂଆଦିଲ୍ଲୀ: ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ବାବ ସିଦ୍ଦିକିଙ୍କ ହତ୍ୟା ମାମଲାରେ ସମ୍ପୃକ୍ତ...

ଅଲ୍‌ ଫଲାହ ପ୍ରତିଷ୍ଠାତା ଗିରଫ

ନୂଆଦିଲ୍ଲୀ: ହ୍ବାଇଟ କଲାର ଟେରର ମଡ୍ୟୁଲ ଓ ଦିଲ୍ଲୀ ଲାଲକିଲା ବିସ୍ଫୋରଣ...

ନୀତିଶଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆସନ୍ତା ୨୦ରେ ନୀତିଶ କୁମାରଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବେ...

ଦ୍ବିତୀୟ ଟେଷ୍ଟରୁ ବାଦ୍‌ ପଡ଼ିପାରନ୍ତି ଗିଲ୍‌ : ନୀତୀଶଙ୍କୁ ମିଳିପାରେ ସୁଯୋଗ

ନୂଆଦିଲ୍ଲୀ : ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତୀୟ କ୍ରିକେଟ...

୩ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବ ତାପମାତ୍ରା

ଭୁବନେଶ୍ବର: ରାଜ୍ୟର ବିଭିନ୍ନ ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା ହ୍ରାସ ପାଇବାରୁ ପାହାଡ଼ିଆ...

Related Articles

Popular Categories