www.samajalive.in
Sunday, December 7, 2025
13.1 C
Bhubaneswar

ମାସ୍କ ଇଣ୍ଡିଆ ଅଭିଯାନରେ ସାମିଲ ହେଲେ ଓଡିଆ ଆଇଏଏସ ଦମ୍ପତ୍ତି

ସମ୍ବଲପୁର :  ବିଶ୍ୱବ୍ୟାପି କରୋନା ଭୂତାଣୁର ପ୍ରକୋପ ଜାରି ଥିବା ବେଳେ ଏହାକୁ ପ୍ରତିହତ କରିବା ପାଇଁ ସରକାର ଦେଶକୁ ଲକ ଡାଉନ କରିବା ସହିତ ବିଭିନ୍ନ ସର୍ତକତା ମୂଳକ ପଦକ୍ଷେପ ନେବା ପାଇଁ ବାରମ୍ବାର ପରାମର୍ଶ ଦେଉଛନ୍ତି। ଏବେ ସରକାର ମାସ୍କ ପିନ୍ଧି ଘରୁ ବାହାରିବାକୁ ବାଧ୍ୟତାମୂଳକ କରିଛନ୍ତି। ଏବେ ସାମାଜିକ ଗଣମାଧ୍ୟମ ଟ୍ୱିଟରରେ # MaskIndia (ମାସ୍କ ଫର ଅଲ) ଅଭିଯାନ ଚାଲିଛି। ସମସ୍ତଙ୍କୁ ସରକାରଙ୍କ ଦ୍ୱାରା ଜାରି ଗାଇଡ ଲାଇନ ଅନୁଯାୟୀ ଘରେ ନିର୍ମିତ କପଡାର ମାସ୍କ ବ୍ୟବହାର କରିବା ପାଇଁ ଏହି ଅଭିଯାନ ଦ୍ୱାରା ଜନତାଙ୍କୁ ପ୍ରେରିତ କରାଯାଉଛି। ଏହି ଅଭିଯାନକୁ ସମର୍ଥନ କରିଛନ୍ତି ଓଡିଆ ଆଇଏଏସ ଦମ୍ପତ୍ତି ଡ. ଅରବିନ୍ଦ ପାଢ଼ୀ ଓ ଉଷା ପାଢ଼ୀ।

ବରିଷ୍ଠ ଆଇଏଏସ ଅଧିକାରୀ କରିଥିବା ଟ୍ୱିଟ ଅନୁଯାୟୀ, ଏବେ ମାସ୍କର ବହୁଳ ଆବଶ୍ୟକତା ହେଉଥିବା ବେଳେ ସର୍ଜିକାଲ ଓ ଏନ-୯୫ ମାସ୍କ ସ୍ୱାସ୍ଥ୍ୟ କର୍ମୀ ମାନଙ୍କୁ ବ୍ୟବହାର ପାଇଁ ସୁଯୋଗ ଦେବା ଉଚିତ। ଏଣୁ ନିଜ ଓ ପରିବାର ପାଇଁ ଘରେ ନିର୍ମିତ କପଡାର ମାସ୍କ ବ୍ୟବହାର କରିପାରିବା ବୋଲି ଡ. ପାଢ଼ୀ ଟ୍ୱିଟ କରିଛନ୍ତି। ଡ. ପାଢ଼ୀ ସବୁବେଳେ ସମ୍ବଲପୁରୀ କପଡାର ବ୍ୟବହାରକୁ ଉତ୍ସାହିତ କରୁଥିବା ବେଳେ ତାଙ୍କର ପତ୍ନୀ ତଥା ଆଇଏଏସ ଅଧିକାରିଣୀ ଉଷା ନିଜେ ଘରେ ସମ୍ବଲପୁରୀ କପଡାରୁ ମାସ୍କ ତିଆରି କରିଛନ୍ତି। ସଙ୍କଟ ସମୟରେ ମାସ୍କ ନିଜେ ତିଆରି କରି ବ୍ୟବହାର କରିବା ସହିତ ମାସ୍କ ଫର ଅଲ ଅଭିଯାନରେ ସାମିଲ ହୋଇ ଅନ୍ୟ ମାନଙ୍କୁ ଉତ୍ସାହିତ କରି ଏକ ନୂତନ ଉଦାହରଣ ସଷ୍ଟି କରିଛନ୍ତି ଏହି ଆଇଏଏସ ଦମ୍ପତ୍ତି।

- Advertisement -

ସୂଚନାଯୋଗ୍ୟ ଯେ, ସମ୍ବଲପୁର ଜିଲାର ମୂଳବାସିନ୍ଦା ଡ. ଅରବିନ୍ଦ ପାଢ଼ୀ ଏବେ କୃଷି ମନ୍ତ୍ରାଳୟ ଅଧିନସ୍ଥ ଆଇସିଆରଆଇଏସଏଟିର ନିର୍ଦ୍ଦେଶକ ଓ ଉଷା ପାଢ଼ୀ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟରେ ଯୁଗ୍ମ ସଚିବ ଭାବରେ କାର୍ଯ୍ୟରତ ଅଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories