www.samajalive.in
Monday, December 8, 2025
20.1 C
Bhubaneswar

ବଜ୍ରକାପ୍ତା କାତି ସମେତ ଅସ୍ତ୍ରଶସ୍ତ୍ର ଜବତ : ଜଣେ ଗିରଫ

ସମ୍ବଲପୁର: ସମ୍ବଲପୁର ଜିଲାରେ ପୁଲିସର ଦୁର୍ବଳତା ଯୋଗୁଁ ଅପରାଧ ଦିନକୁ ଦିନ ବଢ଼ିବାରେ ଚାଲିଥିବା ବେଳେ ଏବେ ବେଆଇନ ଭାବରେ ବନ୍ୟଜନ୍ତୁଙ୍କ ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗ କାରବାର ମଧ୍ୟ ଜୋର ଧରିଛି। ବିଗତ ଦିନରେ ଜିଲାର ଯୁଯୁମୁରା ବ୍ଲକ ଅର୍ନ୍ତଗତ ଅଞ୍ଚଳରେ ଏକ ଦନ୍ତାହାତୀକୁ ଗୁଳିବଦ୍ଧ କରାଯାଇ ମାରି ଦିଆଯାଇଥିବା ବେଳେ ଶୁକ୍ରବାର ଦିନ ସହର ମଧ୍ୟରୁ ଜଣକ ଘରୁ ୧୩ଟି ବଜ୍ରକାପ୍ତା ମିଳିବା ସାଧାରଣରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ପ୍ରାପ୍ତସୂଚନାନୁଯାୟୀ, ବିଶ୍ୱସ୍ତସୂତ୍ରରୁ ଖବର ପାଇଁ ଶୁକ୍ରବାର ଧନୁପାଲୀ ପୁଲିସ ଓ ସ୍ପେଶାଲ ସ୍କ୍ୱାର୍ଡ ତରଫରୁ ମିଳିତ ଭାବରେ ସୁନାପାଲୀ ସ୍ଥିତ ଫୈଜୁଲ ହାସନ ଙ୍କ ଘରେ ଚଢ଼ଉ କରିଥିଲା। ପୁଲିସର ଚଢ଼ଉ ସମୟରେ ଫୈଜୁଲର ଘରୁ ୧୩ଟି ଦୁର୍ଲଭ ବଜ୍ରକାପ୍ତା କାତିର ସମେତ ୩ଟି ଖଣ୍ଡା, ଗୋଟିଏ ଗୁପ୍ତି ଓ ଗୋଟିଏ ଏୟାର ଗନ ଜବତ ହୋଇଛି। ଏଣୁ ଧନୁପାଲୀ ପୁଲିସ ଥାନାରେ ମାମଲା ନଂ ୧୨୪/୨୦୨୦, ତା.୧୪.୦୩.୨୦୨୦ ୟୁ/ଏସ ୩୭୯/୪୧୧ ଆଇପିସି/ସେକ୍ସନ ୨୫/୨୭ ଆର୍ମ ଆକ୍ଟ ଆର/ଡବ୍ଲୁ ସେକ୍ସନ ୫୧ ବନ୍ୟଜନ୍ତୁ ସୁରକ୍ଷା ଆଇନ ୧୯୭୨ ଅନୁଯାୟୀ ମାମଲା ରୁଜୁ କରାଯାଇ ଅଭିଯୁକ୍ତକୁ ଗିରଫ କରାଯାଇଛି। ଶନିବାର ଅଭିଯୁକ୍ତକୁ ପୁଲିସ କୋର୍ଟ ଚଲାଣ କରିଛି। ଅନ୍ୟ ପଟରେ ଜିଲାରେ ଦିନକୁ ଦିନ ଅପରାଧ ସହିତ ବନ୍ୟଜନ୍ତୁ ଶିକାର ଓ ଚାଲାଣ ଘଟଣା ବଢ଼ି ଚାଲିଥିବା ବେଳେ କିନ୍ତୁ ପୁଲିସ ବିଭାଗ ନିଜର ନିଷ୍କ୍ରିୟତାକୁ ଲୁଚାଇବାରେ ବ୍ୟସ୍ତ ଅଟେ। ଏହି ଘଟଣା ସର୍ମ୍ପକରେ ପୁଲିସ ସବିଶେଷ ତଥ୍ୟ ଦେଇ ନ ଥିବା ବେଳେ ଆହୁରୀ ବହୁ ବ୍ୟକ୍ତି ଏଭଳି ବେଆଇନ ବନ୍ୟ ଜନ୍ତୁ କାରବାରରେ ସଂପୃକ୍ତ ରହିଥିବାର ସୂଚନା ମିଳିଛି। ତେବେ ସହର ମଧ୍ୟରୁ ଅବୈଧ୍ୟ ଭାବରେ ରଖାଯାଇ ଥିବା ବନ୍ୟଜନ୍ତୁର ଅଙ୍ଗ ମିଳିଥିବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

Related Articles

Popular Categories