www.samajalive.in
Monday, December 8, 2025
27.1 C
Bhubaneswar

କରୋନା ମୁକାବିଲା ପାଇଁ ସ୍ୱୟଂ ସହାୟକ ଗୋଷ୍ଠୀର ସହାୟତା

ସମ୍ବଲପୁର : କରୋନା ମହାମାରୀର ସଙ୍କଟ ଯୋଗୁଁ ବିଶ୍ୱର ବ୍ୟବସ୍ଥା ଓଲଟପାଲଟ ହୋଇଯାଇଛି। ଏହି ସଙ୍କଟଜନକ ପରିସ୍ଥିତିର ମୁକାବିଲା କରିବା ପାଇଁ ସରକାରଙ୍କଠାରୁ ଆରମ୍ଭ କରି ଜନତା ପର୍ଯ୍ୟନ୍ତ ସମସ୍ତେ ନିଜର ସାମର୍ଥ୍ୟ ମତେ ଅଣ୍ଟା ଭିଡି ଲାଗି ପଡିଛନ୍ତି। ଏହି କ୍ରମରେ ସରକାରଙ୍କ ସହଯୋଗ କରିବା ଉଦ୍ଦେଶ୍ୟ ନେଇ ପରମଜ୍ୟୋତି ବିଦ୍ୟା ନିକେତନର ଆନୁକୂଲ୍ୟରେ କନଖିଣ୍ଡା ପଞ୍ଚାୟତର ସ୍ୱୟଂ ସହାୟକ ଗୋଷ୍ଠୀ ମାଁ ସମଲେଶ୍ୱରୀ – ଏ ପକ୍ଷରୁ ୧୦ ହଜାର ଟଙ୍କା ପ୍ରଧାନମନ୍ତ୍ରୀ କେୟାର୍ସ ଫଣ୍ଡକୁ ପ୍ରଦାନ କରାଯାଇଛି। ମଙ୍ଗଳବାର ସମ୍ବଲପୁର ସ୍ଥିତ ଡିଆରଡିଏ କାର୍ଯ୍ୟାଳୟରେ ନାବାର୍ଡ ଅଧିକାରୀ ଦେବେଶ ବେହେରାଙ୍କ ଉପସ୍ଥିତିରେ ପ୍ରକଳ୍ପ ନିର୍ଦ୍ଦେଶକ ସୁକାନ୍ତ ତ୍ରିପାଠୀଙ୍କୁ ଏହି ସହାୟତା ରାଶି ସମ୍ବଳିତ ଚେକକୁ ପ୍ରଦାନ କରାଯାଇଛି। ଏହି ଅବସରରେ ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ମହେନ୍ଦ୍ର ମହାପାତ୍ର, ଆଇଡିଏମ ଏସବିଆଇ ଯୁଗଳ କିଶୋର ଶତପଥି, ମନୋଜ କୁମାର ସିହ୍ନା, ଇମାନୁଏଲ ସୁନା ଓ ସୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ଉପସ୍ଥିତ ରହିଥିଲେ। ଏହି ସଙ୍କଟଜନକ ପରିସ୍ଥିତିରେ ସ୍ୱୟଂ ସହାୟକ ଗୋଷ୍ଠୀ ତରଫରୁ କରାଯାଇଥିବା ସହଯୋଗକୁ ସବୁ ମହଲରେ ପ୍ରଶଂସା କରାଯାଉଛି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories